Advertisment

ହିଂସା ପ୍ରଭାବିତ ସୁଦାନରୁ ଆଉ ୧୯୨ ଭାରତୀୟ ଉଦ୍ଧାର

ସୁଦାନରେ ହିଂସା ସୃଷ୍ଟି ହେବା ପରେ ସେଠାରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରି ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅପରେସନ ଜରିଆରେ ମୋଟ ୩,୮୬୨ ଜଣଙ୍କୁ ଭାରତ ଅଣାଯାଇଛି।

Sudan

Sudan

Advertisment

ହିଂସା ପ୍ରଭାବିତ ସୁଦାନରୁ ଆଉ ୧୯୨ ଜଣ ଭାରତୀୟଙ୍କୁ ଅପରେସନ କାବେରି ଦ୍ୱାରା ସ୍ୱଦେଶ ଅଣାଯାଇଛି। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର-୩ ବିମାନରେ ସମସ୍ତଙ୍କୁ ନନ୍‌ ଷ୍ଟପ ୨୪ ଘଣ୍ଟାର ଅପରେସନ ଦ୍ୱାରା ଭାରତରେ ପହଞ୍ଚା ଯାଇଛି। ଅପରେସନ ବେଳେ କେବଳ ସାଉଦି ଆରବର ଜେଡ୍ଡାହରେ ଇନ୍ଧନ ପକାଇବା ପାଇଁ କିଛି ସମୟ ଅଟକି ଥିଲା। ଏହାବାଦ ବିମାନଟି ନନଷ୍ଟପ ଉଡ଼ାଣ କରି ଭାରତରେ ପହଞ୍ଚିଛି।

Advertisment

ସୁଦାନରେ ହିଂସା ସୃଷ୍ଟି ହେବା ପରେ ସେଠାରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରି ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅପରେସନ ଜରିଆରେ ମୋଟ ୩,୮୬୨ ଜଣଙ୍କୁ ଭାରତ ଅଣାଯାଇଛି।

ପ୍ରଥମେ ଭାରତୀୟ ବାୟୁସେନା ସି-୧୩୦ ଜେ ସୁପର ହର୍କୁଲସ ବିମାନ ଯୋଗେ ୧୨୧ ଜଣଙ୍କୁ ସୁଦାନର ରାଜଧାନୀ ଖାରତୁମ ଠାରୁ ୪୦ କିମି ଦୂରରେ ଥିବା ୱାଡି ସେୟିଡନା ଏୟାରପୋର୍ଟର ଆଣିବା ପାଇଁ ମୁତୟନ କରିଥିଲା। ଏପ୍ରିଲ ୨୭ ଓ ୨୮ ତାରିଖରେ ଏହି ଅପରେସନ ଆରମ୍ଭ କରାଯାଇଥିଲା।

Advertisment

ଏହାପରେ ମେ’ ୩ ତାରିଖ ବିଳମ୍ବିତ ରାତିରେ ହିଣ୍ଡନ ଏୟାରବେସ୍‌ରୁ ସି-୧୭ ବିମାନ ଉଡ଼ାଣ ଭରିଥିଲା। ରାତି ତମାମ ଉଡ଼ାଣ କରିବା ପରେ ବିମାନଟି ଜେଡ୍ଡାହରେ ପହଞ୍ଚିଥିଲା। ସେଠାରେ ଇନ୍ଧନ ଭର୍ତ୍ତି କରିବା ପରେ ବିମାନଟି ପୁଣି ଅପରେସନ ଆରମ୍ଭ କରିଥିଲା।

ଜଣେ ଅଧିକାରୀ କହିଛନ୍ତି, “ଏହି ମିଶନଟି ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା। କାରଣ ଏୟାରଲିଫ୍ଟ ହୋଇଥିବା ଅଧିକାଂଶ ଲୋକ ମହିଳା, ଛୋଟ ପିଲା, ବରିଷ୍ଠ ନାଗରିକ ଓ ଏନଆରଆଇ ରହିଥିଲା। ସେମାନଙ୍କୁ ଜେଡ୍ଡାହରେ ଲ୍ୟାଣ୍ଡ କରିବାର ଅନୁମତି ନଥିଲା। ତେଣୁ ଆମକୁ ସମସ୍ତ ଲୋକଙ୍କୁ ନେଇ ନନଷ୍ଟପ ଉଡ଼ାଣ କରି ଭାରତରେ ପହଞ୍ଚିବାର ଥିଲା।

ସୁଦାନ ଏୟାରପୋର୍ଟରେ ମଧ୍ୟ ବିମାନର ଇଞ୍ଜିନକୁ ବନ୍ଦ କରାଯାଇ ନଥିଲା। କାରଣ ଆମକୁ ସମ୍ଭାବ୍ୟ ଆକ୍ରମଣ ପୂର୍ବରୁ ତୁରନ୍ତ ଉଡ଼ାଣ ଭରିବାର ଥିଲା। ବିମାନର କ୍ରୁ ସଦସ୍ୟ ମଧ୍ୟ ବେଶ ହଇରାଣ ହୋଇଥିଲେ। କାରଣ ବିମାନ ଭିତରେ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିପାଇଁ ବିମାନ ଭିତରେ ତାଙ୍କର ଚିକିତ୍ସା କରାଯାଇଥିଲା ଓ ୧୦୦% ଅକ୍ସିଜେନ ବ୍ୟବସ୍ଥା କରାଯାଇଥିଲା। ଶେଷରେ ବିମାନଟି ଲୋକଙ୍କୁ ନେଇ ଅହମଦାବାଦରେ ପହଞ୍ଚି ଥିଲା।”

ସୁଦାନରେ ଏବେ କ୍ଷମତା ଦଖଲ ପାଇଁ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ଏଥିଯୋଗୁ ପୂରା ଦେଶ ଅଶାନ୍ତ ହୋଇ ପଡ଼ିଛି।

India Sudan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe