Advertisment

ଇଣ୍ଟରନେଟ ଶଟଡାଉନ କରିବାରେ ଭାରତ ବିଶ୍ୱରେ ୧ନଂ

ବିଦାୟୀ ବର୍ଷ ୨୦୨୨ରେ ସମଗ୍ର ବିଶ୍ୱରେ ୧୮୭ଟି ଇଣ୍ଟରନେଟ ଶଟଡାଉନ ଘଟଣା ରେକର୍ଡ କରାଯାଇଛି। ଏହା ମଧ୍ୟରୁ ୮୪ ଥର ଭାରତରେ ଇଣ୍ଟରନେଟକୁ ବନ୍ଦ କରାଯାଇଛି।

Internet

Internet

Advertisment

ଡିଜିଟାଲ ଇଣ୍ଡିଆ ଓ ଜିଡିଟାଲ କାରବାର କଥା କହୁଥିବା ଭାରତରେ ଇଣ୍ଟରନେଟକୁ କେମିତି ବନ୍ଦ କରାଯାଉଛି, ତା’ର ରିପୋର୍ଟ ସାମ୍ନାକୁ ଆସିଛି। ୨୦୨୨ ବର୍ଷରେ ସମଗ୍ର ବିଶ୍ୱରେ ଭାରତ ଏମିତି ଏକ ଦେଶ ଯେଉଁଠି ସର୍ବାଧିକ ଥର ଇଣ୍ଟରନେଟ ଶଟଡାଉନ ବା ଇଣ୍ଟରନେଟକୁ ପ୍ରଶାସନ ବନ୍ଦ କରିଛି। ଡିଜିଟାଲ ଅଧିକାର ପାଇଁ ଓକିଲାତି କରୁଥିବା କମ୍ପାନୀ Access Now ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ କରାଯାଇଛି।

Advertisment

ବିଦାୟୀ ବର୍ଷ ୨୦୨୨ରେ ସମଗ୍ର ବିଶ୍ୱରେ ୧୮୭ଟି ଇଣ୍ଟରନେଟ ଶଟଡାଉନ ଘଟଣା ରେକର୍ଡ କରାଯାଇଛି। ଏହା ମଧ୍ୟରୁ ୮୪ ଥର ଭାରତରେ ଇଣ୍ଟରନେଟକୁ ବନ୍ଦ କରାଯାଇଛି। କେବଳ କଶ୍ମୀରରେ ଏହି ସଂଖ୍ୟା ୪୯ ରହିଛି। ସରକାର ଓ ପ୍ରଶାସନ ବିଭିନ୍ନ ଆଳରେ ଏପରି ଇଣ୍ଟରନେଟ ଶଟଡାଉନ କରି ଲୋକଙ୍କ ଡିଜିଟାଲ ଅଧିକାର ଉପରେ ରୋକ ଲଗାଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଣ୍ଟରନେଟ ଶଟଡାଉନ କରିବା ମାମଲାରେ ଭାରତ କ୍ରମାଗତ ୫ମ ବର୍ଷ ପାଇଁ ସମଗ୍ର ବିଶ୍ୱରେ ୧ନଂ ସ୍ଥାନରେ ରହିଛି। ଭାରତକୁ ବାଦ ଦେଲେ ମଧ୍ୟ ୨୦୨୨ରେ ପୂରା ବିଶ୍ୱରେ ସବୁଠାରୁ ଅଧିକ ଥର ଇଣ୍ଟରନେଟ ଶଟଡାଉନ କରାଯାଇଛି।

Advertisment

ରାଜନୀତିକ ଅସ୍ଥିରତା ଓ ହିଂସାକାଣ୍ଡ ପାଇଁ ସ୍ଥାନୀୟ ପ୍ରଶାସନ ଜମ୍ମୁ-କଶ୍ମୀରରେ ୪୯ଥର ଇଣ୍ଟରନେଟ ବ୍ୟବହାର ଉପରେ ରୋକ ଲଗାଇଥିଲା। ଏପରି କି ଜାନୁଆରୀ-ଫେବୃଆରୀରେ ୧୬ ଥର କ୍ରମାଗତ ୩ ଦିନ ଲେଖାଏ କର୍ଫ୍ୟୁ ଷ୍ଟାଇଲ ଶଟଡାଉନ ମଧ୍ୟ ଲାଗୁ ହୋଇଛି ବୋଲି Access Now କହିଛି।

ବିଶ୍ୱର ୩୫ଟି ଦେଶ ୨୦୨୨ରେ ୧୮୭ ଥର ଇଣ୍ଟରନେଟ ଶଟଡାଉନ ଲାଗୁ କରିଛନ୍ତି। ଭାରତ ତାଲିକାରେ ୧ନଂ ସ୍ଥାନରେ ଥିବା ବେଳେ ରୁଷ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୁଷ ୨୨ ଥର ଇଣ୍ଟରନେଟ ଶଟଡାଉନ କରିଛି। ଇଥୋପିଆ ପକ୍ଷରୁ ଟିକରୟରେ ଦୀର୍ଘ ୨ ବର୍ଷ ହେଲା ଇଣ୍ଟରନେଟ ଶଟଡାଉନ କରାଯାଇଛି। ମିଆଁମାରରେ ଏହି ସଂଖ୍ୟା ୭ ରହିଛି।

୨୦୨୨ ମେ’ ମାସରେ ମିଳିତ ଜାତିସଂଘର ମାନବାଧିକାର ଅଫିସ କହିଥିଲା ଯେ ଇଣ୍ଟରନେଟ ଶଟଡାଉନର ପ୍ରଭାବ ଅର୍ଥନୀତି ଠାରୁ ଆରମ୍ଭ କରି ଆର୍ଥିକ କାରବାର, ବ୍ୟବସାୟ, ଶ୍ରମ ମାର୍କେଟ ଓ ଡିଜିଟାଲ ସେବା ଉପରେ ପଡ଼ିଥାଏ। ଶଟଡାଉନ ଯୋଗୁ ପୁଞ୍ଜିନିବେଶ ପରିବେଶକୁ ମଧ୍ୟ ଦ୍ୱନ୍ଦ୍ୱ ମଧ୍ୟକୁ ଠେଲି ଦେଇଥାଏ। ଏହା ସତ୍ତ୍ୱେ ଭାରତ ଇଣ୍ଟରନେଟ ଶଟଡାଉନରେ ୧ନଂ ସ୍ଥାନରେ ରହିଛି।

India Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe