Advertisment

ଆହୁରି ଶକ୍ତିଶାଳୀ ହେବ ତିନି ସେନା; ₹୩୨,୦୦୦ କୋଟିର ଡ୍ରୋନ୍ ଆଣିବ ଭାରତ

ଆମେରିକା ଯେଉଁ ଡ୍ରୋନ୍ ସାହାଯ୍ୟରେ ଓସମା ବିନ୍ ଲାଡେନର ସନ୍ଧାନ କରିଥିଲା, ସେହି ଡ୍ରୋନ୍ ଆଣିବାକୁ ଚୁକ୍ତି କରିଛି ଭାରତ।

Drone

Drone

Advertisment

ଆହୁରି ଦୃଢ ହେବ ତିନି ସେନାର ଶକ୍ତି। ଭାରତ ସରକାର ଆମେରିକା ସହ ଏକ ବଡ଼ ଚୁକ୍ତି କରିଛନ୍ତି। ଦେଶକୁ ଆସିବ ଆମେରିକାର ଶକ୍ତିଶାଳୀ ପ୍ରିଡେଟର MQ-9B ଡ୍ରୋନ୍। ଏଥିପାଇଁ ଭାରତ ସରକାର ଆମେରିକା ସହ ୩୨ ହଜାର କୋଟି ଟଙ୍କାର ଡିଲ୍ କରିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ତଳେ ଆମେରିକା ଗସ୍ତ କରି ଫେରିବା ପରେ ଏହି ଖବର ସାମ୍ନାକୁ ଆସିଛି। ୩୧ଟି ପ୍ରିଡେଟର ଆଣିବା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଆମେରିକାର ସାମରିକ ଏବଂ କର୍ପୋରେଟ୍ ଅଧିକାରୀଙ୍କ ଟିମ୍ ଭାରତ ସରକାରଙ୍କଗ ସହ ଆଜି ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହା ବ୍ୟତୀତ ଡ୍ରୋନର ରକ୍ଷଣାବେକ୍ଷଣା ଏବଂ ମରାମତି ପାଇଁ ଭାରତରେ କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ଚୁକ୍ତି ହୋଇଛି।   

ମୋଟ ୩୧ଟି ଡ୍ରୋନ୍ ମଧ୍ୟରୁ ୧୫ ଟି ନୌସେନାକୁ, ଆଠଟି ଡ୍ରୋନ୍ ସ୍ଥଳସେନା ଏବଂ ବାୟୁସେନାକୁ ଦିଆଯିବ। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଏହି ଡିଲ୍ ଆଉ ୨,୫୦୦ କୋଟି ଟଙ୍କା ବୃଦ୍ଧି ପାଇପାରେ। ଅର୍ଥାତ୍ ୩୪,୫୦୦ କୋଟି ଟଙ୍କାର ଡ୍ରୋନ୍ ଆସିବାର ସମ୍ଭାବନା ରହିଛି।

Advertisment

ଏସବୁ ଡ୍ରୋନ୍ ଚେନ୍ନାଇ ନିକଟ INS ରାଜଲି, ଗୁଜରାଟର ପୋରବନ୍ଦର, ଉତ୍ତରପ୍ରଦେଶର ସରସବା ଏବଂ ଗୋରଖପୁର ସମେତ ଚାରିଟି ସ୍ଥାନରେ ନିୟୋଜିତ ହୋଇପାରେ। ତେବେ ଏହି ଡ୍ରୋନ୍ ଖୁବ୍ ଶକ୍ତିଶାଳୀ। ଏହା ୧୯୦୦ କିଲୋମିଟର ଉପରୁ ନଜର ରଖିବାର କ୍ଷମତା ରଖିଛି। ଏଥିସହ ଘଣ୍ଟା ପ୍ରତି ୪୮୦ କିଲୋମିଟର ବେଗରେ ମଧ୍ୟ ଉଡିପାରେ। 

ଏହା ସବୁଠାରୁ ଅତ୍ୟାଧୁନିକ ଡ୍ରୋନ୍। ଆମେରିକା ଏହି ଡ୍ରୋନ୍ ସାହାଯ୍ୟରେ ଓସମା ବିନ୍ ଲାଡେନର ସନ୍ଧାନ କରିଥିଲା। ଏହି ଡ୍ରୋନ୍ ଆକ୍ରମଣରେ ମଧ୍ୟ ଅଲ କାଏଦା ଲିଡର୍ ଅଲ ଜାୱାହାରୀ ନିପାତ ହୋଇଥିଲା। ଅନ୍ୟ କିଛି ଫିଚର୍ସ ଉପରେ ନଜର ପକାନ୍ତୁ...

  • ପ୍ରିଡେଟର ଡ୍ରୋନ୍ ୨,୧୦୦ କିଲୋଗ୍ରାମର ଓଜନ ବହନ କରି ଉଡ଼ିପାରିବ।
  • ଦୀର୍ଘ ୪୦ ଘଣ୍ଟା ଧରି ଅବିରତ ଭାବେ ଉଡ଼ିବାର କ୍ଷମତା ରଖିଛି।
  • ଯେକୌଣସି ପାଣିପାଗରେ ଜଳ, ସ୍ଥଳ ଏବଂ ବାୟୁରେ କାର୍ଯ୍ୟକ୍ଷମ ହୋଇପାରବ। 
  • ସ୍ୱୟଂଚାଳିତ ଭାବେ ବନ୍ଦ ଏବଂ ଲ୍ୟାଣ୍ଡିଂ ବା ଅବତରଣ ବି କରିପାରିବ।
  • କୌଣସି ଆକ୍ରମଣ କିମ୍ବା ଗୁପ୍ତଚର ସନ୍ଧାନ ମଧ୍ୟ କରିପାରିବ ପ୍ରିଡେଟର।  
India US Drone Deal Drone Deal Predator Drone India US Sign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe