Advertisment

ଏସସିଓ ବୈଠକ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ ଭାରତ

ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ କିମ୍ବା ବୈଦେଶିକ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ବୈଠକରେ ଯୋଗ ଦିଅନ୍ତି, ତା’ହେଲେ ନୂଆ ଇତିହାସ ସୃଷ୍ଟି ହେବ। କାରଣ ୨୦୧୧ ପରଠାରୁ ପାକିସ୍ତାନର ଶୀର୍ଷ ସ୍ତରୀୟ ନେତା ଭାରତ ଆସି ନାହାନ୍ତି।

author-image
Hemant Lenka
Shehbaz Sharif

Shehbaz Sharif

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଆସନ୍ତା ସଙ୍ଘାଇ କୋପରେସନ ଅର୍ଗାନାଇଜେସନ(ଏସସିଓ)ରେ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିବେ ଭାରତ ସରକାର। ଚଳିତ ବର୍ଷ ମେ’ ମାସରେ ଏହି ବୈଠକ ଅନୁଷ୍ଠିତ ହେବ। ଦିନକ ପୂର୍ବରୁ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଏସ୍‌ସିଓ ସମ୍ମିଳନୀ ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଓ ଚାଇନିଜ ବୈଦେଶିକ ମନ୍ତ୍ରୀ କ୍ୟୁନ୍‌ ଗାଙ୍ଗଙ୍କୁ ନିମନ୍ତ୍ରଣ କରାଯାଇଥିଲେ। ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ମଧ୍ୟ ଭାରତ ସରକାର ଡାକିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ପରମ୍ପରାରେ ଅନୁସାରେ, ଭାରତ ପକ୍ଷରୁ ଭୁଟ୍ଟୋ ଓ ଗାଙ୍ଗଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ସେମାନେ ଏହି ବୈଠକରେ ଯୋଗଦେବେ କି ନାହିଁ, ସେକଥା ଜଣାପଡ଼ିନି। ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ କିମ୍ବା ବୈଦେଶିକ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ବୈଠକରେ ଯୋଗ ଦିଅନ୍ତି, ତା’ହେଲେ ନୂଆ ଇତିହାସ ସୃଷ୍ଟି ହେବ। କାରଣ ୨୦୧୧ ପରଠାରୁ ପାକିସ୍ତାନର ଶୀର୍ଷ ସ୍ତରୀୟ ନେତା ଭାରତ ଆସି ନାହାନ୍ତି। ୨୦୧୧ରେ ଶେଷଥର ପାଇଁ ତତ୍କାଳୀନ ପାକ୍‌ ବୈଦେଶିକ ମନ୍ତ୍ରୀ ହିନା ରାବ୍ବନି ଖର ଭାରତ ଆସିଥିଲେ।

ସୀମା ବିବାଦ ଓ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ବିଶେଷ କରି ୨୦୧୯ ପୁଲୱାମା ଆତଙ୍କୀ ହମଲା ପରେ ଜୈଶ-ଇ-ମହମ୍ମଦ ଠିକଣା ଉପରେ ଭାରତ ଏୟାର ଷ୍ଟ୍ରାଇକ କରିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସେହିପରି ୨୦୧୯ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ସହ ଧାରା ୩୭୦ ଉଠାଇ ଦେଇଥିଲେ। ଏହାକୁ ପାକିସ୍ତାନ ବିରୋଧ କରିବାରୁ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।

Advertisment

ଏସବୁ ଭିତରେ ଭାରତ ସମେତ ୮ଟି ଦେଶକୁ ନେଇ ଗଠିତ ଏସ୍‌ସିଓର ଅଧ୍ୟକ୍ଷତା ଦାୟିତ୍ୱ ମିଳିଛି। ଏସ୍‌ସିଓ ବୈଦେଶିକ ମନ୍ତ୍ରୀମାନେ ଗୋଆରେ ଚଳିତ ବର୍ଷ ମେ’ ମାସରେ ବୈଠକ କରିବାର ଅଛି। ଏସ୍‌ସିଓରେ ଚାଇନା, ରୁଷ, କାଜଖସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ, ପାକିସ୍ତାନ ଓ ଭାରତ ରହିଛନ୍ତି। ତେଣୁ ଭାରତ ସରକାର ସବୁ ସଦସ୍ୟ ଓ ସହଯୋଗୀ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇଛି।

Pakistan India