Advertisment

ହାର୍ପି ଡ୍ରୋନରେ ପାକିସ୍ତାନକୁ କନ୍ଦାଇଲା, ସୁଦର୍ଶନ ଚକ୍ରରେ କାଟିଲା

କେବଳ ହାର୍ପି ଡ୍ରୋନ ନୁହେଁ, ରୁଷର ଏସ-୪୦୦ ଡିଫେନ୍ସ ସିଷ୍ଟମ ବା ସୁଦର୍ଶନ ଚକ୍ର ମଧ୍ୟ ପାକିସ୍ତାନର କାଉଣ୍ଟ ଆଟାକର ଦୃଢ଼ ଜବାବ ଦେଇଛି। ଭାରତର ପାଖରେ ଥିବା ସୁଦର୍ଶନ ଚକ୍ର ପାକିସ୍ତାନର ସବୁ ମିସାଇଲ ଓ ଡ୍ରୋନକୁ ନଷ୍ଟ କରିପକାଇଛି।

ଅଦ୍ୟତନ ହୋଇଛି
Drone

Drone

Advertisment

ଭାରତର ହାର୍ପି ଡ୍ରୋନ ପାକିସ୍ତାନକୁ ଆଣି ଦେଲା ଦୁଃଖ। ଭାରତ ହାର୍ପି ଡ୍ରୋନ ମାଡ଼ କଲା, କାନ୍ଦିଲା ପାକିସ୍ତାନ। ହାର୍ପି ଡ୍ରୋନ ଯୋଗୁ ପାକିସ୍ତାନ ଥରି ଉଠିଛି। ଲାହୋର, ରାୱଲପିଣ୍ଡି, କରାଚି ଓ ଇସଲାମାବାଦରେ ହାର୍ପି ଡ୍ରୋନ ଯୋଗୁ ବାଜି ଉଠିଛି ସାଇରନ। ଆଜି ସକାଳେ ଭାରତର ହାର୍ପି ଡ୍ରୋନ ପାକିସ୍ତାନର ବିଭିନ୍ନ ସହରରେ ଲାଗିଥିବା ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରି ଦେଇଛି। ବିଶେଷ କରି ଲାହୋରରେ ଥିବା ଚାଇନା ନିର୍ମିତ ଏଚକ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମକୁ ହ୍ୟାପି ଡ୍ରୋନ ନଷ୍ଟ କରି ତାଣ୍ଡବ ରଚିଛି।

Advertisment

କେବଳ ହାର୍ପି ଡ୍ରୋନ ନୁହେଁ, ରୁଷର ଏସ-୪୦୦ ଡିଫେନ୍ସ ସିଷ୍ଟମ ବା ସୁଦର୍ଶନ ଚକ୍ର ମଧ୍ୟ ପାକିସ୍ତାନର କାଉଣ୍ଟ ଆଟାକର ଦୃଢ଼ ଜବାବ ଦେଇଛି। ଭାରତର ପାଖରେ ଥିବା ସୁଦର୍ଶନ ଚକ୍ର ପାକିସ୍ତାନର ସବୁ ମିସାଇଲ ଓ ଡ୍ରୋନକୁ ନଷ୍ଟ କରିପକାଇଛି।

ମଙ୍ଗବାର ରାତିରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଅପରେସନ ସିନ୍ଦୂର ଜରିଆରେ ଧ୍ୱଂସ କରିଥିଲା। ଏଥିରେ ରାଗି ଯାଇ ପାକିସ୍ତାନ ବୁଧବାର ରାତିରେ ଭାରତର ୧୫ଟି ସହରରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲା। ପାକିସ୍ତାନ ମିସାଇଲ ଓ ଡ୍ରୋନ ଆଟାକ କରିଥିଲେ ହେଁ ସେସବୁ ଭାରତ ପାଖରେ ଥିବା ସୁଦର୍ଶନ ଚକ୍ର ଆଗରେ ଫେଲ ମାରିଥିଲା। 

Advertisment

କିନ୍ତୁ ଭାରତ ଏହାର ଜବାବ ହାର୍ପି ଡ୍ରୋନ ମାଧ୍ୟମରେ ଦେଇଛି। ଆଜି ସକାଳେ ଭାରତୀୟ ସେନା ଇସ୍ରାଏଲ ଠାରୁ ଆଣିଥିବା ହାର୍ପି ଡ୍ରୋନକୁ ପାକିସ୍ତାନର ବିଭିନ୍ନ ସହରକୁ ପଠାଇଥିଲା। ହ୍ୟାପି ଡ୍ରୋନ ପାକିସ୍ତାନର ଏୟାର ଡିଫେନ୍ସ ରାଡାରକୁ ଭେଦି ବିଭିନ୍ନ ସହରରେ ହମଲା କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ଏୟାର ସିଷ୍ଟମ ପୂରା ଧ୍ୱଂସବିଧ୍ୱଂସ ହୋଇଯାଇଛି।

ଚାଇନା ପକ୍ଷରୁ ଲାହୋରରେ ଏଚକ୍ୟୁ-୯ ମିସାଇଲ ଡିଫେନ୍ସ ସିଷ୍ଟମ ଖଞ୍ଜା ଯାଇଥିଲା। ହେଲେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ତାହା ନଷ୍ଟ ହୋଇଯାଇଛି। କେବଳ ଲାହୋର ନୁହେଁ, ରାୱଲପିଣ୍ଡିରେ ଥିବେ ସେନା ପ୍ରତିଷ୍ଠାକୁ ଟାର୍ଗେଟ କରି ଭାରତ ଡ୍ରୋନ ମାଡ଼ କରିଛି। ପ୍ରଥମଥର ପାଇଁ ଭାରତୀୟ ସେନା ପାକିସ୍ତାନ ଆର୍ମି ମୁଖ୍ୟାଳୟକୁ ଟାର୍ଗେଟ କରିଥିବାରୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଲୋକମାନେ ଭୟରେ ରାସ୍ତା ଉପରେ ଭିଡ଼ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସ୍ଥିତିକୁ ଦେଖି ଆମେରିକା ପକ୍ଷରୁ ନିଜ ଦେଶର ଲୋକଙ୍କୁ ଲାହୋର ଛାଡ଼ିବାକୁ କୁହାଯାଇଛି।

ରାୱଲପିଣ୍ଡି ମଧ୍ୟ ଭାରତର ଡ୍ରୋନ ଷ୍ଟ୍ରାଇକରୁ ବର୍ତ୍ତି ନାହିଁ। ଏଠାରେ ଥିବା କ୍ରିକେଟ ଷ୍ଟାଡିୟମ ଭାରତର ଡ୍ରୋନ ହମଲାରେ କ୍ଷତିଗ୍ରସ୍ତ ହୋଇଛି। କିଛି ସ୍ଥାନରେ ନିଆଁ ମଧ୍ୟ ଲାଗି ଯାଇଛି। ଆଜି ରାୱଲପିଣ୍ଡିର କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନ ସୁପର ଲିଗର ଗୋଟିଏ ମ୍ୟାଚ୍‌ ଖେଳା ଯିବାର ଥିଲା। ରାତି ୮ଟାରେ ପେଶାୱର ଜାଲିମ ଓ କରାଚି କିଙ୍ଗସ ଏହି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥାଆନ୍ତେ। କିନ୍ତୁ ଭାରତର ଡ୍ରୋନ ଆଟାକ ସବୁ କିଛିରେ ପାଣି ପକାଇ ଦେଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଦୁଇ ଦଳର ଖେଳାଳିଙ୍କୁ ତୁରନ୍ତ ରାୱଲପିଣ୍ଡି ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ।

କରାଚି ସ୍ଥିତ ଆର୍ମି ବେସ୍‌ ନିକଟରେ ମଧ୍ୟ ଗୋଟିଏ ଡ୍ରୋନ ମାଡ଼ ହୋଇଛି। ଏଥିଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଭାରତର ଘନଘନ ଡ୍ରୋନ ମାଡ଼ରେ ଘାଇଲା ପାକିସ୍ତାନ ସରକାର ଏବେ କ’ଣ କରିବେ କିଛି ଜାଣି ପାରୁ ନାହାନ୍ତି। ଏବେ କେବଳ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଫିସରେ ବୈଠକ ବସିବାରେ ଲାଗିଛି। ସେହିପରି ସମ୍ଭାବ୍ୟ ଆକ୍ରମଣ ଯୋଗୁ ଇସଲାମାବାଦ, ରାୱଲପିଣ୍ଡି, ଲାହୋର ଓ କରାଚିରେ ଯୁଦ୍ଧ ସାଇରନ ବାଜି ଚାଲିଛି। ସାଇରନ ବଜାଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ହାର୍ପି ଡ୍ରୋନ କ’ଣ?

ଭାରତ ଏହି ସ୍ୱତନ୍ତ୍ର ଓ ଅତ୍ୟାଧୁନିକ ଡ୍ରୋନକୁ ଇସ୍ରାଏଲ ଠାରୁ ଆଣିଛି। ହାର୍ପିକୁ ଶତ୍ରୁ ପକ୍ଷର ରାଡାର ସିଷ୍ଟମକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ମାତ ଦେଇ ଟାର୍ଗେଟକୁ ହିଟ କରିବାର କ୍ଷମତା ରହିଛି। ହାର୍ପି ଡ୍ରୋନ ଉଚ୍ଚ କ୍ଷମତା ବିଶିଷ୍ଟ ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ। ଏଥିରେ ଲାଗିଥିବା ସ୍ୱତନ୍ତ୍ର ରାଡାର ଆପେଆପେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜର ଟାର୍ଗେଟକୁ ଚିହ୍ନଟ କରିଥାଏ ଓ ଏହାକୁ ନଷ୍ଟ କରିଥାଏ।

ହାର୍ପି ଡ୍ରୋନ ଏପରି କାମ ଫ୍ରିକ୍ୟୁଏନ୍ସିକୁ ଖୋଜି କରିଥାଏ। ଟାର୍ଗେଟକୁ ପାଇବା ପରେ ଯେକୌଣସି ଦିଗରୁ ଏହାକୁ ଷ୍ଟ୍ରାଇକ କରେ। ହାର୍ପି ଡ୍ରୋନକୁ ଉଭୟ ଦିନ ରାତିରେ ବ୍ୟବହାର କରାଯାଇ ପାରିବ। ୯ ଘଣ୍ଟା ଯାଏ ଏହି ଡ୍ରୋନ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଦେବାକୁ ସକ୍ଷମ। ବିସ୍ଫୋରକ ଧରି ହାର୍ପି ଡ୍ରୋନ ୫ଶହ କିମି ଦୂରତା ଯାଏ ଉଡ଼ିପାରେ। 

ଏସ୍‌-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ

ଏସ୍‌-୪୦୦ ଡିଫେନ୍ସ ସିଷ୍ଟମ ଭାରତର ସୁଦର୍ଶନ ଚକ୍ର ନାମରେ ପରିଚିତ। ଏହା ୬୦୦ କିମି ଦୂରରୁ ମିସାଇଲକୁ ଟ୍ରାକ କରିପାରେ ଓ ୪୦୦ କିମି ପରିଧି ମଧ୍ୟରେ ଏହି ସବୁ ଟ୍ରାର୍ଗେଟକୁ ନଷ୍ଟ କରିପାରେ। ଏସ୍‌ ୪୦୦ର ୫ଟି ସ୍କ୍ୱାର୍ଡର୍ନ ପାଇଁ ଭାରତ ୩୫୦୦୦ କୋଟି ଟଙ୍କାର ଡିଲ ରୁଷ ସହ କରିଛି। ଏବେ ଭାରତ ୪ଟି ସ୍କ୍ୱାର୍ଡର୍ନ ପାଇଥିବା ବେଳେ ବାକି ଗୋଟିଏ ୨୦୨୬ ସୁଦ୍ଧା ମିଳିବ। ରୁଷ ଠାରୁ ମିଳିଥିବା ଏସ୍‌-୪୦୦କୁ ଭାରତୀୟ ବାୟୁ ସେନା ପାକିସ୍ତାନ ଓ ଚାଇନା ସୀମାରେ ଲଗାଇଛି।

Terror Attack Jammu Kashmir Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe