Advertisment

ଚାଷ ଜମିରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ସେନା ହେଲିକପ୍ଟର୍‌, ଅଳ୍ପକେ ବର୍ତ୍ତିଲେ ଯବାନ

ଉକ୍ତ ହେଲିକପ୍ଟର୍‌ରେ ୪ ଜଣ ଯବାନ ଥିଲେ।

indian-army-helicopter

indian-army-helicopter

Advertisment

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର। ଚାଷ ଜମିରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ। ଅଳ୍ପକେ ବର୍ତ୍ତିଲେ ୪ ଯବାନ। ମହାରାଷ୍ଟ୍ରର ଏରଣ୍ଡୋଲି ଗାଁରେ ଘଟିଛି ଏଭଳି ଘଟଣା।

Advertisment

ସୂଚନା ମାତବକ, ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସ୍ଥିତ ଏରଣ୍ଡୋଲି ଗାଁରେ ଥିବା ଚାଷ ଜମିରେ ଭାରତୀୟ ସେନାର ଏକ ହେଲିକପ୍ଟର ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ତେବେ ପ୍ରକୃତ କାରଣ ସାମ୍ନାକୁ ଆସିନଥିବା ବେଳେ ଟେକ୍ନିକାଲ ତ୍ରୁଟି ଯୋଗୁ ପାଇଲଟ୍‌ଙ୍କୁ ଏଭଳି କରିବାକୁ ପଡିଥିବା କୁହାଯାଉଛି।

ଆଜି ସକାଳ ସଢ଼େ ୧୧ଟାରେ ଏହି ଘଟଣା ଘଟିଛି। ହେଲିକପ୍ଟର ଚାଷ ଜମିରେ ଓହ୍ଲାଇବା ପରେ ଏହାକୁ ଦେଖିବାକୁ ଗାଁ ଲୋକଙ୍କ ଭିଡ ଜମିଥିଲା। ହେଲିକପ୍ଟର୍‌ରେ ଥିବା ସମସ୍ତ ୪ ଯବାନ ସୁରକ୍ଷିତ ଥିବା ସୂଚନା ମିଳିଛି।

Advertisment

ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଭାରତର ଏକ ବିମାନ ପାକିସ୍ତାନରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା। ହାଇଦ୍ରାବାଦରୁ ଦୁବାଇ ଯାଉଥିବା ଏକ ଯାତ୍ରୀବାହୀ ବିମାନଟିକୁ ରାସ୍ତାରେ ମେଡିକାଲ ଏମରଜେନ୍ସି ଯୋଗୁ ପାକିସ୍ତାନର କରାଚି ବିମାନ ବନ୍ଦରରେ ଲ୍ୟାଣ୍ଡ କରାଯାଇଥିବା ସ୍ପାଇସ୍‌ଜେଟ୍‌ ସୂଚନା ଦେଇଥିଲା।

Emergency Landing Indian Army Helicopter Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe