airplane-crash
ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ଏକ ଟ୍ରେନିଂ ବିମାନ। ରାଜସ୍ଥାନ ଜୈସେଲମେର ଠାରୁ ପ୍ରାୟ ୨୫ କିଲୋମିଟର ଦୂର ପିଥାଲା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚାରିଆଡେ ଦୁର୍ଘଟଣାଗ୍ରସ୍ତ ବିମାନ ଖଣ୍ଡ ବିଛାଡି ହୋଇ ପଡିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପାଇଲଟ ଜଣକ ସୁରକ୍ଷିତ ଅଛନ୍ତି।
ପ୍ରତିଦିନ ଭଳି ଆଜି ସାକଳୁ ମଧ୍ୟ ବାୟୁସେନାର ଟ୍ରେନିଂ ବିମାନଟି ଉଡାଣ ଭରିଥିଲା। କିନ୍ତୁ ପରେ ଏହା କ୍ରାସ୍ ହୋଇ ଯାଇଥିଲା। ଲ୍ୟାଣ୍ଡିଂ ହେବା ପୂର୍ବରୁ ତଳେ ବାଡେଇ ହୋଇ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖୁରୀ ପୁଲିସ ଷ୍ଟେସନ ଅଧିକାରୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାୟୁସେନା ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ଯାଞ୍ଚ ଚାଲିଛି। ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ଭାରତୀୟ ବାୟୁସେନା ସୂଚନା ଦେଇଛି। ବାୟୁସେନାର ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ରିମୋଟ୍ରେ ସଂଚାଳିତ ବିମାନ ଥିଲା। ନିତ୍ୟ ବ୍ୟବହାର୍ଯ୍ୟ ଟ୍ରେନିଂ ଉଡ଼ାଣ ସମୟରେ ଏହା ଆଜି ଜୈସଲମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1714026815.jpg)