Advertisment

ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ସୁଦୃଢ଼ କରିବ ଭାରତ, ରୁଷଠାରୁ କିଣିବ ଆଉ କିଛି ଏସ୍‌-୪୦୦

୨୦୧୮ ମସିହାରେ ଭାରତ ୫.୪୩ ବିଲିୟନ ଡଲାର ମୂଲ୍ୟରେ ରୁଷଠାରୁ ୫ଟି ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିବା ପାଇଁ ଚୁକ୍ତି କରିଥିଲା। ୨୦୨୧ରେ ପ୍ରଥମ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ପଞ୍ଜାବରେ ମୁତୟନ କରାଯାଇଥିଲା।

ଅଦ୍ୟତନ ହୋଇଛି
S400

S400

Advertisment

‘ଅପରେସନ ସିନ୍ଦୂର’ରେ ଭଲ କାମ କରିଛି ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ, ଯାହାର ନାଁ ଆମ ଦେଶ ‘ସୁଦର୍ଶନ ଚକ୍ର’ ରଖିଛି। ଏହି ଏସ୍‌-୪୦୦ ବା ସୁଦର୍ଶନ ଚକ୍ର ପାକିସ୍ତାନ ପକ୍ଷରୁ ନିକ୍ଷେପ କରାଯାଇଥିବା ଶହ ଶହ ଡ୍ରୋନ୍ ଓ ମିସାଇଲଗୁଡ଼ିକୁ ମାତ୍ ଦେବାରେ ସଫଳ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ଆହୁରି କିଛି ଏସ୍‌-୪୦୦ କିଣିବା ପାଇଁ ରୁଷକୁ ଅନୁରୋଧ କରିଥିବା ସୂତ୍ର ଆଧାରରେ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନିକଟ ଭବିଷ୍ୟତରେ ରୁଷ ଆଉ କିଛି ଏସ୍-୪୦୦ ଭାରତକୁ ଦେଇପାରେ ବୋଲି କୁହାଯାଉଛି।

Advertisment

ରୁଷ ଦ୍ୱାରା ନିର୍ମିତ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମଗୁଡ଼ିକ ବେଶ୍ ଅତ୍ୟାଧୁନିକ। ଏହାର କାର୍ଯ୍ୟ ଦକ୍ଷତା ଉଚ୍ଚକୋଟୀର। ‘ଅପରେସନ ସିନ୍ଦୂର’ରେ ଏହା ପ୍ରମାଣିତ ମଧ୍ୟ ହେଲା। ଆକାଶପଥରେ ଶତ୍ରୁ ଦ୍ୱାରା ନିକ୍ଷେପ କରାଯାଉଥିବା ମିସାଇଲ ଓ ଡ୍ରୋନଗୁଡ଼ିକୁ ଏହା ୬୦୦ କିମି ଦୂରରୁ ଚିହ୍ନଟ କରିବା ସହିତ ୪୦୦ କିମି ଦୂରରେ ନଷ୍ଟ କରି ଦିଏ।

୨୦୧୮ ମସିହାରେ ଭାରତ ୫.୪୩ ବିଲିୟନ ଡଲାର ମୂଲ୍ୟରେ ରୁଷଠାରୁ ୫ଟି ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିବା ପାଇଁ ଚୁକ୍ତି କରିଥିଲା। ୨୦୨୧ରେ ପ୍ରଥମ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ପଞ୍ଜାବରେ ମୁତୟନ କରାଯାଇଥିଲା। ପାକିସ୍ତାନ ଓ ଚୀନରୁ ଆକାଶପଥରେ ଆକ୍ରମଣ ଆଶଙ୍କାରେ ଏହାକୁ ପଞ୍ଜାବରେ ମୁତୟନ କରାଯାଇଥିଲା।

Advertisment

ଏସ୍‌-୪୦୦ ଏୟାରକ୍ରାଫ୍ଟ, ଡ୍ରୋନ୍, କ୍ରୁଜ୍ ମିସାଇଲ ଓ ବାଲାଷ୍ଟିକ ପ୍ରୋଜେକ୍ଟାଇଲଗୁଡ଼ିକୁ ଅଟକାଇ ପାରିବ। ଏହାର ଅତ୍ୟାଧୁନିକ ଫେଜ୍‌ଡ-ଆରୀ ରାଡାର ଏକା ଥରକେ ୧୦୦ ଟାର୍ଗେଟକୁ ଟ୍ରାକ୍ କରିପାରେ। ଖାସ୍ ସେଥିପାଇଁ ପାକିସ୍ତାନ ଆକାଶ ମାର୍ଗରେ ଜୋରଦାର ଆକ୍ରମଣ କରିବା ସତ୍ତ୍ୱେ ଭାରତର ସେମିତି କିଛି ଅଧିକ କ୍ଷୟକ୍ଷତି ହୋଇନାହିଁ।

‘ଅପରେସନ ସିନ୍ଦୂର’ ବେଳେ ଭାରତର ଏକ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ନଷ୍ଟ କରି ଦେଇଥିବା ନେଇ ଦାବି କରିଥିଲା। ଭାରତୀୟ ବାୟୁ ସେନାର ଆଦମପୁର ବେସ୍‌ରେ ମୁତୟନ ହୋଇଥିବା ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରି ଦେଇଥିବା ପାକିସ୍ତାନ କହିଥିଲା। କିନ୍ତୁ ବାୟୁ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ହଠାତ୍ ଆଦମପୁର ଏୟାର ବେସ୍‌ରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିବା ବେଳେ ସେଠାରେ ଭାରତର ଏସ୍‌-୪୦୦ ସୁରକ୍ଷିତ ଥିବା ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe