/odisha-reporter/media/post_attachments/uploadimage/library/16_9/16_9_0/IMAGE_1747052638.jpg)
Fighter Jet
ଅପରେସନ ସିନ୍ଦୂରକୁ ନେଇ ଆଉ ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଅପରେସନ ସିନ୍ଦୂର ବେଳେ ଭାରତୀୟ ଏୟାର ଷ୍ଟ୍ରାଇକରୁ ପାକିସ୍ତାନର ବନ୍ଦର ସହର କରାଚି ମଧ୍ୟ ବର୍ତ୍ତି ନଥିଲା। କରାଚି ଉପକଣ୍ଠ ମଲିର କ୍ୟାଣ୍ଟନମେଣ୍ଟରେ ଏୟାର ଫୋର୍ସ ଷ୍ଟ୍ରାଇକ କରି ସେଠାରେ ବ୍ୟାପକ କ୍ଷତି ଘଟାଇଥିବା ଜଣାପଡ଼ିଛି। ଏୟାର ମାର୍ଶଲ ଏକେ ଭାରତୀଙ୍କ କହିବା କଥା ଯେ ପାକିସ୍ତାନ ଅପରେସନ ସିନ୍ଦୂର ପରେ ଡ୍ରୋନ, ମିସାଇଲ ଭାତକୁ ଉପରକୁ ମାଡ଼ କରିଥିଲା।
ସେହିପରି ଏଲଓସିରେ ଛୋଟ ବନ୍ଧୁକ ଓ ତୋପ ଦ୍ୱାରା ଗୁଳି ବର୍ଷା ମଧ୍ୟ କରିଥିଲା। ଏହାର ଜବାବରେ ଭାରତ ପାକିସ୍ତାନର ବିଭିନ୍ନ ସାମାରିକ ଘାଟି ଓ ଏୟାର ବେସ୍ ଉପରେ ଷ୍ଟ୍ରାଇକ କରିବାକୁ ବାଧ୍ୟ ହୋଇଥିଲା। ଏହା ମଧ୍ୟରେ ସ୍ଥଳ ଭାଗରୁ ଆକାଶ ପଥକୁ ଉତକ୍ଷେପଣ ହେଉଥିବା ମିସାଇଲ ଠିକଣା କରାଚିର ମଲିର କ୍ୟାଣ୍ଟନମେଣ୍ଟ ବି ରହିଛି। ମଲିର କ୍ୟାଣ୍ଟନେମେଣ୍ଟ ହେଉଛି ଗୋଟିଏ ସାମରିକ ବେସ୍। ଏହା କରାଚି ସହର ଠାରୁ ମାତ୍ର ୧୫ କିମି ଦୂର।
ଅପରେସନ ସିନ୍ଦୂର ବେଳେ ଭାରତୀୟ ବାୟୁ ସେନା ଲାହୋରରେ ଥିବା ଗୋଟିଏ ରାଡାର ସାଇଟକୁ ଧ୍ୱଂସ କରିଥିଲା। ଏଠାରେ ଚାଇନା ନିର୍ମିତ ଏଚ୍କ୍ୟୁ ୯ ଏୟାର ଡିଫେନ୍ସ ସିଷ୍ଟମ ଖଞ୍ଜା ଯାଇଥିଲା। କିନ୍ତୁ ଭାରତରେ ତିଆରି ଇସ୍ରାଏଲ ଜ୍ଞାନକୌଶଳର ହାର୍ପି ଡ୍ରୋନ ଏହାକୁ ମାତ ଦେବାକୁ ସକ୍ଷମ ହୋଇଥିଲା। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଗୁଜରନୱାଲାରେ ମଧ୍ୟ ଗୋଟିଏ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇଛି।
ପହଲଗାମ ନରସଂହାରର ନେବାକୁ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ହେଲେ ପାକିସ୍ତାନ ସେନା ପାଲଟା ଆକ୍ରମଣ କରିବାରୁ ଏହାର ଜବାବ ଭାରତ ଦେଇଥିଲା। ଏପରି କି କରାଚି ବନ୍ଦରକୁ ଉଡ଼ାଇ ଦେବାକୁ ଭାରତୀୟ ନୌସେଲା ଆଲର୍ଟରେ ରହିଥିଲା। ଭାଇସ ଆଡମିରାଲ ଏଏନ ପ୍ରମୋଦ କହିଛନ୍ତି ଯେ ଭାରତୀୟ ନୌସେନାର ଯୁଦ୍ଧ ବାହାନୀ, ବୁଡ଼ା ଜାହାଜ ଓ ଆଭିଏସନ ଅସ୍ତ୍ରଶସ୍ତ୍ର କରାଚି ବନ୍ଦର ବାହାରେ ପୂରା ସତର୍କ ହୋଇ ରହିଥିଲା। ପାକିସ୍ତାନ ନୌସେନାକୁ ଜବାବ ଦେବାକୁ ସମସ୍ତେ ହାଇଆଲର୍ଟରେ ରହିଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଭାରତୀୟ ସେନା କହିଛି ଯେ ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ସେନା ପକ୍ଷରୁ ହିଟ୍ କରାଯାଇଥିବା ଟାର୍ଗେଟଗୁଡ଼ିକର ଫଟୋ ମଧ୍ୟ ପ୍ରଦର୍ଶିତ କରାଯାଇଛି। ମୃତ ଆତଙ୍କବାନଦୀଙ୍କ ମଧ୍ୟରେ ମୁଦାସର ଖାଦିଆନ ଖାସ, ହାଫିଜ ମହମ୍ମଦ ଜାମୀଲ, ମହମ୍ମଦ ୟୁସୁଫ ଆଝାର, ଖାଲିଦ(ଅବୁ ଆକାଶ) ଓ ମହମ୍ମଦ ହାସନ ଖାନ ରହିଛନ୍ତି।
ଏମାନେ ଲସ୍କର-ଇ-ତାଏବା ଓ ଜୈଶ ମହମ୍ମଦ ଭଳି ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲେ। ଭାରତ ବିରୋଧୀ ଷଡ଼ଯନ୍ତ୍ରର ବିନ୍ଧାଣି ବୋଲି ଏମାନଙ୍କୁ କୁହାଯାଏ। ସବୁଠାରୁ ଆଚମ୍ବିତ କଥା ହେଲା, ଏହି ସବୁ ଆତଙ୍କବାଦୀଙ୍କୁ ପାକିସ୍ତାନରେ ହିରୋ ଭଳି ବିଦାୟ ଜଣାଯାଇଛି। ପାକିସ୍ତାନ ସେନା ଓ ପୁଲିସ୍ର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଅନ୍ତିମ ସଂସ୍କାର ବେଳେ ଯୋଗ ଦେବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
