Advertisment

Operation Sindoor: ସ୍ଥଳ ପଥରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲୁ: ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ସ୍ଥଳସେନା ମୁଖ୍ୟ

୨୦୨୫ରେ ୩୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୫% ପାକିସ୍ତାନୀ। ଅପରେସନ ମହାଦେବ ଜରିଆରେ ପହଲଗାମନ ନରସଂହାରରେ ସାମିଲ ଥିବା ୩ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି।

author-image
Hemant Lenka
Army-Chief

ସ୍ଥଳ ସେନା ମୁଖ୍ୟ

ଅପରେସନ ସିନ୍ଦୂର(Operation Sindoor) ବେଳେ ପାକିସ୍ତାନ ଯଦି କୌଣସି ଦୁଃସାହାସ ପ୍ରଦର୍ଶନ କରିଥାଆନ୍ତା, ତା’ହେଲେ ସ୍ଥଳପଥରେ ଅପରେସନ ପାଇଁ ଭାରତୀୟ ସେନା ପୂରା ପ୍ରସ୍ତୁତ ହୋଇ ରହିଥିଲା। ଅପରେସନ ସିନ୍ଦୂର ୩ ସେନା ବାହିନୀ ମଧ୍ୟରେ ଥିବା ସମନ୍ୱୟର ଜ୍ୱଳନ୍ତ ଉଦାହରଣ। ଏବେ ବି ଅପରେସନ ସିନ୍ଦୂର ଜାରି ରହିଛି। ଜମ୍ମୁ-କଶ୍ମୀର ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି। ଆଜି ଏଭଳି କିଛି ବୟାନ ଦେଇ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। 

Advertisment

୨୦୨୬ର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, “ସେହି ୮୮ ଘଣ୍ଟା ମଧ୍ୟରେ ଆପଣ ଦେଖିବାକୁ ପାଇଥିଲେ ପାରମ୍ପରିକ ସୈନ୍ୟ କ୍ଷେତ୍ରକୁ ଏପରି ବିସ୍ତାର କରାଯାଇଥିଲା ଯେ ଯଦି ପାକିସ୍ତାନ କୌଣସି ଭୁଲ କରିଥାଆନ୍ତା, ତା’ହେଲେ ସ୍ଥଳ ଭାଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା। ଆମେ ଏଥିପାଇଁ ପୂରା ପ୍ରସ୍ତୁତ ହୋଇ ରହିଥିଲୁ।

ଏଥର ଆମେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ ବିଶେଷ କରି ଯେଉଁଭଳି ଗୁଳି ମାଡ଼ ଜମ୍ମୁ-କଶ୍ମୀରରେ ହୋଇଥିଲା ଓ ଏହାକୁ ଆମେ ଯେଉଁ ଭଳି ମୁକାବିଲା କରିଥିଲୁ, ଏଥିରୁ ଆମେ ପାରମ୍ପରିକ କ୍ଷେତ୍ରକୁ ବିସ୍ତାର କରିଥିବା ପ୍ରମାଣିତ ହୋଇଥିଲା। ଅପରେସନ ସମୟରେ ଭାରତୀୟ ସୁରକ୍ଷାକର୍ମୀମାନେ ପ୍ରାୟ ୧୦୦ ଜଣ ପାକିସ୍ତାନୀ କର୍ମଚାରୀଙ୍କୁ ନିହତ କରିଥିଲେ।” 

Advertisment

ତାଙ୍କ କହିବା କଥା ଯେ ଅପରେସନ ସିନ୍ଦୂର ୩ ସେନା ମଧ୍ୟରେ ଥିବା ସମନ୍ୱୟର ଗୋଟିଏ ଜ୍ୱଳନ୍ତ ଉଦାହରଣ। ଏହା ପଛରେ ଗୋଟିଏ ସ୍ପଷ୍ଟ ରାଜନୀତିକ ନିର୍ଦ୍ଦେଶ ଓ ପୂର୍ଣ୍ଣ ସ୍ୱାଧୀନତା ମଧ୍ୟ କାମ କରିଥିଲା। ଯୁଦ୍ଧ ବିରତି ଘୋଷଣା ହେବା ପରେ ପଶ୍ଚିମାଞ୍ଚଳ ଓ ଜମ୍ମୁ-କଶ୍ମୀର ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି। ତଥାପି ଏହା ନିୟନ୍ତ୍ରଣାଧୀନ। 

୨୦୨୫ରେ ୩୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୫% ପାକିସ୍ତାନୀ। ଅପରେସନ ମହାଦେବ ଜରିଆରେ ପହଲଗାମନ ନରସଂହାରରେ ସାମିଲ ଥିବା ୩ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ସଂଖ୍ୟା ଏକକ ସଂଖ୍ୟାକୁ ଖସି ଆସିଥିବା ସେ କହିଛନ୍ତି।

ଜେନେରାଲ ଦ୍ୱିବେଦୀ କହିଛନ୍ତି, “ଆତଙ୍କବାଦୀ ନିଯୁକ୍ତି ଏକ ପ୍ରକାରର ଅସ୍ଥିତ୍ୱ ହରାଇଛି। ୨୦୨୫ରେ ଏହି ସଂଖ୍ୟା ମାତ୍ର ୨ ରହିଥିଲା। ଏଥିରୁ ଜମ୍ମୁ-କଶ୍ମୀରରେ ସକାରାତ୍ମକ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଶ୍ରୀ ଅମରନାଥ ଯାତ୍ରା ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। ଟେରୋରିଜିମରୁ ଟୁରିଷ୍ଟ ଥିମ ଧୀରେଧୀରେ ବାସ୍ତବ ରୂପ ନେଉଛି।” 

ପାକିସ୍ତାନକୁ କଡ଼ା ଚେତାବନୀ 

ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଭାରତୀୟ ସେନା ବେଶ ତୀକ୍ଷ୍ଣର ସହ ସୀମା ପାର ଆତଙ୍କବାଦୀ ଭିତ୍ତିଭୂମି ଉପରେ ନଜର ରଖିଛି। ଆମ ସୂଚନା ଅନୁସାରେ ପ୍ରାୟ ୮ଟି କ୍ୟାମ୍ପ ଏବେ ବି ସକ୍ରିୟ ରହିଛି। ଏହା ମଧ୍ୟରୁ ୨ଟି ଅନ୍ତର୍ଜାତୀୟ ସୀମାର ବିପରୀତ ଦିଗରେ ରହିଛି। ୬ଟି ଏଲଓସି ନିକଟରେ ଚିହ୍ନଟ ହୋଇଛି। ଏହି କ୍ୟାମ୍ପ ଗୁଡ଼ିକରେ ଟ୍ରେନିଂ କାର୍ଯ୍ୟକ୍ରମ ଚାଲିଥିବା ଆମେ ଆଶଙ୍କା କରୁଛୁ।

ଖାସ ଏଥିପାଇଁ ଆମେ ଏହା ଉପରେ ନଜର ରଖଛୁ। ଯଦି ଆଗକୁ ଏପରି କାର୍ଯ୍ୟକଳାପ ଜାରି ରହିବ, ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦୌ ପଛାଇବୁ ନାହିଁ। ଏଥିପ୍ରତି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶ ଓ ଏହାର ଆକ୍କାମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ସେ କହିଛନ୍ତି। 

Operation Sindoor