Advertisment

ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି କାନାଡା କୂଟନୀତିଜ୍ଞ!

ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡାର କୂଟନୀତିଜ୍ଞମାନେ ହସ୍ତକ୍ଷେପ କରୁଛନ୍ତି।

author-image
Hemant Lenka
canada

canada

ଭାରତରେ କାର୍ଯ୍ୟ କରୁଥିବା କାନାଡା କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବା ସପକ୍ଷରେ ସରକାର। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡାର କୂଟନୀତିଜ୍ଞମାନେ ହସ୍ତକ୍ଷେପ କରୁଛନ୍ତି। ଏଥିପାଇଁ ଭାରତ ସରକାର ନୂଆଦିଲ୍ଲୀରେ କାନାଡାର କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ ସପକ୍ଷରେ ମତ ରଖିଛନ୍ତି।

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର୍‌ର ହତ୍ୟା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହି ବିବାଦ ମଧ୍ୟରେ ଭାରତ ସରକାର ଏପରି ବୟାନ ଦେଇଛନ୍ତି।

ଏହାପୂର୍ବରୁ ଭାରତ ସରକାର କାନାଡା ଲୋକଙ୍କ ପାଇଁ ଭିସା ସେବା ମଧ୍ୟ ବାତିଲ କରିଥିଲେ। କାନାଡା କିମ୍ବା ବିଦେଶର କୌଣସି ରାଷ୍ଟ୍ରରୁ ଭାରତ ଆସୁଥିବା କାନାଡା ନାଗରିକଙ୍କୁ ଭିସା ମିଳିବ ନାହିଁ ବୋଲି ନୂଆଦିଲ୍ଲୀ ନିଷ୍ପତ୍ତି ନେଇଛି।

Advertisment

ବୈଦେଶିକ ବ୍ୟାପାର ମନ୍ତ୍ରୀ ଅରିନ୍ଦମ ବାଗଚି କହିଛନ୍ତି, “ଭାରତ କୂଟନୀତିଜ୍ଞ ତୁଳନାରେ କାନାଡାର କୂଟନୀତିଜ୍ଞଙ୍କ ସଂଖ୍ୟା ନୂଆଦିଲ୍ଲୀରେ ଅଧିକ ରହିଛି। ତେଣୁ ଏହାକୁ ହ୍ରାସ କରାଯିବା ଉଚିତ।

ଆମେ କାନାଡା ସରକାରଙ୍କୁ ଅଧିକ ସଂଖ୍ୟକ କୂଟନୀତିଜ୍ଞଙ୍କ ଉପସ୍ଥିତି ସମ୍ପର୍କରେ ଜଣାଇ ସାରିଛୁ। କାନାଡାରେ ଆମର ବହୁତ କମ କୂଟନୀତିଜ୍ଞ ଥିବା ବେଳେ ନୂଆଦିଲ୍ଲୀରେ ଅଟ୍ଟାୱାର ଅଧିକ କୂଟନୀତିଜ୍ଞ ଅଛନ୍ତି। ମୁଁ ଭାବୁଛି ଏହି ସଂଖ୍ୟା କମିବା ଉଚିତ।”

ବାଗଚି ଆହୁରି କହିଛନ୍ତି ଯେ କାନାଡିଆନ ରାଷ୍ଟ୍ରଦୂତମାନେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ମଧ୍ୟ ସଂଖ୍ୟା ହ୍ରାସ ପାଇଁ କହିବାର ଗୋଟିଏ ବଡ଼ କାରଣ।

Canada Canada Prime Minister Justin Trudeau India Canada Relation