/odisha-reporter/media/media_files/2026/02/07/usa1-2026-02-07-16-52-45.jpg)
ଭାରତ-ଆମେରିକା ଡିଲ୍
ଭାରତ-ଆମେରିକା( USA) ନୂଆ ବାଣିଜ୍ୟ ଡିଲ ଆଦୌ ଭାରତୀୟ ଚାଷୀ, ଦୁଗ୍ଧ ଉତ୍ପାଦନକାରୀ କିମ୍ବା ଗ୍ରାମୀଣ ନିଯୁକ୍ତିକୁ ଆଘାତ ଦେବ ନାହିଁ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ପୂରା ଦେଶକୁ ଆଶ୍ୱସନା ଦେଇଛନ୍ତି। ତାଙ୍କ କହିବା କଥା ଯେ ସରକାର ଟାରିଫ ଢାଞ୍ଚାକୁ ଏପରି ସଂରକ୍ଷିତ କରିଛନ୍ତ ଯେ ଯାହା ଦେଶର ସମ୍ବେଦନଶୀଳ ଖାଦ୍ୟ କ୍ଷେତ୍ରକୁ ସୁରକ୍ଷିତ କରିବ ଓ ଭାରତୀୟ ନିର୍ମାଣକାରୀ, ଟେକ ଉତ୍ପାଦନକାରୀ ଓ ଶ୍ରମ ଇଣ୍ଟିନେସିଭ ଶିଳ୍ପଗୁଡ଼ିକୁ ବିଶାଳ ରପ୍ତାନୀର ସୁଯୋଗ ଦେବ।
ପୀୟୁଷ ଗୋଏଲ କହିଛନ୍ତି ଯେ ୱାଶିଂଟନ ଅନେକ ଭାରତୀୟ ଦ୍ରବ୍ୟ ଉପରେ ଶୁଳ୍କକୁ ୫୦%ରୁ ହ୍ରାସ କରି ୧୮% କରିଛି। ଏହା ପ୍ରତିଯୋଗିମୂଳକ ଅର୍ଥନୀତି ତୁଳନାରେ ଆମେରିକାର ସବୁଠାରୁ କମ ଶୁଳ୍କ। ସମାନ ସମୟରେ ଦେଶୀୟ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ଆମେରିକୀୟ କୃଷି ରପ୍ତାନୀଗୁଡ଼ିକ ପାଇଁ ଭାରତ ତା’ରର ଦ୍ୱାର ଖୋଲିନାହିଁ। ଏହି ଚୁକ୍ତି କୃଷକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖି ଉଚ୍ଚ ମୂଲ୍ୟର କ୍ଷେତ୍ରରେ ଭାରତର ରପ୍ତାନୀ ସୁଯୋଗକୁ ବୃଦ୍ଧି କରିବ।
ଭାରତ କଣ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିଛି?
A- ମୌଳିକ ଫସଲ ଓ ମୁଖ୍ୟ ଖାଦ୍ୟ ପଦାର୍ଥ
ଲକ୍ଷ-ଲକ୍ଷ କୃଷକଙ୍କୁ ସମର୍ଥନ କରୁଥିବା ଆବଶ୍ୟକୀୟ ଖାଦ୍ୟକୁ ଭାରତ ପୂର୍ଣ୍ଣ ସୁରକ୍ଷା ଦେଇଛି। ଏହା ମଧ୍ୟରେ-
ଗହମ
ଚାଉଳ
ମକା
ସୋୟାବିନ୍ ଓ ତୈଳମଞ୍ଜି
ପୋଲ୍ଟ୍ରି ଓ ମାଂସ
ଇଥାନଲ୍
ତମ୍ବାକୁ
ଏହି ଗୁଡ଼ିକ ଉପରେ ଉଚ୍ଚ ଶୁଳ୍କ ରହିବ ଓ ଆମେରିକା ରପ୍ତାନିକାରୀଙ୍କୁ କୌଣସି ନୂଆଧରଣର ପ୍ରବେଶ ମିଳିବ ନାହିଁ।
B- ଭାରତର ସମସ୍ତ ଦୁଗ୍ଧ କ୍ଷେତ୍ର
ସବୁ ପ୍ରକାରର ଦୁଗ୍ଧ
ଛେନା
ଲହୁଣୀ
ଘିଅ
କ୍ରିମ୍
ଦହି
ପନିର
ଆମେରିକାର ଦୁଗ୍ଧ ଜାତୀୟ ଦ୍ରବ୍ୟ ପାଇଁ କୌଣସି ମାର୍କେଟ ଉପଲବ୍ଧ ହେବ ନାହିଁ ବୋଲି ସରକାର କହିଛନ୍ତି
C- ପନିପରିବା, ଫଳ ଓ ପ୍ରକ୍ରିୟାକୃତ ଖାଦ୍ୟ
ତଟକା, ଜମି ରହୁଥିବା, ଶୁଖିଲା ଓ କ୍ୟାନ ଭଳି ଶ୍ରେଣୀରେ ଥିବା ଗୋଟିଏ ଲମ୍ବା ତାଲିକାର ସାମଗ୍ରୀଗୁଡ଼ିକୁ ସରକାର ସୁରକ୍ଷିତ ରଖିଛନ୍ତି।
ତଟକା ପନିପରିବା
ଆଳୁ, ରସୁଣ, ଛତୁ, ଲାଉ, ଭେଣ୍ଡି, କ୍ୟାପ୍ସିକମ୍, ମଟର, ବିନ୍ସ, କଖାରୁ ଓ ଅନ୍ୟାନ୍ୟ ପନିପରିବା
ପ୍ରକ୍ରିୟାକୃତ ପନିପରିବା
ଆଳୁରୁ ତିଆରି ହେଉଥିବା ସମସ୍ତ ପ୍ୟାକେଟ ଖାଦ୍ୟ, ପ୍ୟାକେଟରେ ଆସୁଥିବା ମଟର, ବିନ୍ସ, ମିଶ୍ରିତ ପନିପରିବା, କ୍ୟାନ୍ ଜିନିଷ, ପ୍ୟାକେଟରେ ରହୁଥିବା କାକୁଡ଼ି ଓ ଛତୁ।
ଶୁଖିଲା ଭେଜିଟେବୁଲ ଓ ଡାଲି ଜାତୀୟ ଦ୍ରବ୍ୟ
ପିଆଜ ଓ ରସୁଣ, ଡିହାଇଡ୍ରେଟେଡ୍ ପାଉଡର୍, ଶୁଖିଲା ମଟର, କାବୁଲି ଚଣା, ବିନ୍ସ ଓ ମିଠା ଆଳୁ।
ବିଭିନ୍ନ ଫଳ
କଦଳୀ ଓ କଦଳୀ ଉତ୍ପାଦ
ଆମ୍ବ ଓ ଆମ୍ବ ଉତ୍ପାଦ
କମଳା, ଲେମ୍ବୁ, ଲାଇମ୍, ଗ୍ରେପଫ୍ରୁଟ୍
ସ୍ଟ୍ରବେରି ସହିତ ସବୁ ପ୍ରକାରର ବେରି
D- ମସଲା ଓ ଭାରତର ସ୍ୱାଦ ଐତିହ୍ୟ
ଗୋଲମରିଚ, ଲବଙ୍ଗ, ଲଙ୍କା, ଡାଲଚିନି, ଧନିଆ, ଜିରା, ହଳଦୀ, ଅଜୱାଇନ୍, ମେଥି, ସୋରିଷ, କାସିଆ(ଚାଇନିଜ ଡାଲଚିନି) ଓ ସମସ୍ତ ମସଲା ଉତ୍ପାଦ।
E. ଚା
କଳା ଚା, ଗ୍ରୀନ ଚା ଓ ଟି-ବ୍ୟାଗ୍କୁ ଭାରତର ପ୍ରସିଦ୍ଧ ଚା ଶିଳ୍ପକୁ ସୁରକ୍ଷା ଦେବା ପାଇଁ ସୁରକ୍ଷିତ ରଖାଯାଇଛି।
ସରକାର କୃଷି, ଦୁଗ୍ଧ, ମସଲା ଓ ଚା ଭଳି ଦ୍ରବ୍ୟରେ ହାତ ଲଗାଇ ନାହାନ୍ତି।
କେଉଁ ସବୁ ଆମେରିକୀୟ ଆମଦାନୀ ଉପରେ ଶୁଳ୍କ କମାଇଛି ଭାରତ
ସମ୍ବେଦନଶୀଳ କୃଷି ଶ୍ରେଣୀ ବାହାରରେ ଥିବା କ୍ଷେତ୍ର ସହ ଜଡ଼ିତ ଦ୍ରବ୍ୟ ଉପରେ ଟାରିଫ ହ୍ରାସ କରାଯାଇଛି
୧- ଶିଳ୍ପ ଓ ଉତ୍ପାଦିତ ଦ୍ରବ୍ୟ
ଭାରତ ନିମ୍ନଲିଖିତ ଉପରେ ଶୁଳ୍କ କମାଇବ କିମ୍ବା ସଂପୂର୍ଣ୍ଣ ଉଚ୍ଛେଦ କରିବ
ଯନ୍ତ୍ରପାତି
ବିଦ୍ୟୁତ ସାମଗ୍ରୀ
ଯାନବାହନ ଓ ତାହାର ଅଂଶ
ରସାୟନ
ଏହା ଉତ୍ପାଦନ ଓ ରପ୍ତାନୀକୁ ଆଗେଇ ନେବାରେ ଭାରତର ନୀତି ସହ ଜଡ଼ିତ
୨- ପ୍ରଯୁକ୍ତି, ଡାଟା ସେଣ୍ଟର ଓ ସେମିକଣ୍ଡକ୍ଟର ହାର୍ଡୱେୟାର
ଭାରତ ନିମ୍ନଲିଖିତ ଦ୍ରବ୍ୟ ଉପରେ ଶୁଳ୍କ କମାଇବ
ଉଚ୍ଚ ଶ୍ରେଣୀର ସର୍ଭର
AI ହାର୍ଡୱେୟାର ଓ GPU
ଡାଟା ସେଣ୍ଟର ଉପକରଣ
ସେମିକଣ୍ଡକ୍ଟର ଇନ୍ପୁଟ୍
ଏହାର ଲକ୍ଷ୍ୟ ହେଉଛି ଭାରତର ଟେକ୍ ଓ AI ଢାଞ୍ଚାକୁ ଶସ୍ତା ଓ ଅଧିକ ପ୍ରତିଯୋଗିମୂଳକ କରିବା।
The India-US Trade Deal will not only provide greater access to the US market for Indian products but also support our labour intensive sectors. Additionally, it will give a big boost to our digital infrastructure.#IndiaUSJointStatementpic.twitter.com/AAUB8x9MGM
— Piyush Goyal (@PiyushGoyal) February 7, 2026
୩. ଅଣ ସମ୍ବେଦନଶୀଳ କୃଷି ଓ ଖାଦ୍ୟ ପଦାର୍ଥ
ଏହି ବର୍ଗର ସାମଗ୍ରୀ ପ୍ରାୟତଃ ଉଚ୍ଚ ଆୟ ତାଲିକାରେ ରହିଥାଏ ଓ ଛୋଟ କୃଷକଙ୍କୁ ଫାଇଦା ଦିଏନାହିଁ।
ଶୁଖିଲା ଡିଷ୍ଟିଲର୍ସ୍ ଗ୍ରେନ୍ସ
ନାଲି ଯଅ
ଟ୍ରି ନଟ୍ସ
ସୋୟାବିନ୍ ତେଲ
କିଛି ଚୟନ ହୋଇଥିବା ଫଳ
ୱାଇନ୍ସ ଓ ସ୍ପିରିଟ(ମଦ)
୩- ଭାରତକୁ କଣ ଦେବ ଆମେରିକା
ପୂର୍ବରୁ ଉଚ୍ଚ ଶୁଳ୍କର ସାମ୍ନାକୁ କରୁଥିବା ସମସ୍ତ ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ୧୮% ଟାରିଫ ଲାଗୁ କରିବ।
ଲାଭ ପାଇବାକୁ ଯାଉଥିବା କ୍ଷେତ୍ର
ବସ୍ତ୍ର ଓ ପୋଷାକ
ଚମଡ଼ା ଓ ଜୋତା
ପ୍ଲାଷ୍ଟିକ୍ ଓ ରବର ଜାତୀୟ ଦ୍ରବ୍ୟ
ଘର ସଜା ଯାଉଥିବା ସାମଗ୍ରୀ ଓ କାର୍ପେଟ
ଯନ୍ତ୍ରପାତି ଓ ରସାୟନ
ହସ୍ତଶିଳ୍ପ
ଔଷଧ
ହୀରା
ବିମାନ ଅଂଶ
ପୂର୍ବରୁ ଲାଗୁ ଥିବା କିଛି ଧାତୁ ସୁରକ୍ଷା ଶୁଳ୍କକୁ ମଧ୍ୟ ଆମେରିକା ହଟାଇ ଦେଇଛି।
୪- ଏହି ଚୁକ୍ତିରେ ମଦ କେଉଁଠି ରହିଛି?
ବାଣିଜ୍ୟ ଡିଲରେ ମଦକୁ ଆଦୌ ସୁରକ୍ଷିତ ବର୍ଗରେ ରଖାଯାଇ ନାହିଁ। ଏହା ଭାରତୀୟ କୃଷି କ୍ଷେତ୍ର ସହ ଜଡ଼ିତ ନୁହେଁ। ତେଣୁ ସରକାର ଏହାକୁ ସମ୍ବେଦନଶୀଳ ତାଲିକାରେ ରଖି ନାହାନ୍ତି।
ଶୁଳ୍କ ପରିବର୍ତ୍ତନ
ପୂର୍ବରୁ ଆମଦାନୀ ହେଉଥିବା ହ୍ୱିସ୍କି, ଜିନ୍, ରମ୍ ଇତ୍ୟାଦି ଉପରେ ପ୍ରାୟ ୧୫୦ ପ୍ରତିଶତ ଶୁଳ୍କ ଲାଗୁ ହେଉଥିଲା। ଭାରତ- ଆମେରିକା ଓ ଭାରତ-ଇୟୁ ଡିଲ ଅନୁସାରେ ଶୁଳ୍କର ପରିମାଣ ୩୦ରୁ ୪୦%କୁ ହ୍ରାସ ପାଇବ।
ଦାମ ଉପରେ ପ୍ରଭାବ
ମୁମ୍ବାଇରେ ଗୋଟିଏ ମଧ୍ୟମ ଶ୍ରେଣୀର ସ୍କଚର ଦାମ ପ୍ରାୟ ୪୫୦୦ ଟଙ୍କା ପିଡ଼ିଥାଏ। ନୂଆ ହାର ଲାଗୁ ହେଲେ ଏହାର ଦାମ ୨୫୦୦ରୁ ୩ ହଜାରକୁ ଖସି ଆସିବ।
କାହାକୁ ମିଳିବ ଲାଭ?
EU: ସ୍କଚ୍ ଓ ଆଇରିଶ୍ ହ୍ୱିସ୍କି ବ୍ରାଣ୍ଡଗୁଡ଼ିକ କମ୍ ଦାମରେ ବଜାରରେ ମିଳିବ
US: ଜ୍ୟାକ୍ ଡାନିଏଲ୍ସ୍ ଓ ଜିମ୍ ବିମ୍ ପରି କମ୍ପାନୀ ଲାଭ ପାଇବେ।
ଭାରତୀୟ ସ୍ପିରିଟ ଉପରେ ପଡ଼ିବ ପ୍ରଭାବ
ଭାରତରେ ପ୍ରସ୍ତୁତ ହେଉଥିବା ହ୍ୱିସ୍କି ଓ ରମ ବ୍ରାଣ୍ଡଗୁଡ଼ିକ ଦାମର ଚାପ ସମ୍ମୁଖୀନ କରିପାରନ୍ତି। ଏପରି ସ୍ଥିତିରେ ସେମାନଙ୍କୁ ସ୍ୱାଦ ଓ ଐତିହ୍ୟ ମାଧ୍ୟମରେ ନିଜସ୍ୱ ପରିଚୟକୁ ଆହୁରି ଶକ୍ତ କରିବାକୁ ପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
