Advertisment

ପ୍ରତିଦିନ ଗଣତନ୍ତ୍ରର ମୌଳିକ ଢାଞ୍ଚାକୁ ଆକ୍ରମଣ କରାଯାଉଛି: ରାହୁଲ ଗାନ୍ଧି

ଏହି କାର୍ଯ୍ୟକ୍ରମରେ ସେ ଭାରତର ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ ।

rahul gandhi

rahul gandhi

Advertisment

ଗଣତନ୍ତ୍ରର ସୁରକ୍ଷା ପାଇଁ ବ୍ୟବସ୍ଥିତ ଅନୁଷ୍ଠାନର ଆବଶ୍ୟକ ହୋଇପଡ଼ିଥିବା ବେଳେ ଏବେ ଗଣତନ୍ତ୍ରର ମୌଳିକ ଢାଞ୍ଚା ବିପଦରେ ପଡ଼ିଛି। ପ୍ରତିଦିନ ଗଣତନ୍ତ୍ରର ମୌଳିକ ଢାଞ୍ଚାକୁ ଆକ୍ରମଣ କରାଯାଉଛି। ଏହା କହିଛନ୍ତି ରାହୁଲ ଗାନ୍ଧି। କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଭାରତର ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ । ରାହୁଲ ଗାନ୍ଧି ଭାରତରେ ବିଭିନ୍ନ ସଂସ୍ଥା ନିୟନ୍ତ୍ରଣରେ ଥିବା କହିଛନ୍ତି । ଏହାସହ ତାଙ୍କ ଫୋନରୁ ଗୁପ୍ତ ତଥ୍ୟ ଚୋରାଇବା କାମ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

Advertisment

ସେ ଆହୁରି କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ଆକ୍ରମଣର ଶିକାର ହେଉଛି । ଆମେ ଆକ୍ରମଣରୁ ରକ୍ଷା କରିବାକୁ ଚେଷ୍ଟା କରୁଛୁ। ରାହୁଲ କହିଛନ୍ତି ଯେ, ମୋ ନିଜ ଫୋନରେ ପେଗାସସ୍ ସ୍କାନରରେ ଥିଲା। ବହୁ ରାଜନେତା ସେମାନଙ୍କ ଫୋନ ପେଗାସସ୍ ନିୟନ୍ତ୍ରଣରେ ଥିଲା। ଫୋନରେ କଥା ହେବାବେଳେ ମୋତେ ସତର୍କ ରହିବାକୁ କୁହାଯାଇଥିଲା।

ରାହୁଲ ଗାନ୍ଧି ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମ ଏବଂ ନ୍ୟାୟପାଳିକାକୁ ନିୟନ୍ତ୍ରଣ, ଧମକ, ସଂଖ୍ୟା ଲଘୁ , ଦଳିତ ଏବଂ ଆଦିବାସୀମାନଙ୍କ ଉପରେ ଆକ୍ରମଣ କଥା ଉଠାଇ ଏହା ବନ୍ଦ ହେବା ଉଚିତ ବୋଲି କହିଛନ୍ତି। ସମବେଦନାର ସହିତ ଏକବିଂଶ ଶତାବ୍ଦୀରେ ଦେଖାଯାଉଥିବା ସମସ୍ୟା ବିଷୟରେ ଆମେ ଶୁଣିବା ଉଚିତ। ଏହି ସମସ୍ୟାଗୁଡ଼ିକ ଭିତରୁ ଅନ୍ୟତମ ମୁଖ୍ୟ ସମସ୍ୟା ହେଉଛି ଗଣତାନ୍ତ୍ରିକ ଦେଶଗୁଡ଼ିକରୁ ଅଧିକାଂଶ ସାମଗ୍ରୀର ଉତ୍ପାଦନ ଏକଚ୍ଛତ୍ରବାଦୀ ଦେଶମୁହାଁ ହୋଇଯାଇଛି। ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ସପ୍ତାହେ ଧରି ବ୍ରିଟେନ ଗସ୍ତରେ ଅଛନ୍ତି ।

Advertisment
Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe