ଇଣ୍ଡିଆ ଟୁଡେର ଏକଜିଟ ପୋଲ: କର୍ଣ୍ଣାଟକାରେ ବିଜେପିକୁ ଜଳକା କରିବ କଂଗ୍ରେସ

କର୍ଣ୍ଣାଟକାର ୨୨୪ଟି ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩।

Congress

କଂଗ୍ରେସ ଅଧ୍ୟକ୍ଷଙ୍କ ସହ ବରିଷ୍ଠ ନେତା (ଫାଇଲ ଫଟୋ)

Hemant Lenka
  • Published: Wednesday, 10 May 2023
  • Updated: 11 May 2023, 12:26 PM IST

Sports

Latest News

କର୍ଣ୍ଣାଟକାରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବ କଂଗ୍ରେସ। ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ସହ କଂଗ୍ରେସ କ୍ଷମତାକୁ ଫେରିବ। ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

୨୦୧୯ ସାଧାରଣ ନିର୍ବାଚନ ଓ ଏକାଧିକ ରାଜ୍ୟ ବିଧାନସଭା ନିର୍ବାଚନରେ ସଠିକ ଏକଜିଟ ପୋଲ ଦେଇ ବିଶ୍ୱାସ ଜିତି ପାରିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏଥର କଂଗ୍ରେସର ଜିତା ପଟ ହେବ ବୋଲି ପୂର୍ବାନୁମାନ କରିଛି।

ଏକାଧିକ ଗଣମାଧ୍ୟମ କର୍ଣ୍ଣାଟକାରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରିଥିବା ବେଳେ ଇଣ୍ଡିଆ ଟୁଡେ ଓ ଆକ୍ସିସ ମାଇଁ ଇଣ୍ଡିଆ କଂଗ୍ରେସ ବହୁମତ ସହ ସରକାର ଗଠନ କରିବ ବୋଲି ରିପୋର୍ଟ ଦେଇଛି।

Also Read

କର୍ଣ୍ଣାଟକାର ୨୨୪ଟି ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ଇଣ୍ଡିଆ ଟୁଡେ ଓ ଆକ୍ସିସ ମାଇଁ ଇଣ୍ଡିଆ ତା’ର ଏକଜିଟ ପୋଲରେ କହିଛି ଯେ କଂଗ୍ରେସ ୧୨୨ରୁ ୧୪୦ଟି ଆସନ ଜିତିବ। ଏହାର ଅର୍ଥ କଂଗ୍ରେସ ଏକାକୀ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ହେବ।

୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୮୦ଟି ଆସନ ଜିତିଥିଲା। ଏହାପରେ ଜେଡିଏସ୍‌ ସହ ମିଶି ସରକାର ଗଠନ କରିଥିଲେ। କିନ୍ତୁ ୨ ବର୍ଷ ମଧ୍ୟରେ ଏହି ସରକାର ଭୁଶୁଡ଼ି ପଡ଼ିବାରୁ ୧୦୪ଟି ଆସନ ଜିତିଥିବା ବିଜେପି ଶାସନ ଗାଦି ଦଖଲ କରିଥିଲା। ଏଥର କିନ୍ତୁ ସେମିତି କିଛି ହେବନି। କଂଗ୍ରେସ ଏକାକୀ ସରକାର ଗଠନ କରିବ।

ଇଣ୍ଡିଆ ଟୁଡେ ଓ ଆକ୍ସିସ ମାଇଁ ଇଣ୍ଡିଆ କଂଗ୍ରେସକୁ ୧୨୨ରୁ ୧୪୦ ଆସନ ଦେଇଥିବା ବେଳେ ବିଜେପି ୬୨ରୁ ୮୦ ଓ ଜେଡିଏସ ୨୦ରୁ ୨୫ଟି ଆସନ ପାଇବ। ସେହିପରି ଅନ୍ୟାନ୍ୟ ଦଳ ୦ରୁ ୩ଟି ଆସନ ଜିତି ପାରନ୍ତି।

ଏକ୍ସଜିଟ୍‌ ପୋଲରେ କଂଗ୍ରେସ ଜିତିବ ବୋଲି କୁହାଯାଉଥିବା ବେଳେ ଚୂଡ଼ାନ୍ତ ରେଜଲ୍ଟ ମେ’ ୧୩ ତାରିଖରେ ପ୍ରକାଶ ପାଇବ। ଏହାବାଦ ଉପକୂଳ କର୍ଣ୍ଣାଟକାରେ ବିଜେପି ୧୯ଟି ଆସନରୁ ୧୬ଟିରେ, କଂଗ୍ରେସ ୩ଟି ଓ ଜେଡିଏସ୍ ଖାତା ଖୋଲିବାକୁ ସକ୍ଷମ ହେବନି ବୋଲି ଇଣ୍ଡିଆ ଟୁଡେ ଓ ଆକ୍ସିସ ମାଇଁ ଇଣ୍ଡିଆ କହିଛି। ବେଙ୍ଗାଲୁରୁ ରିଜନରେ କଂଗ୍ରେସ ୨୮ଟି ଆସନରୁ ୧୭ଟି ଓ ବିଜେପି ୧୯ଟି ଆସନ ପାଇବ।

ଅନ୍ୟପକ୍ଷରେ ଅନ୍ୟାନ୍ୟ ଗଣମାଧ୍ୟମ ସଂସ୍ଥା ମଧ୍ୟ ସେମାନଙ୍କର ଏକଜିଟ ପୋଲ ସାର୍ବଜନୀନ କରିଛନ୍ତି। 

ଏବିପି ନ୍ୟୁଜ ସି ଭୋଟରର ଏକଜିଟ ପୋଲ ଅନୁଯାୟୀ, କର୍ଣ୍ଣାଟକାରେ ବିଜେପି ୮୩ରୁ ୯୫, କଂଗ୍ରେସ ୧୦୦ରୁ ୧୧୨, ଜେଡିଏସ ୨୧ରୁ ୨୯ଟି ଆସନ ଓ ଅନ୍ୟାନ୍ୟ ଦଳ ୨ରୁ ୬ଟି ଆସନ ଜିତିବେ।

ନ୍ୟୁଜ ନେଶନ-ସିଜିଏସ୍‌ କହିଛି ଯେ ବିଜେପି ୧୧୪, କଂଗ୍ରେସ ୮୬, ଜେଡିଏସ ୨୧ଟି ଓ ଅନ୍ୟାନ୍ୟ ଦଳ ୩ ଆସନ ଦଖଲ କରିବ।

ଟାଇମ୍ସ ନାଓ-ଇଟିଜି ଅନୁମାନ କରିଛି ଯେ କଂଗ୍ରେସ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିନେବ। ସଂସ୍ଥା କହିଛି ଯେ କଂଗ୍ରେସ ୧୧୩ଟି, ବିଜେପି ୮୫, ଜେଡିଏସ୍‌ ୨୩ଟି ଓ ଅନ୍ୟାନ୍ୟ ଦଳ ୩ ଆସନ ଜିତିବେ।

ଇଣ୍ଡିଆ ଟିଭି-ସିଏନଏକ୍ସ ମଧ୍ୟ କଂଗ୍ରେସ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିବ ବୋଲି ଆକଳନ କରିଛି। ଉକ୍ତ ଗଣମାଧ୍ୟମ ଆକଳନ କରିଛି ଯେ ବିଜେପି ୮୦ରୁ ୯୦ଟି, କଂଗ୍ରେସ ୧୧୦ରୁ ୧୨୦, ଜେଡିଏସ୍‌ ୨୦ରୁ ୨୪ଟି ଓ ଅନ୍ୟାନ୍ୟ ଦଳ ୧ରୁ ୩ଟି ଆସନ ପାଇବେ।

ରିପବ୍ଲିକ ଟିଭିର ଏକଜିଟ ପୋଲ ଅନୁଯାୟୀ, ବିଜେପି ଠାରୁ କଂଗ୍ରେସ ଅଧିକ ଆସନ ଜିତିବ। ଏହି ସଂସ୍ଥା କହିଛି ଯେ ବିଜେପି ୮୫ରୁ ୧୦୦ଟି, କଂଗ୍ରେସ ୯୪ରୁ ୧୦୮, ଜେଡିଏସ୍‌ ୨୪ରୁ ୩୨ଟି ଓ ଅନ୍ୟାନ୍ୟ ଦଳ ୨-୬ଟି ଆସନ ଜିତିବ।

ଜନକ କୀ ବାତ୍‌ର ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ୯୪ରୁ ୧୧୭, କଂଗ୍ରେସ ୯୧ରୁ ୧୦୬, ଜେଡିଏସ୍‌ ୧୪ରୁ ୨୪ଟି ଓ ଅନ୍ୟାନ୍ୟ ଦଳ ୦ରୁ ୨ ଆସନ ପାଇବେ।

ଟିଭି ୯ ଭାରତ ବର୍ଷ ବିଜେପିକୁ ୮୮ରୁ ୯୮, କଂଗ୍ରେସକୁ ୯୯ରୁ ୧୦୯, ଜେଡିଏସ୍‌କୁ ୨୧ରୁ ୨୬ ଓ ଅନ୍ୟାନ୍ୟ ଦଳକୁ ୦ରୁ ୪ଟି ଆସନ ଦେଇଛି।

ଜି ନ୍ୟୁଜର ଏକଜିଟ ପୋଲ ଅନୁଯାୟୀ, ବିଜେପି ୭୯ରୁ ୯୪ଟି ଆସନ, କଂଗ୍ରେସ ୧୦୩ରୁ ୧୧୮, ଜେଡିଏସ୍‌ ୨୫ରୁ ୩୩ଟି ଆସନ ଓ ଅନ୍ୟାନ୍ୟ ଦଳ ୨ରୁ ୫ଟି ଜିତିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story