Advertisment

ମୂଳପୋଛ ହେବେ ଆତଙ୍କବାଦୀ, ମୁତୟନ ହେଲା ବିଏମପି-୨ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ

ଆତଙ୍କବାଦୀଙ୍କୁ ମୁହଁତୋଡ୍‌ ଜବାବ ଦେବା ପାଇଁ ସ୍ଥଳସେନା ପକ୍ଷରୁ ଏକାଧିକ ଯୁଦ୍ଧ ଯାନ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
BMP-2

BMP-2

Advertisment

ଜାମ୍ମୁ-କାଶ୍ମୀରରେ ସେନା ଗାଡ଼ି ଉପରେ କ୍ରମାଗତ ହମଲା ପରେ ଭାରତୀୟ ସେନାର ବଡ଼ ରଣନୀତି। ଆତଙ୍କବାଦୀଙ୍କୁ ମୁକାବିଲା ଓ ମୂଳତ୍ପାଟନ ଲାଗି ବିଏମପି-୨ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ ମୁତୟନ କରିଛି ସ୍ଥଳସେନା। ଆତଙ୍କବାଦୀଙ୍କୁ ମୁହଁତୋଡ୍‌ ଜବାବ ଦେବା ପାଇଁ ସ୍ଥଳସେନା ପକ୍ଷରୁ ଏକାଧିକ ଯୁଦ୍ଧ ଯାନ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।

Advertisment

ଗତକାଲି ଜମ୍ମୁର ଅଖନୋର ଅଞ୍ଚଳରେ ଆତଙ୍କବାଦୀମାନେ ସେନାର ଏକ ଗାଡ଼ିକୁ ଟାର୍ଗେଟ କରିଥିଲେ। ସେନା ଗାଡ଼ି ଉପରେ ଏହି ହମଲା ପରେ ସେନା ପକ୍ଷରୁ ଜବାବି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ନିହତ ଆତଙ୍କବାଦୀର ମୃତଦେହ ଜବତ ସହ ତା ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଯବତ ହୋଇଛି।

ଏ ଘଟଣା ପରେ ପ୍ରଥମ ଥର ପାଇଁ ସେନା ଚାରିଟି ବିଏମପି-୨ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ ନିୟୋଜିତ କରିଛି। ଖୌରର ଭଟ୍ଟାଲ ଅଞ୍ଚଳର ନିୟନ୍ତ୍ରଣ ରେଖାରେ ଜଗୱାନ୍ ଗାଁର ଆସାନ୍ ମନ୍ଦିର ନିକଟରେ ଥିବା ଆକ୍ରମଣ ସ୍ଥଳରୁ ନଜର ରଖିବା ପାଇଁ ଏହି ଯୁଦ୍ଧ ଯାନକୁ ସେନା ମୁତୟନ କରିଛି। କେବଳ ସେତିକି ନୁହେଁ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ପୂରା ଅଞ୍ଚଳରେ ହଲିକପ୍ଟରଗୁଡିକୁ ମଧ୍ୟ ନିୟୋଜିତ କରାଯାଇଛି।

Advertisment

ବିଏମ୍‌ପି-୨ ହେଉଛି ୧୯୮୦ଦଶକର ସୋଭିଏତ୍ ସଂଘର କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ। ଯେଉଁଥିରେ ୩୦ ମିଲିମିଟର ସଂପୂର୍ଣ୍ଣ ସ୍ଥିର ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ତୋପ, ୭.୬୨ ମିଲିମିଟର ମେସିନ୍ ଗନ୍‌ ଏବଂ ୪ କିଲୋମିଟର ରେଞ୍ଜର ଆଣ୍ଟି-ଟ୍ୟାଙ୍କ୍ ତାର-ଗାଇଡେଡ୍‌ 'କନକର୍ସ' ମିାସଇଲ ଲାଗିଛି। ଏଥିରେ ୭ ଜଣ ସୈନିକ ଏବଂ ତିନି ଜଣ କ୍ରୁ ମେମ୍ବର ରହିପାରିବେ। ଏହା ନାଇଟ୍ ଭିଜନ୍ ଡିଭାଇସ୍ ଏବଂ ସ୍ମୋକ୍‌ ଗ୍ରେନେଡ୍ ଲଞ୍ଚର୍ ସିଷ୍ଟମ୍ ସହିତ ମଧ୍ୟ ସଜ୍ଜିତ ହୋଇଛି। ଘଣ୍ଟା ପ୍ରତି ଏହାର ସର୍ବାଧିକ ବେଗ୍‌ ୪୫ କିଲୋମିଟର ରହିଛି।

Army Infantry Combat Vehicle BMP2 Terrorist Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe