/odisha-reporter/media/post_attachments/uploadimage/library/16_9/16_9_0/Car_1711976115.jpg)
Car
ଭାରତକୁ ଗୋଟିଏ ସବୁଜ ଅର୍ଥନୀତିରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ଆଜି ବଡ଼ ବୟାନ ଦେଇଛନ୍ତି। ସବୁଜ ଅର୍ଥନୀତି ପାଇଁ ହାଇବ୍ରିଡ ଗାଡ଼ିଗୁଡ଼ିକ ଉପରୁ ଜିଏସଟି ହ୍ରାସ କାଟିବାକୁ ପଡ଼ିବ। ଏପରି ପଦକ୍ଷେପ ନେଲେ ଦେଶରେ ଗଡ଼ୁଥିବା ୩୬ କୋଟିରୁ ଅଧିକ ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ବନ୍ଦ କରାଯାଇ ପାରିବ ବୋଲି ସେ କହିଛନ୍ତି।
ଦେଶରେ ଗଡ଼ୁଥିବା ସମସ୍ତ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ିରୁ ମୁକ୍ତି ମିଳିପାରିବ କି ପ୍ରଶ୍ନର ଉତ୍ତରରେ ଗଡକରୀ ଏହା ଶତପ୍ରତିଶତ ସମ୍ଭବ ବୋଲି କହିଛନ୍ତି। ସେ କହିଛନ୍ତି, “ଏହା କଷ୍ଟକର। କିନ୍ତୁ ଅସମ୍ଭବ ନୁହେଁ। ଏହା ମୋ ସ୍ୱପ୍ନ।”
ସେ କହିଛନ୍ତି, ଭାରତ ସରକାର ତେଲ ଆମଦାନୀ ପାଇଁ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଟଙ୍କାରେ ଚାଷୀଙ୍କ ଜୀବନରେ ସୁଧାର ଆସିପାରିବ। ଗାଁରେ ବିକାଶ ହୋଇ ପାରିବ ଓ ଯୁବଗୋଷ୍ଠୀ ନିଯୁକ୍ତି ପାଇ ପାରିବେ। ଗଡ଼କାରୀ ଉକ୍ତ ଟାର୍ଗେଟ କେବେ ପୂରଣ ହେବ, ତା’ର ନିର୍ଦ୍ଦିଷ୍ଟ ସମୟସୀମା କିନ୍ତୁ ଦେଇ ନାହାନ୍ତି।
ଗଡକରୀଙ୍କ କହିବା କଥା ଯେ ହାଇବ୍ରିଡ ଗାଡ଼ି ଉପରେ ଲାଗୁଥିବା ଜିଏସଟିକୁ ୫% ଓ ଫ୍ଲେକ୍ସ ଇଞ୍ଜିନଗୁଡ଼ିକ ଉପରେ ୧୨% ଜିଏସ୍ଟି ଲାଗୁ କରିବାକୁ ଗୋଟିଏ ପ୍ରସ୍ତାବ ଅର୍ଥମନ୍ତ୍ରଣାଳୟ ପାଖକୁ ଯାଇଛି। ଏହା ଉପରେ ମନ୍ତ୍ରଣାଳୟ ବିଚାର କରୁଛି। ବାୟୋ ତୈଳକୁ ବ୍ୟବହାର କରିପାରିଲେ ଦେଶ ଆମାଦାନୀ କରୁଥିବା ତୈଳର ପରିମାଣ ହ୍ରାସ ପାଇପାରିବ ବୋଲି ମଧ୍ୟ ଗଡକରୀ କହିଛନ୍ତି।
ସେ ଆହୁରି କହିଛନ୍ତି, “ଏହି ଯୋଜନା କେବଳ ପୂରଣ ହେବ, ତା’ର ତାରିଖ ଓ ସମୟ ଧାର୍ଯ୍ୟ କରିବା କଷ୍ଟକର। ଏହା କଷ୍ଟକର ସତ କିନ୍ତୁ ଅସମ୍ଭବ ନୁହେଁ। ମୁଁ କାରରେ ସବୁଆଡ଼େ ଯାଉଛି। ଏହା ହାଇଡ୍ରୋଜେନରେ ଚାଲିଛି। ଆପଣ ବିଦ୍ୟୁତ ଚାଲିତ କାର ମଧ୍ୟ ସମସ୍ତଙ୍କ ପାଖରେ ଉପଲବ୍ଧ ଥିବା ଦେଖୁଛନ୍ତି।
ଯେଉଁମାନେ ଏହା ଅସମ୍ଭବ ବୋଲି କହୁଥିଲେ ଏବେ ସେମାନଙ୍କ ମତାମତ ବଦଳିଛି। ବିଗତ ୨୦ ବର୍ଷ ମଧ୍ୟରେ ଅନେକ କିଛି ବଦଳିଛି। ଟାଟା ଓ ଅଶୋକ ଲିଲ୍ୟାଣ୍ଡ ଡାଇଡ୍ରୋଜେନରେ ଚାଲିଥିବା ଟ୍ରକ ଲଞ୍ଚ କରିଛନ୍ତି।
ଏଲଏନଜି ଓ ସିଏନଜିରେ ଚାଲୁଥିବା ଟ୍ରକ ମଧ୍ୟ ମାର୍କେଟକୁ ଆସିଛି। ଦେଶରେ ବାୟୋ ସିଏନଜିର ୩୫୦ ଫ୍ୟାକ୍ଟ୍ରୀ ରହିଛି। ନିଶ୍ଚିତ ଭାବେ ଗୋଟିଏ ବୈପ୍ଲବିକ ପରିବର୍ତ୍ତନ ହୋଇଛି। ତୈଳ ଆମଦାନୀ ବନ୍ଦ ହେବ ଓ ଭାରିତ ଆତ୍ମନିର୍ଭର ହେବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
