Advertisment

ପହଲଗାମ ଆକ୍ରମଣ: ଆମେରିକାର ବଡ଼ ପଦକ୍ଷେପ, ଭାରତ କଲା ସ୍ୱାଗତ

ଟିଆରଏଫକୁ ଆମେରିକା ପକ୍ଷରୁ ଆତଙ୍କବାଦୀ ସଂଗଠନର ଟ୍ୟାଗ ମିଳିବାରୁ ଏହାକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Kashmir

Kashmir

ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ଚ୍ଛାୟା ଗ୍ରୁପ ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଆମେରିକା ପକ୍ଷରୁ ବିଧିବଦ୍ଧ ଭାବେ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି। ଟିଆରଏଫ ବା ଦି ରେଜିଷ୍ଟାନ୍ସ ପ୍ରଣ୍ଟ ଏପ୍ରିଲ ୨୨ ପହଲାଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ପହଲଗାମରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ।

Advertisment

ଏବେ ଟିଆରଏଫକୁ ଆମେରିକା ପକ୍ଷରୁ ଆତଙ୍କବାଦୀ ସଂଗଠନର ଟ୍ୟାଗ ମିଳିବାରୁ ଏହାକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ଏପରି ପଦକ୍ଷେପ ଭାରତ ଓ ଆମେରିକା ମଧ୍ୟରେ ମଜବୁତ ଆତଙ୍କବାଦ ନିରୋଧ ସହଭାଗିତାର ପରିଚୟ ଦେଇଛି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଭାରତ ସବୁବେଳେ ଆତଙ୍କବାଦ ବିରୋଧୀ ଲଢ଼େଇ ଓ ଆତଙ୍କବାଦୀ ଭିତ୍ତିଭୂମିର ମୂଳପୋଛ ପାଇଁ ପୂରା ବିଶ୍ୱର ସହଭାଗିତାକୁ ଗୁରୁତ୍ୱ ଦେଇ ଆସିଛି। ଟିଆରଏଫକୁ ଆତଙ୍କବାଦୀ ଟ୍ୟାଗ ମିଳିବା ଗୋଟିଏ ସମୟ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଭାରତ ଓ ଆମେରିକା ମଧ୍ୟରେ ମଜବୁତ ଆତଙ୍କବାଦ ନିରୋଧ ସହଭାଗିତାର ପରିଚୟ ଦେଇଛି।”

Advertisment

ଆତଙ୍କବାଦ ବିରୋଧରେ ଭାରତ ତା’ର ଶୂନ ସହନଶୀଳତା ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି ଓ ଆଗକୁ ମଧ୍ୟ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ମିଶି ଏହା ବିରୋଧରେ କାର୍ଯ୍ୟ କରିବ। ଆତଙ୍କବାଦୀ ସଂଗଠନ ଓ ସେମାନଙ୍କ ଚ୍ଛାୟା ସଂଗଠନକୁ ଉତ୍ତରଦାୟୀ ରଖିବା ଦିଗରେ ଭାରତ କାମ କରିବ ବୋଲି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗୁରୁବାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଟିଆରଏଫକୁ ଗୋଟିଏ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସବୁବେଳେ ପହଲଗାମ ଆକ୍ରମଣର ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଆସିଥିଲେ। ଏପରି ଘୋଷଣା ଏହାର ପ୍ରତିଫଳନ। ଏଥିସହ ଆମେରିକାର ଜାତୀୟ ସୁରକ୍ଷା ଓ ଆତଙ୍କବାଦ ନିରୋଧ ଅପରେସନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ସେ କହିଥିଲେ।

USA Jammu Kashmir TRF Pahalgam