/odisha-reporter/media/post_attachments/uploadimage/library/16_9/16_9_0/Rakesh_Pal_1723996337.jpg)
Rakesh Pal
ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପଲ ଆଉ ନାହାନ୍ତି। ଆଜି ହୃଦଘାତରେ ଚେନ୍ନାଇ ଠାରେ ତାଙ୍କର ମୃତ୍ୟୁ ହୋଇଛି। ରାକେଶ ଆଜି ଭାରତୀୟ ତଟରକ୍ଷୀ ବାହିନୀର ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା।
ଉକ୍ତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସାମିଲ ହେବାର ଥିଲା। ତେକେ କାର୍ଯ୍ୟକ୍ରମ ପୂର୍ବରୂ ରାକେଶ ଅସୁସ୍ଥ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ସେ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିବା ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି।
ରାକେଶ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ରାଜନାଥ ସିଂହ ଚେନ୍ନାଇରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତେବେ ମୃତ୍ୟୁ ଖବର ଶୁଣିବା ପରେ ସେ ହସ୍ପିଟାଲରେ ପହଞ୍ଚି ରାକେଶଙ୍କୁ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ମଧ୍ୟ ଶ୍ରୀ ସିଂହ ଶୋକ ପ୍ରକାଶ କରିଛନ୍ତି।
ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ରାକେଶ ଭାରତୀୟ ନୌସେନେ ଏକାଡେମୀର ପୂର୍ବତନ ଛାତ୍ର। ସେ ୧୯୮୯ରେ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ। ସେ ଭାରତୀୟ ତଟରକ୍ଷୀ ବାହିନୀ ପ୍ରଥମ ଗନର ମାନ୍ୟତା ମଧ୍ୟ ପାଇଥିଲେ। ୨୦୨୩ ଜୁଲାଇ୧୯ରେ ତାଙ୍କୁ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
