Advertisment

ତୁରନ୍ତ ଦେଶ ଛାଡ଼, ଭାରତୀୟଙ୍କ ପାଇଁ ରାତି ଅଧିଆ ଜାରି ହେଲା ଆଡଭାଇଜରୀ

ସିରିଆରେ ସପ୍ତାହେ ହେବ ଲାଗି ରହିଛି ଗୃହଯୁଦ୍ଧ। ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ ଆରମ୍ଭ କରିଛନ୍ତି। ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

Syrian rebels

Syrian rebels

Advertisment

ତୁରନ୍ତ ସିରିଆ ଛାଡ଼। ସରିଆରେ ବଢ଼ୁଥିବା ଗୃହଯୁଦ୍ଧକୁ ଦୃଷ୍ଟିରେ ରଖି ରାତି ଅଧିଆ ଭାରତୀୟଙ୍କ ପାଇଁ ଏଭଳି କିଛି ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରଣାଳୟ। ଭାରତୀୟ ନାଗରିକଙ୍କୁ ସିରିଆ ଛାଡିବାକୁ କହିବା ସହ ସିରିଆ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି। ସେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ସିରିଆର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।

ଯେଉଁ ଭାରତୀୟମାନେ ସିରିଆ ଛାଡି ପାରୁନାହାନ୍ତି ସେମାନେ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଦୂତାବାସର ଜରୁରୀକାଳୀନ ହେଲ୍ପଲାଇନ ନମ୍ବର +963 993385973 ଜାରି କରାଯାଇଛି। ଏଥିସହ ଇମେଲ id hoc.damascus@mea.gov.in କୁ ମେଲ୍‌ କରିବାକୁ ଅନୁରୋଧ କରାଯାଇଛି।

Advertisment

ସିରିଆରେ ସପ୍ତାହେ ହେବ ଲାଗି ରହିଛି ଗୃହଯୁଦ୍ଧ। ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ ଆରମ୍ଭ କରିଛନ୍ତି। ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସିରିଆରେ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ସତ୍ତାରୁ ହଟାଇ କବଜା କରିବାକୁ ଚାହୁଁଛି ହୟାତ।

ବିଦ୍ରୋହୀ ଗୋଷ୍ଠୀ ହୟାତ ତହରିର ଅଲ ଶାମ, ଦେଶର ଦୁଇଟି ପ୍ରମୁଖ ସହର ଅଲପ୍ପା ଓ ହମା ଉପରେ କବଜା କରି ନେଇଛନ୍ତି। ଏବେ ହୋମ୍ସ ସହର କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସିରିଆ ସେନା ବିଦ୍ରୋହୀଙ୍କୁ ଅଟକାଇବାକୁ ଚେଷ୍ଟା ଚଳାଇଛି। ଏଥିରେ ଭୟଙ୍କର ହିଂସା ଦେଖିବାକୁ ମିଳିଛି। ବିଦ୍ରୋହୀ ଦଳ ହୟାତ ତହରିର ଅଲ ଶାମ ମୁଖ୍ୟ ଅବୁ ମହମ୍ମଦ ଅଲ୍‌-ଜୋଲାନି, ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ଗାଦିଚ୍ୟୁତ କରି ଶାସନ କ୍ଷମତା ହାତେଇବାକୁ ଚାହୁଁଛନ୍ତି।

Syria Crisis India Urgent Advisory Ministry Of External Affairs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe