Advertisment

ଦୀପାବଳିରେ ପରସ୍ପରକୁ ମିଠା ଦେଲେ ଭାରତ ଓ ଚାଇନା ସେନା, ପାଟ୍ରୋଲିଂ ଆରମ୍ଭ

୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ସୀମାନ୍ତରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ଦେଶ ସୀମାରେ ବିପୁଳ ସଂଖ୍ୟାରେ ଯବାନ ମୁତୟନ କରିବା ସହ ଭିତ୍ତିଭୂମି ନିର୍ମାଣ କରିଥିଲେ।

Sweet

Sweet

Advertisment

ସେନା ପ୍ରତ୍ୟାହାର ଓ ଭିତ୍ତିଭୂମି ଉଚ୍ଛେଦ ପରେ ଭାରତ ଓ ଚାଇନା ମଧ୍ୟରେ ଦୀପାବଳି ଠାରୁ ଆରମ୍ଭ ହୋଇଛି ନୂଆ ସମ୍ପର୍କ। ଦୀର୍ଘ ୪ ବର୍ଷ ହେଲା ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।

Advertisment

ଚୁକ୍ତି ଅନୁସାରେ ବୁଧବାର ସେନା ପ୍ରତ୍ୟାହାର ଶେଷ ହୋଇଥିଲା। ଆଜି ଦୁଇ ଦେଶର ସେନା ଏଲଏସିର ବିଭିନ୍ନ ପଏଣ୍ଟରେ ପରସ୍ପରକୁ ଦୀପାବଳିରେ ମିଠା ଦେଇଛନ୍ତି। ଏଥିସହ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ପଏଣ୍ଟରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିବା ସହ ଉତ୍ତେଜନା ହ୍ରାସ କରିଛନ୍ତି। ଆଜି ମିଠା ଅଦଳବଦଳ ପରେ ଏହି ଦୁଇ ଅଞ୍ଚଳରେ ସହମତି ଭିତ୍ତିରେ ଉଭୟ ଦେଶ ପକ୍ଷରୁ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହୋଇଛି। ଏଥିସହ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଛି କି ନାହିଁ, ତା’ର ମଧ୍ୟ ତଦାରଖ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ୫ଟି ବର୍ଡର ପର୍ସନେଲ ମିଟିଂ(ବିପିଏମ) ପଏଣ୍ଟରେ ଦୁଇ ଦେଶ ପରସ୍ପରକୁ ମିଠା ଦେଇଛନ୍ତି। ସେମାନେ ମିଠା ଦେବାର ଫଟୋ ମଧ୍ୟ ଉଠାଇଛନ୍ତି। ଆଜି ଦୀପାବଳି ଥିବାରୁ ମିଠା ଆଦାନ ପ୍ରଦାନ କରାଯାଇଛି।

୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ସୀମାନ୍ତରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ଦେଶ ସୀମାରେ ବିପୁଳ ସଂଖ୍ୟାରେ ଯବାନ ମୁତୟନ କରିବା ସହ ଭିତ୍ତିଭୂମି ନିର୍ମାଣ କରିଥିଲେ। ଏହାକୁ ନେଇ ଉତ୍ତେଜନା ତୀବ୍ର ରୂପ ନେଇଥିଲା। ତେବେ ଏହାର ସମାଧାନ ପାଇଁ ଉଭୟ କୂଟନୀତିକ ଓ ମିଲିଟାରୀ ସ୍ତରରେ ଆଲୋଚନା ଚାଲିଥିଲା।

ଦୀର୍ଘ ବର୍ଷର ଆଲୋଚନା ପରେ ଉଭୟ ଦେଶ ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିଛନ୍ତି। ଏଥିସହ ସୀମାରେ ନିର୍ମାଣ କରିଥିବା ଟେଣ୍ଟ ଓ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ହଟାଇ ଦେଇଛନ୍ତି।

ଆଜି ଠାରୁ ସହମତି ଭିତ୍ତିରେ ପାଟ୍ରୋଲିଂ ଆରମ୍ଭ ହୋଇଥିବାରୁ ଆଗକୁ ସ୍ଥିତି ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି। ଏବେ ୨୦୨୦ ପୂର୍ବରୁ ଥିବା ସ୍ଥିତାବସ୍ଥା ଦେଖିବାକୁ ମିଳିଛି। ଏହାର ଅର୍ଥ ଉଭୟ ଦେଶର ସେନା ପଛକୁ ହଟିଛନ୍ତି।

India China Meeting India China Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe