Advertisment

India Mocks Shehbaz: ଜାତିସଂଘରେ ପାକିସ୍ତାନର ବିଜୟ ଦାବିର ଧଜିଆ ଉଡ଼ାଇଲା ଭାରତ

ଭାରତର ଗହଲୋଟ ଗହଲୋଟ ଏପ୍ରିଲ ୨୨ ପହଲଗାମ ନରସଂହାର ହମଲା ପଛରେ ଥିବା ଆତଙ୍କୀ ସଂଗଠନ ଟିଆରଏଫକୁ ପାକିସ୍ତାନ କେମିତି ସମର୍ଥନ କରିଥିଲା ଓ ଅଲକାଏଦା ଆତଙ୍କୀ ଓସାମା ବିନ ଲାଡେନକୁ କେମିତି ଆଶ୍ରୟ ଦେଇଥିଲା, ତା’ର ଗୁମର ଖୋଲି ଦେଇଛନ୍ତି।

India

ଜାତିସଂଘରେ ଭାରତର ପ୍ରତିନିଧି

Advertisment

ଅପରେସନ ସିନ୍ଦୂର(Operation Sindoor) ବେଳେ ମାଟି କାମୁଡ଼ିଥିବା ପାକିସ୍ତାନ ନିଜର ମିଛ ବିଜୟ ଦାବିକୁ ଏବେ ଜାତିସଂଘରେ ପ୍ରଚାର କରିଛି। ଖୋଦ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମିଛ ବିଜୟ ଦାବି କରିଥିବାରୁ ଭାରତ ଏହାର ଧଜିଆ ଉଡ଼ାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫ ପୁଣିଥରେ ଆତଙ୍କବାଦର ମହିମଣ୍ଡନ କରିଥିବାରୁ ମିଳିତ ଜାତିସଂଘର ମହାସଭାରେ ଭାରତ ଏହାକୁ ତୀବ୍ର ସମାଲୋଚନା କରିଛି। 

Advertisment

ଜାତିସଂଘରେ ପ୍ରତି ଜବାବ ଅଧିକାରର ପ୍ରୟୋଗ କରି ଭାରତୀୟ କୂଟନୀତିଜ୍ଞ ପେଟାଲ ଗହଲୋଟ କହିଛନ୍ତି ଯେ ଆତଙ୍କବାଦ ହେଉଛି ପାକିସ୍ତାନର କେନ୍ଦ୍ରୀୟ ବିଦେଶ ନୀତି। ଜାତିସଂଘର ୮୦ତମ ମହାସଭାକୁ ସମ୍ବୋଧନ କରି ଶୁକ୍ରବାର ଶରିଫ ଦାବି କରିଥିଲେ ଯେ ଚଳିତ ବର୍ଷ ଭାରତ ପଟୁ ପାକିସ୍ତାନ ପ୍ରତି ଅତ୍ୟନ୍ତ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି କରାଯାଇଥିଲା। କିନ୍ତୁ ପାକିସ୍ତାନ ସଶସ୍ତ୍ର ବଳ ବେଶ ସାହାସର ସହ ଏହାର ମୁହଁତୋଡ଼ ଜବାବ ଦେଇଥିବା ସେ ଦାବି କରିଥିଲେ। 

ଏହାର ଜବାବରେ ଭାରତର ଗହଲୋଟ ଗହଲୋଟ ଏପ୍ରିଲ ୨୨ ପହଲଗାମ ନରସଂହାର ହମଲା ପଛରେ ଥିବା ଆତଙ୍କୀ ସଂଗଠନ ଟିଆରଏଫକୁ ପାକିସ୍ତାନ କେମିତି ସମର୍ଥନ କରିଥିଲା ଓ ଅଲକାଏଦା ଆତଙ୍କୀ ଓସାମା ବିନ ଲାଡେନକୁ କେମିତି ଆଶ୍ରୟ ଦେଇଥିଲା, ତା’ର ଗୁମର ଖୋଲି ଦେଇଛନ୍ତି।

Advertisment

ସେ କହିଛନ୍ତି, “ଡ୍ରାମାର କୌଣସି ଡିଗ୍ରୀ ଓ ମିଛର କୌଣସି ସ୍ତର ପ୍ରକୃତ ତଥ୍ୟକୁ ବଦଳାଇ ପାରିବ ନାହିଁ। ୨୦୨୫ ଏପ୍ରିଲ ୨୫ରେ ସମାନ ପାକିସ୍ତାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଗୋଟିଏ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଘଣ୍ଟ ଘୋଡ଼ାଇଥିଲା। ଏହି ସଂଗଠନ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପର୍ଯ୍ୟଟକଙ୍କ ନରସଂହାର ପାଇଁ ନିଜକୁ ଦାୟୀ କରିଥିଲା।” 

ଶ୍ରୀମତୀ ଗହଲୋଟଙ୍କ କହିବା କଥା ଯେ ପାକିସ୍ତାନ(Pakistan) ଏମିତି ଗୋଟିଏ ଦେଶ ଯିଏ ଲମ୍ବା ସମୟ ଧରି ଆତଙ୍କବାଦର ପ୍ରଚାର କରୁଛି ଓ ଆତଙ୍କାବାଦର ରପ୍ତାନୀ କରିବା ପରମ୍ପରାରେ ବୁଡ଼ି ରହିଛି। ପାକିସ୍ତାନ ପୂରା ବିଶ୍ୱକୁ କହିଥିଲା ଯେ ସେମାନେ ଆତଙ୍କବାଦ ବିରୋଧରେ ଲଢ଼ୁଛନ୍ତି। କିନ୍ତୁ ଠିକ ସମୟରେ ଓସାମା ବିନ ଲାଡେନକୁ ଆଶ୍ରୟ ଦେଇଥିବା ସେ ସମସ୍ତଙ୍କର ମନେ ପକାଇ ଦେଇଛନ୍ତି। 

ଶରିଫଙ୍କ ‘ଆମେ ଯୁଦ୍ଧ ଜିତି ଯାଇଛୁ ଓ ଏବେ ଆମେ ବିଶ୍ୱକୁ ଆମ ଭାଗରେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଉଛୁ’ ବୟାନ ଉପରେ ଗହଲୋଟ କହିଛନ୍ତି ଯେ ମେ’ ୧୦ରେ ପାକିସ୍ତାନର ସେନା ଆମକୁ ଲଢ଼େଇ ବନ୍ଦ କରିବାକୁ ଅନୁରୋଧ କରିଥିଲା। ପାକିସ୍ତାନୀ ରନୱେ ଓ ହ୍ୟାଙ୍ଗର୍ସ କେମିତି କ୍ଷତିଗ୍ରସ୍ତ ହୋଇଥିଲା, ତା’ର ପ୍ରମାଣ ସ୍ୱରୂପ ଫଟୋ ରହିଛି ବୋଲି ସେ ଜାତିସଂଘକୁ ଜଣାଇଛନ୍ତି।

ସେ କହିଛନ୍ତି, “ଯଦି ରନୱେ କ୍ଷତିଗ୍ରସ୍ତ ହେବା ଓ ହ୍ୟାଙ୍ଗର୍ସ ଜଳିଯିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମତରେ ବିଜୟ, ତା’ହେଲେ ଏହାକୁ ଉପଭୋଗ କରିବାକୁ ଆମେ ପାକିସ୍ତାନକୁ ସ୍ୱାଗତ କରୁଛୁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ନିକଟରେ ଭାରତ ସହ ହୋଇଥିବା ବିବାଦ ସମମ୍ପର୍କରେ ଅତିରଞ୍ଜିତ କଥା କହିଛନ୍ତି। ଏହି ପ୍ରସଙ୍ଗରେ ସମସ୍ତ ତଥ୍ୟ ରେକର୍ଡରେ ରହିଛି। ମେ’ ୯ ତାରିଖ ଯାଏ ପାକିସ୍ତାନ ଅଧିକ ଆକ୍ରମଣର ଧମକ ଦେଇ ଚାଲିଥିଲା। କିନ୍ତୁ ମେ’୧୦ରେ ପାକିସ୍ତାନ ସେନା ଆମ ସହ ସିଧାସଳଖ ଯୋଗାଯୋଗ କରି ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରିଥିଲା।” 

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ହସ୍ତାନ୍ତର କର 

ନିଜର ଭାଷଣରେ ଶରିଫ କହିଥିଲେ ଯେ ପାକିସ୍ତାନର ବିଦେଶ ନୀତି ଶାନ୍ତି, ପାରସ୍ପରିକ ସମ୍ମାନ ଓ ସହଯୋଗ ଉପରେ ନିର୍ଭରଶୀଳ। ସେ କହିଥିଲେ. “ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆଲୋଚନା ଓ କୂଟନୀତିକ ସମ୍ପର୍କ ଦ୍ୱାରା ସମ୍ଭବ ବୋଲି ଆମେ ବିଶ୍ୱାସ କରିଥାଉ।”

ତାଙ୍କ କହିବା କଥା ଯେ ପାକିସ୍ତାନ ସବୁବେଳେ ଭାରତ ସହ ସମସ୍ତ ବିବାଦର ବ୍ୟାପକ ଓ ପରିମାଣ ହାସଲ କରିବା ଭଳି କଥାବାର୍ତ୍ତା ପାଇଁ ପ୍ରସ୍ତୁତ। ସେ ଦକ୍ଷିଣ ଏସିଆ ପାଇଁ ଉତ୍ତେଜନିତ ନେତୃତ୍ୱ ବଦଳରେ ସକ୍ରିୟ ନେତୃତ୍ୱର ଆହ୍ୱାନ ମଧ୍ୟ ଦେଇଛନ୍ତି।

ଏହି ପ୍ରସଙ୍ଗରେ ଗହଲୋଟ କହିଛନ୍ତି, “ଯଦି ସତରେ ସେ(ଶରିଫ) ଦାୟିତ୍ୱବାନ ଓ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ, ତା’ହେଲେ ପାକିସ୍ତାନ ତୁରନ୍ତ ନିଜ ଦେଶରେ ସକ୍ରିୟ ଥିବା ସମସ୍ତ ଆତଙ୍କବାଦୀ(Terrorist) କ୍ୟାମ୍ପକୁ ବନ୍ଦ କରୁ। ଏଥିସହ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରୁ।” 

Pakistan Terrorist Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe