Advertisment

‘ଆତଙ୍କୀଙ୍କୁ ସଫା କରିବାକୁ ଆମେ ପାକିସ୍ତାନରେ ବି ପଶିପାରୁ’

‘ଆମ ମାଟିରେ ଆତଙ୍କବାଦ କାର୍ଯ୍ୟକଳାପ ଘଟାଇ ସୀମା ପାର ହେଉଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି। ସେଭଳି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଭାରତ ପାକିସ୍ତାନରେ ପ୍ରବେଶ କରିବାକୁ ପଛାଇବ ନାହିଁ। ’

Rajnath Singh

Rajnath Singh

Advertisment

‘ଆମ ମାଟିରେ ଆତଙ୍କବାଦ କାର୍ଯ୍ୟକଳାପ ଘଟାଇ ସୀମା ପାର ହେଉଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି। ସେଭଳି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଭାରତ ପାକିସ୍ତାନରେ ପ୍ରବେଶ କରିବାକୁ ପଛାଇବ ନାହିଁ। ’ ବ୍ରିଟେନର ଖବରକାଗଜ 'ଦ ଗାର୍ଡିଆନ୍‌'ରେ ଭାରତ ବିରୋଧରେ ଏଭଳି କିଛି ଅଭିଯୋଗ ଉଠିଥିବା ବେଳେ ଏହାର କଡ଼ା ଜବାବ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

Advertisment

'ଦ ଗାର୍ଡିଆନ୍‌'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଦେଶୀ ମାଟିରେ ଶତ୍ରୁମାନଙ୍କୁ ହତ୍ୟା କରିବା ପାଇଁ ଜଣାଶୁଣା ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ଓ ରୁଷର କେଜିବି ଦ୍ୱାରା ପ୍ରେରିତ ହେଉଛି ଭାରତ । ଫଳରେ ୨୦୨୦ ମସିହା ପରଠୁ ଭାରତ ଏପରି ଅଭିଯାନ ଆରମ୍ଭ କରି ପାକିସ୍ତାନ ମାଟିରେ ପ୍ରବେଶ କରି ୨୦ରୁ ଅଧିକ ଆତଙ୍କୀଙ୍କ ହତ୍ୟା କରି ସାରିଲାଣି ।

ଏନେଇ ପ୍ରତିରକ୍ଷା ମନ୍ତ୍ରୀ ସିଂହଙ୍କୁ ପଚରାଯିବାରୁ ସେ ଏହାର କଡ଼ା ଜବାବ ଦେଇ କହିଛନ୍ତି, ଯଦି ଆମ ଦେଶରେ ହିସାଂତ୍ମକ କାର୍ଯ୍ୟକଳାପ, ରକ୍ତପାତ ଘଟାଇ କିଏ ପାକିସ୍ତାନରେ ପ୍ରବେଶ କରିବ, ତା’ ହେଲେ ଆମେ ପାକିସ୍ତାନରେ ପଶି ତାକୁ ମାରିବୁ ।

Advertisment

ଏଥିସହ ସେ କହିଛନ୍ତି, ଭାରତ ସବୁବେଳେ ନିଜ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିଥାଏ। ମାତ୍ର ଯଦି କିଏ ଭାରତକୁ ନାଲି ଆଖି ଦେଖାଇବ,ଭାରତ ଭିତରେ ପଶି ଆତଙ୍କୀ କାର୍ଯ୍ୟକଳାପ ଘଟାଇବ, ତା’ ହେଲେ ଆମେ କେବେ ବି ତାଙ୍କୁ ଛାଡ଼ିବୁନି।

'ଦ ଗାର୍ଡିଆନ୍‌'ରେ ପ୍ରକାଶିତ ଭାରତ ବିରୋଧୀ ଟିପ୍ପଣୀକୁ ମିଥ୍ୟା ତଥା ଉଦ୍ଦେଶ୍ୟମୂଳକ ଭାବେ ଭାରତ ବିରୋଧୀ ପ୍ରଚାର ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଅନ୍ୟ ଦେଶରେ ପଶି ଟାର୍ଗେଟ କିଲିଂ କରିବା ଭାରତ ସରକାରଙ୍କ ନୀତି ନୁହେଁ ବୋଲି ଗତକାଲି ସ୍ପଷ୍ଟ କରି ସାରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର। ମାତ୍ର ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ କୌଣସି ଟିପ୍ପଣୀ କରାଯାଇନି।

ଦ ଗାର୍ଡିଆନ୍‌ରେ ପ୍ରକାଶିତ ପାଇଥିବା ରିପୋର୍ଟରେ ଭାରତୀୟ ଓ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ଉଦ୍ଦେଶ୍ୟରେ ବଡ ଦାବି କରାଯାଇଛି।ଏହି ରିପୋର୍ଟରେ ଉଭୟ ଦେଶର ଗୁପ୍ତଚର ଅଧିକାରୀଙ୍କ ସହ ସାକ୍ଷାତକାର ଏବଂ ପାକିସ୍ତାନୀ ଅନୁସନ୍ଧାନକାରୀଙ୍କ ଦ୍ୱାରା ଅଂଶୀଦାର ହୋଇଥିବା ଡକ୍ୟୁମେଣ୍ଟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ୨୦୧୯ (ପୁଲୱାମା ଆକ୍ରମଣ ଘଟଣା) ପରେ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ଜାତୀୟ ସୁରକ୍ଷା ପ୍ରତି ଏକ ସାହସିକ ଆଭିମୁଖ୍ୟ ଗ୍ରହଣ କରିଛି। ବିଦେଶ ମାଟିରେ ଥିବା ନିଜ ଶତ୍ରୁମାନଙ୍କୁ ହଟାଇବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ ତଥା RAW ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଦ୍ୱାରା ସିଧାସଳଖ ନିୟନ୍ତ୍ରିତ ହେଉଛି। ଯେଉଁମାନେ ଭାରତର ଶତ୍ରୁ ସେହିମାନଙ୍କୁ ଟାର୍ଗେଟ କରିବା ପାଇଁ ଦିଲ୍ଲୀରେ ଏକ ଅପରେସନ୍ ଆରମ୍ଭ କରାଯାଇଛି। ୨୦୨୦ ପରଠାରୁ ଭାରତ ପାକିସ୍ତାନରେ ଲଗାତର କାର୍ଯ୍ୟାନୁଷ୍ଠାନ ନେଇଛି। ଏବେ ସୁଦ୍ଧା ପ୍ରାୟ ୨୦ ଜଣଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।

ଏହି ହତ୍ୟାଗୁଡିକୁ ବିଶେଷ ରୂପେ ସଂଯୁକ୍ତ ଆରବ ଅମିରାତରୁ ସଂଚାଳିତ ହେଉଥିବା ଭାରତୀୟ ଗୁପ୍ତଚର ସ୍ଲିପର ସେଲ୍‌ଙ୍କ ଦ୍ୱାରା କରାଯାଇଛି। ୨୦୨୩ ପରେ ଏହି ଟାର୍ଗେଟ୍‌ କିଲିଂରେ ହଠାତ୍‌ ବୃଦ୍ଧି ଘଟିଛି। ୟୁଏଇରେ କାମ କରୁଥିବା ସ୍ଲିପର ସେଲ୍‌ ସ୍ଥାନୀୟ ଅପରାଧୀ ତଥା ପାକିସ୍ତାନର ଗରିବ ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଅଫର ଦେଇ ଏହି ହତ୍ୟାକାଣ୍ଡ ଘଟାଇଥିବା ଦାବି କରାଯାଇଛି। ମାତ୍ର ଭାରତ ଏପରି ସାଂଘାତିକ ଅଭିଯୋଗକୁ ଖଣ୍ଡନ କରିଛି।

Pakistan Rajnath Singh UK Daily The Guardian Pakistan Terrorists
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe