Advertisment

ଛୁଟିରେ ଆସିଥିବା ଯବାନଙ୍କୁ ଅପହରଣ ପରେ ହତ୍ୟା

ମୃତ ଯବାନଙ୍କ ନାମ ସର୍ତୋ ଥଙ୍ଗଥଙ୍ଗ କୋମ(49)। ମଣିପୁର ଇମ୍ଫାଲରେ ତାଙ୍କ ଘର।

author-image
Debibandita Barick
Dead Soldier File Image

Dead Soldier File Image

ମଣିପୁର ପୂର୍ବ ଇମ୍ଫାଲ ଜିଲ୍ଲାରେ ଜଣେ ସୈନିକଙ୍କ ଅପହରଣ ପରେ ହତ୍ୟା କରାଯାଇଛି। କିଛି ଲୋକ ଅସ୍ତ୍ରଶସ୍ତ୍ର ଧରି ଘରୁ ଅପହରଣ କରିନେଇଥିଲେ। ଗତକାଲି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଯବାନ ଜଣକ ଘରକୁ ଛୁଟିରେ ଆସିଥିବା ସମୟରେ ଏପରି ବର୍ବର କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । 

Advertisment

ମୃତ ଯବାନଙ୍କ ନାମ ସର୍ତୋ ଥଙ୍ଗଥଙ୍ଗ କୋମ(49)। ରାଜଧାନୀ ଇମ୍ଫାଲରେ ତାଙ୍କ ଘର। ସେ ଡିଫେନ୍ସ ସର୍ଭିସ୍ କୋର୍(ଡିଏସସି)ରେ ନିଯୁକ୍ତ ହୋଇଥିଲେ। ପୁଲିସର କହିବା ଅନୁସାରେ, ତିନିଜଣ ସଶସ୍ତ୍ର ବ୍ୟକ୍ତି ଶନିବାର (ସେପ୍ଟେମ୍ବର 16) ରେ ଥଙ୍ଗଥଙ୍ଗଙ୍କ ଇମ୍ଫାଲ ପଶ୍ଚିମ ଜିଲ୍ଲାର ହାପି ଉପତ୍ୟକାର ତାରଙ୍ଗ ସ୍ଥିତ ବାସଭବନକୁ ଜୋର୍ ଜବରଦସ୍ତ ପ୍ରବେଶ କରିଥିଲେ। ବନ୍ଧୁକ ଦେଖାଇ ଥଙ୍ଗଥଙ୍ଗଙ୍କୁ ଅପହରଣ କରି ନେଇଥିଲେ। 

ରବିବାର ଇମ୍ଫାଲ ପୂର୍ବ ଜିଲ୍ଲାସ୍ଥିତ ଖୁନିଙ୍ଗଠେକ୍ ଗ୍ରାମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଥଙ୍ଗଥଙ୍ଗଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିଛି। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏପରି ଏକ ବର୍ବର କାଣ୍ଡକୁ ନିନ୍ଦା କରିଛି ସେନା। ଥଙ୍ଗଥଙ୍ଗଙ୍କ ଘରେ ପହଞ୍ଚି ପରିବାରଜନଙ୍କୁ ଆଶ୍ୱାସନା ଦେଇଛନ୍ତି। ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। 

Advertisment

ସୂଚନା ଅନୁସାରେ, ଥଙ୍ଗଥଙ୍ଗଙ୍କର ପତ୍ନୀ, ପୁଅ ଓ ଝିଅ ଅଛନ୍ତି। ସେ ଅଷ୍ଟମ ଆସାମ ରେଜିମେଣ୍ଟରୁ ସ୍ୱେଚ୍ଛାକୃତ ଅବସର ନେବା ପରେ କିଛି ବର୍ଷ ପୂର୍ବେ ଡିଏସସିରେ ପୁନଃନିଯୁକ୍ତ ହୋଇଥିଲେ। ଛୁଟିରେ ଘରକୁ ଆସିଥିଲେ, ଆଜି କାର୍ଯ୍ୟରେ ଯୋଗ ଦେବାର ଥିଲା।

Manipur Manipur News Indian Army Soldier Killed Manipur Soldier Killed News