Advertisment

ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ପଳାଉଥିଲା ପାକିସ୍ତାନ

ନୋ-ଫିଶିଂ ଜୋନରେ ମାଛ ଧରୁଥିବାବେଳେ ଧରିନେଉଥିଲା ପାକିସ୍ତାନ। ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ଦୀର୍ଘ ଦୁଇ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ମୁକୁଳାଇଲା ଭାରତୀୟ କୋଷ୍ଟଗାର୍ଡ।

Indian Coast Guard rescue fishermen

Indian Coast Guard rescue fishermen

Advertisment

ଭାରତ-ପାକିସ୍ତାନ ସମୁଦ୍ର ସୀମାରେଖା ନିକଟରୁ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେଉଥିଲା ପାକିସ୍ତାନୀ ଜାହାଜ। ହେଲେ ପାକିସ୍ତାନର ଉଦ୍ଦେଶ୍ୟ ପଣ୍ଡ କରିଦେଇଛି ଭାରତୀୟ ତଟରକ୍ଷୀ ବାହିନୀ। ପାକିସ୍ତାନୀ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (PMSA)ର ଜାହାଜ 'ପିଏମଏସ୍ ନୁସ୍ରତ'କୁ ଦୀର୍ଘ ଦୁଇ ଘଣ୍ଟା ପିଛା କରିବା ପରେ ସାତ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଛନ୍ତି ପ୍ରତିରକ୍ଷା ଅଧିକାରୀ।

Advertisment

ସୂଚନା ଅନୁସାରେ ୧୭ ନଭେମ୍ବର (ରବିବାର) ଅପରାହ୍ନରେ ଇଣ୍ଡିଆନ୍ କୋଷ୍ଟଗାର୍ଡ ଜାହାଜ 'ଆଇସିଜି ଅଗ୍ରୀମ'କୁ ଏକ ଜରୁରୀକାଳୀନ କଲ୍ ଆସିଥିଲା। ଏହି କଲ୍ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା 'କାଳ ଭୈରବ'ରୁ ଆସିଥିଲା। ଏହି ଡଙ୍ଗାରେ ଭାରତ-ପାକ୍ ସମୁଦ୍ର ସୀମାରେଖା ନିକଟରେ ଥିବା ନୋ-ଫିଶିଂ ଜୋନ୍ (NFZ) ନିକଟରେ ମାଛ ଧରୁଥିଲେ ୭ ଜଣ ଭାରତୀୟ ମତ୍ସ୍ୟଜୀବୀ। ତେବେ ଏହି ଡଙ୍ଗାକୁ ପାକିସ୍ତାନୀ ସାମୁଦ୍ରିକ ସୁରକ୍ଷା ଏଜେନ୍ସିର ଜାହାଜ 'ପିଏମଏସ୍ ନୁସ୍ରତ' ଦ୍ୱାରା ଅଟକାଇ ଦିଆଯାଇଥିଲା। ଏଥିରେ ଥିବା ମତ୍ସ୍ୟଜୀବୀଙ୍କୁ ଧରି ପାକିସ୍ତାନକୁ ନେଇଯିବାର ଯୋଜନା ଥିଲା।

କିନ୍ତୁ ସୀମାରେ ମୁତୟନ ଭାରତୀୟ ତଟରକ୍ଷୀ ବାହିନୀ ଭାରତୀୟ ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ଦେବାରେ ତତ୍ପରତା ପ୍ରଦର୍ଶନ କରିଥିଲେ। ପାକିସ୍ତାନୀ ଜାହାଜ 'ନୁସ୍ରତ'କୁ ଅଟକାଇବାକୁ ଦ୍ରୁତ ଗତିରେ ପିଛା କରିଥିଲା ଭାରତୀୟ କୋଷ୍ଟଗାର୍ଡ ଜାହାଜ 'ଅଗ୍ରୀମ'। ଦୀର୍ଘ ଦୁଇ ଘଣ୍ଟା ଧରି ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ପିଛା କରିବା ପରେ ଏହାକୁ ଅଟକାଇବାରେ ସକ୍ଷମ ହୋଇଥିଲେ ସୁରକ୍ଷା ବାହିନୀ। ଏହାପରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ପାକିସ୍ତାନୀ ଜାହାଜକୁ କୁହାଯାଇଥିଲା। ବହୁ ଧମକ ଏବଂ ବୁଝାସୁଝା ପରେ ଶେଷରେ ପାକିସ୍ତାନୀ ଜାହାଜ ଭାରତୀୟ ମତ୍ସ୍ୟଜୀବୀ ଏବଂ ଡଙ୍ଗାକୁ ମୁକ୍ତ କରିଥିଲା। କିନ୍ତୁ ମତ୍ସ୍ୟଜୀବୀ ଡଙ୍ଗା 'କାଳ ଭୈରବ' ଭାଙ୍ଗି ଯାଇଥିବାରୁ ଏହା ସେହିଠାରେ ହିଁ ବୁଡ଼ି ଯାଇଥିଲା ବୋଲି ପ୍ରତିରକ୍ଷା ଅଧିକାରୀ କହିଛନ୍ତି।

Advertisment

ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ଆଜି ୧୮ ନଭେମ୍ବର (ସୋମବାର) ଗୁଜରାଟର ଓଖା ବନ୍ଦରରେ ପହଞ୍ଚିଛି ତଟରକ୍ଷୀ ବାହିନୀ। ଏଠାରେ ଇଣ୍ଟେଲିଜେନ୍ସ ଏଜେନ୍ସି ଓ ରାଜ୍ୟ ପୁଲିସ ସହିତ ଏକ ମିଳିତ ତଦନ୍ତ ଆରମ୍ଭ ହୋଇଛି। ମତ୍ସ୍ୟଜୀବୀଙ୍କୁ ପଚରାଉଚରା କରାଯିବା ସହ ଏଭଳି ଘଟଣା କାହିଁକି ଘଟିଲା, ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରୁଛି କୋଷ୍ଟ ଗାର୍ଡ।

No Fishing Zone Indian Coast Guard Pakistan Pakistani Ship Caught Indian Fishermen
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe