Advertisment

ଷ୍ଟେଜରେ ଅଘଟଣ; ଲୁହା ପଞ୍ଜୁରୀରୁ ଓହ୍ଲାଉଥିଲେ କମ୍ପାନୀ ସିଇଓ ଓ ପ୍ରେସିଡେଣ୍ଟ, ଛିଣ୍ଡିଗଲା ଚେନ୍‌

କାର୍ଯ୍ୟକ୍ରମକୁ ଅଧିକ ରଙ୍ଗାରଙ୍ଗ କରିବାକୁ ଏକ ଲୁହା ପଞ୍ଜୁରିରେ ପଶି ଉପରୁ କାର୍ଯ୍ୟକ୍ରମ ଚାଲିଥିବା ମଞ୍ଚକୁ ଓହ୍ଲାଇବା ପାଇଁ ‘ସିଇଓ’ ସଞ୍ଜୟ ଶାହା ଓ କମ୍ପାନୀ ପ୍ରେସିଡେଣ୍ଟ ରାଜୁ ଦାତ୍‌ଲା ସ୍ଥିର କରିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ହାଇଦ୍ରାବାଦସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରୌପ୍ୟ ଜୟନ୍ତୀ ପାଳନ ଉତ୍ସବ ବ‌େଳେ ଅଘଟଣ ଘଟିବାରୁ ଏକ ଆମେରିକୀୟ କମ୍ପାନିର ସିଇଓଙ୍କ ମୃତ୍ୟୁ ଘଟିଛି। ମୃତ ସିଇଓଜଣକ ହେଲେ ସଞ୍ଜୟ ଶାହା। ଏଥିରେ କମ୍ପାନୀର ପ୍ରେସିଡେଣ୍ଟ ଗୁରୁତର ହୋଇଥିବା ବେଳେ ମରଣ ସହ ଲଢ଼ୁଛନ୍ତି।

Advertisment

ରାମୋଜୀ ଫିଲ୍ମ ସିଟିରେ ଆମେରିକୀୟ କମ୍ପାନି ‘ଭିସ୍‌ଟେକ୍ସ୍‌’ର ୨ଦିନିଆ ରୌପ୍ୟ ଜୟନ୍ତୀ ପାଳନ ହେଉଥିଲା। ଏହି କାର୍ଯ୍ୟକ୍ରମକୁ ଅଧିକ ରଙ୍ଗାରଙ୍ଗ କରିବାକୁ ଏକ ଲୁହା ପଞ୍ଜୁରୀରେ ପଶି ଉପରୁ କାର୍ଯ୍ୟକ୍ରମ ଚାଲିଥିବା ମଞ୍ଚକୁ ଓହ୍ଲାଇବା ପାଇଁ ‘ସିଇଓ’ ସଞ୍ଜୟ ଶାହା ଓ କମ୍ପାନୀ ପ୍ରେସିଡେଣ୍ଟ ରାଜୁ ଦାତ୍‌ଲା ସ୍ଥିର କରିଥିଲେ।

ଯୋଜନା ମୁତାବକ ଦୁହେଁ ପଞ୍ଜୁରୀରେ ତଳକୁ ଖସୁଥିବା ବେଳେ ଘଟିଲା ଅଘଟଣ। ପଞ୍ଜୁରୀଟି ୧୫ ଫୁଟ୍‌ ଉଚ୍ଚରେ ଥିବା ବେଳେ ତାହାର ଏକ ଲୁହା ଚେନ୍‌ ଛିଣ୍ଡି ଯାଇଥିଲା। ଫଳରେ ସେମାନେ ତଳେ ଥିବା କଙ୍କ୍ରିଟ୍‌ ଡାଏସ୍‌ ଉପରେ କଚାଡ଼ି ହୋଇ ପଡ଼ିଥିଲେ।

Advertisment

ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ଶାହାଙ୍କର ମୃତ୍ୟୁ ଘଟିଲା। ଶାହାଙ୍କ ସହକର୍ମୀ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ଅଛି।

କମ୍ପାନିର ଆଉ ଜଣେ କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତି କରି ଫିଲ୍ମ ସିଟି ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ କର୍ତ୍ତୃପକ୍ଷଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ କହିଛି।

Accident Deadbody Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe