Advertisment

ମୃତ୍ୟୁଦଣ୍ଡରୁ ମୁକୁଳିବେ କି ନୌସେନାର ୮ ପୂର୍ବତନ ଅଧିକାରୀ? ସମସ୍ତଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଅରିନ୍ଦମ ବାଗଚି କହିଛନ୍ତି, “ଆମ ରାଷ୍ଟ୍ରଦୂତ କନସୁଲାର ଆସେସ ପାଇଥିଲେ। ଏହାପରେ ସେ ଡିସେମ୍ବର ୩ରେ ସମସ୍ତ ୮ ବନ୍ଦୀଙ୍କୁ ଭେଟିଛନ୍ତି।”

qatar

qatar

Advertisment

କତାରରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତୀୟ ନୌସେନାର ଅବସରପ୍ରାପ୍ତ ୮ ଜଣ କର୍ମଚାରୀଙ୍କୁ ଭେଟିଛନ୍ତି ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ। ରବିବାର ସେମାନଙ୍କୁ ରାଷ୍ଟ୍ରଦୂତ ଭେଟିଥିବା ବେଳେ ଆଜି ଭାରତ ସରକାର ଏନେଇ ସୂଚନା ଦେଇଛନ୍ତି।

Advertisment

ବୈଦେଶିକ ବ୍ୟାପାର ମନ୍ତ୍ରୀ ଅରିନ୍ଦମ ବାଗଚି କହିଛନ୍ତି, “ଆମ ରାଷ୍ଟ୍ରଦୂତ କନସୁଲାର ଆସେସ ପାଇଥିଲେ। ଏହାପରେ ସେ ଡିସେମ୍ବର ୩ରେ ସମସ୍ତ ୮ ବନ୍ଦୀଙ୍କୁ ଭେଟିଛନ୍ତି।”

ଅକ୍ଟୋବର ମାସରେ ୮ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ବିରୋଧରେ ଭାରତ ସରକାର ଆବେଦନ କରିଛନ୍ତି। ଏ ସମ୍ପର୍କରେ ବାଗଚି କହିଛନ୍ତି, “ଏନେଇ ଦୁଇଟି ଶୁଣାଣି ହୋଇଛି। ଗୋଟିଏ ନଭେମ୍ବର ୨୩ରେ ଓ ଆଉ ଗୋଟିଏ ନଭେମ୍ବର ୩୦ରେ। ଆମେ ବେଶ ସତର୍କତାର ସହ ଘଟଣାକୁ ଅନୁସରଣ କରୁଛୁ। ସମସ୍ତ ଆଇଗତ ପଦକ୍ଷେପ ଗ୍ରହଣ କରୁଛୁ। ଏହା ଏକ ସମ୍ବେଦନଶୀଳ ଘଟଣା। କିନ୍ତୁ ଆମେ ଯଥା ସମ୍ଭବ ଏନେଇ ଚେଷ୍ଟା କରିବୁ।” ଖବୁଶୀଘ୍ର ଭାରତର ଆବେଦନ ଉପରେ ତୃତୀୟ ଶୁଣାଣି ହେବ ବୋଲି ଜଣାପଡ଼ିଛି।

Advertisment

୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ରାଷ୍ଟ୍ରଦୂତ ଭେଟିବା ଏକ ସକାରାତ୍ମକ ପଦକ୍ଷେପ। କାରଣ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିବା ପାଇଁ କନସୁଲାର ଆସେସ ମିଳିବ କି ନାହିଁ, ସେନେଇ ଆଶଙ୍କା ପ୍ରକାଶ ପାଇଥିଲା। ସେହିପରି ଭାରତର ଆବେଦନ ପରେ କତାର କୋର୍ଟ ଦୁଇ ଥର ଶୁଣାଣି କରିବା ମଧ୍ୟ ଗୋଟିଏ ଭଲ ସଙ୍କେତ। କାରଣ ଭାରତର ଆବେଦନକୁ କତାର ଗୁରୁତ୍ୱର ସହ ନେଇଥିବା ଏଥିରୁ ସ୍ପଷ୍ଟ ହେଉଛି।

ଗତବର୍ଷ ଅଗଷ୍ଟ ମାସରେ କତାରର ଗୁଇନ୍ଦା ସଂସ୍ଥା ୮ ଭାରତୀୟଙ୍କୁ ଗିରଫ କରିଥିଲା। ଏମାନେ କତାର ସମ୍ପର୍କରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା। ଦୀର୍ଘଦିନର ଶୁଣାଣି ପରେ ସମସ୍ତ ୮ ଭାରତୀୟଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଭାରତ ଏହା ବିରୋଧରେ ପିଟିସନ ଦାଖଲ କରିଛି।

ଏସବୁ ଭତିରେ ଦୁବାଇରେ ଆୟୋଜିତ ସିଓପି ୨୮ ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାର ଶାସକ ଶେଖ ତାମିମ ବିନ ହମାଦ ଅଲ ତାନିଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ୮ ଭାରତୀୟଙ୍କୁ ମିଳିଥିବା ମୃତ୍ୟୁଦଣ୍ଡ ପ୍ରସଙ୍ଗ ଉଠିଥିବା ଜଣାପଡ଼ିଛି।

ଏନେଇ ବାଗଚି କହିଛନ୍ତି, “ଆମେ ଦୁବାଇ ବୈଠକ ବେଳେ ଦେଖିବାକୁ ପାଇଛୁ ଯେ ପ୍ରଧାନମନ୍ତ୍ରୀ ମୋଦି କତାରର ଶେଖ ତାମିମଙ୍କୁ ଭେଟିଥିଲେ। ସେମାନେ ଦ୍ୱିପାକ୍ଷିକ ସମ୍ପର୍କ ଓ ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ କଥା ହୋଇଛନ୍ତି।” ଶେଖ ତାମିମଙ୍କ ସହ ମୋଦି କ’ଣ ସବୁ କଥା ହୋଇଛନ୍ତି, ସେ ବିଷୟରେ ବାଗଚି ବିସ୍ତୃତ ଭାବେ ସୂଚନା ଦେଇ ନାହାନ୍ତି। ହେଲେ ସୂତ୍ରରୁ ଜଣାପଡ଼ିଛି ଯେ ମୋଦି ୮ ଭାରତୀୟ ଅଧିକାରୀଙ୍କୁ ମିଳିଥିବା ଫାଶୀ ଦଣ୍ଡ ସମ୍ପର୍କରେ ସିଧାସଳଖ କତାର ଶାସକ ଶେଖ ତାମିମଙ୍କ ସହ ଆଲୋଚନା କରିଛନ୍ତି।

ନଭେମ୍ବର ୨୪ରେ କାତାର କୋର୍ଟ ଫାଶୀ ଦଣ୍ଡ ବିରୋଧରେ ଭାରତ ସରକାର କରିଥିବା ଆବେଦନକୁ ବିଧିବଦ୍ଧ ଭାବେ ଗ୍ରହଣ କରିଥିଲେ। ଉକ୍ତ ଆବେଦନରେ ଭାରତ ସରକାର ରାୟ ଶୁଣି ସ୍ତବ୍ଧ ହୋଇଥିବା କଥା ଉଲ୍ଲେଖ କରିଛନ୍ତି।

ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ସେମାନେ କତାରର ଏକ କଂପାନୀରେ କାମ କରୁଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ଗତ ମାସରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।

ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି- କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ। ସେମାନେ ବାରମ୍ବାର ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ସବୁ ଖାରଜ ହୋଇଯାଇଥିଲା ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିବା ବେଳେ ସେମାନଙ୍କୁ ମୁକ୍ତ କରିବାକୁ ଯଥାସମ୍ଭବ ଚେଷ୍ଟା ଅବ୍ୟାହତ ରହିଛି।

Indian Navy Ex-Navy Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe