Advertisment

ଟ୍ରମ୍ପଙ୍କ H-1B ଭିସା ଝଟକା ପରେ ବଢ଼ିଲା ବିମାନ ଭଡ଼ା, ଏୟାରପୋର୍ଟରେ ପ୍ରବଳ ଭିଡ଼

ଏହି ଘୋଷଣା ପରେ ଆମେରିକା ସମେତ ବିଭିନ୍ନ ଏୟାରପୋର୍ଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଅନେକ ଭାରତୀୟ ମଧ୍ୟ ଘୋଷଣା ପରେ ନିଜର ବିମାନରୁ ଓହ୍ଲାଇ ଆମେରିକାରେ ରହିବାକୁ ବାଧ୍ୟ ହୋଇଛନ୍ତି।

author-image
Hemant Lenka
Trump

Trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ୍‌ ଏଚ-୧ବି ଭିସା ଫି’କୁ ୧ ଲକ୍ଷ ଡଲାର ବା ପ୍ରାୟ ୯୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ଏହି ଭିସା ନିୟମ ଆସନ୍ତାକାଲି ଠାରୁ ଲାଗୁ ହେବ ବୋଲି ସେ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ଘୋଷଣା ପରେ ଆମେରିକା ସମେତ ବିଭିନ୍ନ ଏୟାରପୋର୍ଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

Advertisment

ଅନେକ ଭାରତୀୟ ମଧ୍ୟ ଘୋଷଣା ପରେ ନିଜର ବିମାନରୁ ଓହ୍ଲାଇ ଆମେରିକାରେ ରହିବାକୁ ବାଧ୍ୟ ହୋଇଛନ୍ତି। ସାନ ଫ୍ରାନ୍ସିସକୋରୁ ଆରମ୍ଭ କରି ଆମେରିକାର ବିଭିନ୍ନ ଏୟାରପୋର୍ଟରେ ଏପରି ଚିତ୍ର ଦେଖିବାକୁ ମିଳିଛି। ବିମାନରେ ବସି ସାରିଥିଲେ ହେଁ ସେମାନେ ଟ୍ରମ୍ପଙ୍କ ଘୋଷଣା ପରେ ସେଥିରୁ ଓହ୍ଲାଇ ପଡ଼ିଛନ୍ତି। ଏହାକୁ ନେଇ ଏୟାରପୋର୍ଟରେ ବେଶ ହଟଚମଟ ଦେଖାଯାଇଛି। ଟ୍ରମ୍ପଙ୍କ ଭିସା ନୀତି ଯୋଗୁ ସେମାନେ ବର୍ତ୍ତମାନ ପରିସ୍ଥିତିରେ ଆମେରିକା ଛାଡ଼ିବା ମୁଡରେ ନାହାନ୍ତି।

ଆଗକୁ ଦୁର୍ଗା ପୂଜା ଥିବାରୁ ଆମେରିକାରେ କାମ କରୁଥିବା ଭାରତୀୟ ମଧ୍ୟ ସ୍ୱଦେଶ ଫେରନ୍ତି। ହେଲେ ଟ୍ରମ୍ପଙ୍କ ଭିସା ବୃଦ୍ଧି ନିଷ୍ପତ୍ତି ସେମାନଙ୍କ ସବୁ ଯୋଜନାରେ ପାଣି ପକାଇ ଦେଇଛି।

Advertisment

ସେହିପରି ସ୍ୱଦେଶ ଆସିଥିବା ଭାରତୀୟମାନେ ମଧ୍ୟ ଆସନ୍ତାକାଲି ସୁଦ୍ଧା ଆମେରିକାରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ଭାରତରୁ ଆମେରିକାକୁ ସିଧାସଳଖ ଉଡ଼ାଣ କରୁଥିବା ବିମାନଗୁଡ଼ିକର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ବିମାନ ଭଡ଼ା ମଧ୍ୟ ହଠାତ୍‌ ନିଆଁ ଭଳି ବଢ଼ି ଯାଇଛି। ତଥାପି ଲୋକଙ୍କୁ ଟିକେଟ ମିଳୁନାହିଁ। ସେମାନଙ୍କୁ ଆଜି ରାତି ସୁଦ୍ଧା ପହଞ୍ଚିବାକୁ ଥିଲେ ହେଁ ଏବେ ସେମାନେ ବିମାନ ଅଭାବରୁ ଆମେରିକାରେ ପହଞ୍ଚିବା ଏକ ପ୍ରକାରର ଅସମ୍ଭବ ହୋଇଯାଇଛି। ଆମେରିକା ଦେଉଥିବା ଏଚ୍‌-୧ବି ଭିସାଧାରୀଙ୍କ ମଧ୍ୟରେ ୭୧% ହେଉଛନ୍ତି ଭାରତୀୟ। ତେଣୁ ଟ୍ରମ୍ପ ଭିସା ବୃଦ୍ଧି ନିଷ୍ପତ୍ତି ଭାରତୀୟଙ୍କୁ ବେଶ ସମସ୍ୟାରେ ପକାଇଛି।

ଟ୍ରମ୍ପ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେପ୍ଟେମ୍ବର ୨୧ ତାରିଖ ଭାରତୀୟ ସମୟ ସକାଳ ୯.୩୧ରୁ ନୂଆ ଭିସା ନିୟମ ଲାଗୁ ହେବ। ସେହିପରି ଆମେରିକା ସମୟ ଆଜି ରାତି ୧୨.୦୧ରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ କୌଣସି ଏଚ୍‌-୧ବି ଭିସାଧାରୀଙ୍କୁ ସେମାନଙ୍କ କମ୍ପାନୀ ୧ ଲକ୍ଷ ଡଲାର ନ ଦେବା ଯାଏ ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

ସେପ୍ଟେମ୍ବର ୨୧ ଡେଡଲଇନ ପୂର୍ବରୁ ଧାଁଧପଡ଼

ମାଇକ୍ରୋସଫ୍ଟ, ଜାପି ମୋର୍ଗାନ ଓ ଆମାଜନ ଭଳି କମ୍ପାନୀଗୁଡ଼ିକ ନିଜର ଏଜ୍-୧ଭି ଭିସାଧାରୀ କର୍ମଚାରୀଙ୍କୁ ଆମେରିକରା ନ ଛାଡ଼ିବାକୁ କହିଛନ୍ତି। ସେହିପରି ଦେଶ ବାହାରେ ଥିବା କର୍ମଚାରୀଙ୍କୁ ରବିବାର ସୁଦ୍ଧା ଆମେରିକା ଫେରି ଆସିବାକୁ ମଧ୍ୟ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁ ଏଚ-୧ବି ଭିସାଧାରୀମାନେ ଭାରତକୁ ଛୁଟି କାଟିବାକୁ କିମ୍ବା ବିଜନେସ ଟ୍ରିପରେ ଆସିଛନ୍ତି, ସେମାନେ ଧାର୍ଯ୍ୟ ସମୟ ପୂର୍ବରୁ ଆମେରିକା ଫେରି ପାରିବେ ନାହିଁ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଛି। କାରଣ ଏବେ ଆଉ ସିଧାସଳଖ ବିମାନ ଭାରତରୁ ଆମେରିକାକୁ ନାହିଁ।

ଆମେରିକା ଇମଗ୍ରିସେନ ଆଟର୍ଣ୍ଣି ସାଇରସ ମେହତା କହିଛନ୍ତି, “ଯଦି ସେପ୍ଟେମ୍ବର ୨୧ ମଧ୍ୟରାତ୍ର ସୁଦ୍ଧା ଯେଉଁ ଏଚ୍‌-୧ବି ଭିସାଧାରୀ ଆମେରିକାରେ ପହଞ୍ଚି ପାରିବେ ନାହିଁ, ସେମାନଙ୍କୁ ବାହାରେ ହିଁ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ଭାରତରେ ଥିବା ଏଚ୍‌-୧ବି ଭିସାଧାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ଆମେରିକାରେ ପହଞ୍ଚିବା ଅସମ୍ଭବ। କାରଣ ଭାରତରୁ ଏବେ ଆଉ କୌଣସି ସିଧାସଳଖ ବିମାନ ନାହିଁ।”

ଟ୍ରମ୍ପଙ୍କ ଘୋଷଣା ପରେ ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ସିଧାସଳଖ ବିମାନର ଟିକେଟ ଦାମ ହଠାତ୍‌ ୩୭ ହଜାରରୁ ବଢ଼ି ୭୦ରୁ ୮୦ ହଜାର ଟଙ୍କା ଛୁଇଁ ଥିଲା। ଆମେରିକା ଫେରିବାକୁ ଅନେକ ଅପେକ୍ଷା କରିଥିଲେ ହେଁ ସେମାନଙ୍କୁ ବର୍ଦ୍ଧିତ ଦାମ ସତ୍ତ୍ୱେ ଟିକେଟ ମିଳିନାହିଁ।

Donald Trump