କ୍ରାଶ ବେଳର ଦୃଶ୍ୟ
ଦୁବାଇ ଏୟାର ଶୋ’ ବେଳେ ବଡ଼ ଅଘଟଣ। ଏୟାର ଶୋ’ରେ ଭାଗ ନେଇଥିବା ଭାରତୀୟ ବାୟୁସେନାର ତେଜସ ଯୁଦ୍ଧ ବିମାନ(Tejas Aircraft) କ୍ରାଶ ହୋଇଯାଇଛି। ଆକାଶରେ ତେଜସ ଯୁଦ୍ଧ ବିମାନ ନିଜର ରଣକୌଶଳ ଦେଖାଉଥିବା ବେଳେ କ୍ରାଶ ହୋଇଛି। ବିମାନଟି ନିୟନ୍ତ୍ରଣ ହରାଇ ସିଧା ତଳକୁ ଖସିବା ସହ ଆଖି ପିଛୁଳାକେ ଜଳି ପାଉଁଶ ହୋଇଯାଇଛି। ପୂରା ଅଞ୍ଚଳର କଳା ଧୂଆଁରେ ଭରି ଯାଇଥିବା ବେଳେ ଏମର୍ଜେନ୍ସି ସାଇରନ ଶୁଣିବାକୁ ମିଳିଛି।
ଯୁଦ୍ଧ ବିମାନ ତଳକୁ ଖସିବା ପରେ ଜଳି ଯାଇଥିବା ବେଳେ ଏହା ମଧ୍ୟରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ନିୟନ୍ତ୍ରଣ ହରାଇ ତଳକୁ ଖସିବା ବେଳେ ଏହାର ପାଇଲଟ ବାହାରିବାକୁ ସକ୍ଷମ ହୋଇ ନଥିଲେ। ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଦୁବାଇ ଏୟାର ଶୋ’ରେ ରଣକୌଶଳ ଦେଖାଉଥିବା ବେଳେ ଗୋଟିଏ ଆଇଏଏଫ ତେଜସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ପ୍ରାଣ ହରାଇଛନ୍ତି। ଭାରତୀୟ ବାୟୁ ସେନା ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ସହ ରହିଥିବା କହିଛି। ସେହିପରି ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିବା ବାୟୁସେନା କହିଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ତେଜସ ଯୁଦ୍ଧ ବିମାନ ଆକାଶରେ ଉଡ଼ୁଥିବା ବେଳେ ହଠାତ୍ ତଳ ମୁହାଁ ହେଉଛି। ଏହାପରେ ଏହା ସିଧା ଏୟାର ପୋର୍ଟ ନିକଟ ବାଲିରେ ଦ୍ରୁତଗତିରେ ପିଟି ହେଉଛି। କ୍ରାଶ ହେବା ପରେ ଏହା ଜଳି ପାଉଁଶ ହୋଇଯାଇଛି। ପୂରା କ୍ରାଶର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ପାଇଲଟ ଏଥରୁ ବାହାରୁ ଥିବା କୌଣସି ପ୍ରକାରର ଦେଖାଯାଉ ନାହିଁ।
ଭାରତର ହାଲ ତିଆରି କରିଥିବା ତେଜସ(Tejas Jets) ହେଉଛି ଭାରତୀୟ ବାୟୁସେନାର ପ୍ରମୁ ଯୁଦ୍ଧ ବିମାନ। ସ୍ଥାନୀୟ ସମୟ ଦିନ ୨.୧୦ରେ ଏହା କ୍ରାଶ ହୋଇଛି। ଦୁବାଇର ଲ ମାକଟୋମ ଅନ୍ତର୍ଜାତୀୟ ଏୟାରପୋର୍ଟରେ ତେଜସ ଆକାଶରେ ନିଜର ରଣକୌଶଳ ଦେଖାଉଥିବା ବେଳେ ତଳକୁ ଖସି ଜଳି ଯାଇଛି।
ଏୟାର ଶୋ’କୁ ଶତାଧିକ ଲୋକ ଦେଖୁଥିବା ବେଳେ ସର୍ବସମ୍ମୁଖରେ ଏତେ ବଡ଼ ଅଘଟଣ ଘଟିଛି। ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଫାଇଲଟଙ୍କ ସମ୍ପର୍କରେ ସୂଚନା ହାସଲ କରାଯାଉଛି। ସେହିପରି ପୂରା ଅଞ୍ଚଳରେ ଏମର୍ଜେନ୍ସି ଲାଗୁ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/21/crash-2025-11-21-16-32-58.jpg)