Advertisment

୨ କିଶୋରଙ୍କୁ କିସ୍‌, ହଗ ଓ ଆପତ୍ତିଜନକ ଭାବେ ସ୍ପର୍ଶ କରି ସିଙ୍ଗାପୁରରେ ଭାରତୀୟଙ୍କୁ ଜେଲ୍‌

ପ୍ରଥମ ଅସଦାଚରଣ ଘଟଣାର ୩ ମାସ ପରେ ସେ ଆଉ ଜଣେ କିଶୋରୀଙ୍କୁ ଆପତ୍ତିଜନକ ଭାବେ ଛୁଇଁ ଥିଲେ ଓ ତାଙ୍କୁ ଭଲ ପାଉଥିବା କହି କିସ୍‌ ମଧ୍ୟ କରିଥିଲେ।

Jail

Jail

Advertisment

ସିଙ୍ଗାପୁରରେ ଭାରତର ନାଁ ପକାଇଛନ୍ତି ଜଣେ ୪୪ ବର୍ଷୀୟ ରୋଷେୟା। ସେ ସର୍ବସାଧାରଣ ସ୍ଥାନରେ ୨ ଜଣ କିଶୋରୀଙ୍କୁ କିସ୍‌, ହଗ ଓ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିବା ତାଙ୍କୁ ସିଙ୍ଗାପୁରର ଗୋଟିଏ କୋର୍ଟ ୩ ମାସ ପାଇଁ ଜେଲ ହାଜତକୁ ପଠାଇ ଦେଇଛନ୍ତି। ଭାରତର ରୋଷେୟା ସୁଶୀଲ କୁମାରଙ୍କୁ ୨ଟି ଅସଦାଚରଣ ଦଫାରେ ଏପରି ଦଣ୍ଡବିଧାନ କରାଯାଇଛି।

Advertisment

ପ୍ରଥମ ଅସଦାଚରଣ ଘଟଣାର ୩ ମାସ ପରେ ସେ ଆଉ ଜଣେ କିଶୋରୀଙ୍କୁ ଆପତ୍ତିଜନକ ଭାବେ ଛୁଇଁ ଥିଲେ ଓ ତାଙ୍କୁ ଭଲ ପାଉଥିବା କହି କିସ୍‌ ମଧ୍ୟ କରିଥିଲେ। ଗତବର୍ଷ ଅଗଷ୍ଟ ୨ରେ ଜଣେ ୧୪ ବର୍ଷୀୟ ଝିଅ ସିଙ୍ଗାପୁରର ବୋନ କେଙ୍ଗ ଷ୍ଟେସନରୁ ଚାଲିଚାଲି ଘରକୁ ଯାଉଥିଲେ।

ଏହି ସମୟରେ କୁମାର ହଠାତ୍‌ ତାଙ୍କ ସାମ୍ନାକୁ ଚାଲିବା ସହ ତାଙ୍କୁ ଅଟକାଇଥିଲେ। ଝିଅଟି ପ୍ରଥମେ କିଛି ବୁଝି ପାରି ନଥିଲେ ଓ କୁମାର ଷ୍ଟେସନକୁ ରାସ୍ତା ପଚାରୁ ଥିବା ଭାବି ସେଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ।

Advertisment

କିନ୍ତୁ କୁମାର ଝିଅଟିର କାନ୍ଧରେ ହଠାତ୍‌ ହାତ ରଖିବା ସହ ତାଙ୍କର ଅତି ନିକଟବର୍ତ୍ତୀ ହୋଇଯାଇଥିଲେ। ସେ ଝିଅଟିର ଡାହାଣ ପଟ ଗାଲ୍‌କୁ କିସ୍‌ ମଧ୍ୟ କରିଥିଲେ। ଝିଅଟିର ମୋବାଇଲ ନମ୍ବର ଆଣିବା ସହ ଏହାକୁ ନିଜ ଫୋନରେ ରଖିଥିଲେ। ସେ ଝିଅଟିକୁ ହଗ୍‌ କରି ଗାଲକୁ ଅନେକ ଥର କିସ୍‌ କରିଥିଲେ।

ତାଙ୍କ ସହ ଏକାଧିକ ସେଲଫି ମଧ୍ୟ ନେଇଥିଲେ। କୁମାର ଝିଅଟିକୁ ତାଙ୍କ ସହ ଖାଇବାକୁ ଡାକିଥିଲେ। କିନ୍ତୁ ଝିଅଟି ଘରକୁ ଯିବାକୁ ଚାହୁଁଥିବା କହିଥିଲେ। ଏହା ଶୁଣି କୁମାର ପୁଣି ତାଙ୍କୁ କିସ୍‌ ଓ ହଗ କରିଥିଲେ। ଟଙ୍କା ଦରକାର ହେଲେ ଫୋନ କରିବାକୁ ମଧ୍ୟ ସେ ଝିଅଟିକୁ କହିଥିଲେ।

କୁମାରଙ୍କ ପାଖରୁ ଝିଅଟି ସିଧା ତାଙ୍କ ଘରକୁ ଯାଇଥିଲେ ଓ ମା’କୁ ସବୁ କଥା କହିଥିଲେ। ଘଟଣା ଦିନ ସନ୍ଧ୍ୟାରେ ହିଁ ପୀଡ଼ିତାଙ୍କ ମା’ ପୁଲିସ୍‌ରେ ଅଭିଯୋଗ କରିଥିଲେ। କୁମାରଙ୍କୁ ଦିନକ ପରେ ଗିରଫ କରାଯାଇଥିଲେ। କିନ୍ତୁ ଷ୍ଟେସନ ବେଲ୍‌ ବଳରେ ସେ ଖଲାସ ହୋଇଯାଇଥିଲେ।

ନଭେମ୍ବର ୮ରେ କୁମାର ପୁଣି ସମାନ କାଣ୍ଡ ଘଟାଇଥିଲେ। ସେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଲିଫ୍ଟ ଭିତରେ କିସ୍‌ ଓ ହଗ କରିଥିଲେ। ଏଥିସହ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ଯୁବତୀଙ୍କୁ ସେ ଭଲ ପାଉଥିବା ମଧ୍ୟ କହିଥିଲେ।

ଏବେ ଏହି ଦୁଇ ଘଟଣାରେ କୁମାରଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।

Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe