Advertisment

ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମ ପଣ୍ଡ, ୮ଟି ସ୍ଥାନରେ ଭାରତର କାଉଣ୍ଟର ଆଟାକ

ପାକିସ୍ତାନ ପକ୍ଷରୁ ଭାରତର ସାମରିକ ଘାଟି ଓ ଜନବସିକୁ ଟାର୍ଗେଟ କରାଯାଇଥିବାରୁ ଭାରତ ପକ୍ଷରୁ ଏହା ତ୍ୱରିତ ଜବାବ ମଧ୍ୟ ଦିଆଯାଇଛି।

author-image
Hemant Lenka
Missile

Missile

ଗୁରୁବାର ଭଳି ଶୁକ୍ରବାର ମଧ୍ୟ ଭାରତର ପଶ୍ଚିମ ସୀମାନ୍ତରେ ଆକ୍ରମଣ କରିଛି ପାକିସ୍ତାନ। ଜମ୍ମୁ ଠାରୁ ଗୁଜରାଟ ଯାଏ ପାକିସ୍ତାନ ପ୍ରାୟ ୨୬ଟି ସ୍ଥାନରେ ଯୁଦ୍ଧ ବିମାନ, ଦ୍ରୁତଗାମୀ ମିସାଇଲ ଓ ଡ୍ରୋନ ମାଡ଼ କରିଛି। ଭାରତ ଏହାର ଦୃଢ଼ ଜବାବ ଦେଇଥିବା ବେଳେ କାଉଣ୍ଟର ଆଟାକ କରି ପାକସ୍ତାନ ବ୍ୟାପକ କ୍ଷତି ଘଟାଇଛି। ପାକିସ୍ତାନର ୮ଟି ସୈନ୍ୟ ଠିକଣାରେ ଭାରତ ଯୁଦ୍ଧ ବିମାନ ଦ୍ୱାରା ହମଲା କରିଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

Advertisment

ଅପରେସନ ସିନ୍ଦୂର ସମ୍ପର୍କରେ କର୍ଣ୍ଣେଲ ସୋଫିୟା କ୍ୟୁରେଶି କହିଛନ୍ତି, ପାକିସ୍ତାନ ସେନା ନିରବଚ୍ଛିନ୍ନ ଭାବେ ପଶ୍ଚିମ ସୀମାନ୍ତରେ ଆକ୍ରମଣ ଜାରି ରଖିଛି। ପାକିସ୍ତାନୀ ସେନା ଡ୍ରୋନ, ଦୂରଗାମୀ ଅସ୍ତ୍ର, ଆତ୍ମଘାତୀ ଲଢ଼ୁଆ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଦ୍ୱାରା ଭାରତର ସାମରିକ ଘାଟିକୁ ଟାର୍ଗେଟ କରିଛି। ପାକିସ୍ତାନ ପଟୁ ଆସିଥିବା ଅଧିକାଂଶ ବିପଦକୁ ଭାରତ ଧ୍ୱଂସ କରି ନେଇଛି। 

ଏଲଓସିରେ ମଧ୍ୟ ପାକିସ୍ତାନ ଡ୍ରୋନ ଓ ଗୁଳିମାଡ଼ କରିଛି। ଅନ୍ତର୍ଜାତୀୟ ସୀମା ଓ ଏଲଓସିରେ ପାକିସ୍ତାନ ଶ୍ରୀନଗର ଠାରୁ ନଲିଆ ଯାଏ ୨୬ଟି ସୀମାରେ ଆକାଶ ପଥ ଉଲ୍ଲଙ୍ଘନ କରିଛି। ଭାରତୀୟ ସଶସ୍ତ୍ର ବଳ ଅଧିକାଂଶ ବିପଦକୁ ସଫଳତା ପୂର୍ବ ନିଷ୍କ୍ରିୟ କରିଛନ୍ତି। ତଥାପି ପାକିସ୍ତାନ ଆକ୍ରମଣରେ ଉଧମପୁର, ଭୁଜ, ପଠାନକୋଟ ଓ ଭାଠିଣ୍ଡାରେ ଥିବା ଏୟାର ବେସର କିଛି ଉପକରଣ ଓ କର୍ମଚାରୀ କ୍ଷତି ସହିଛନ୍ତି।

Advertisment

ପଞ୍ଜାବ ଏୟାର ବେସ୍‌କୁ ଟାର୍ଗେଟ କରି ପାକିସ୍ତାନ ସେନା ରାତି ୧.୪୦ରେ ଦ୍ରୁତଗାମୀ ମିସାଇଲ ମଧ୍ୟ ମାଡ଼ କରିଥିଲା। ଏୟାର ବେସ୍‌କୁ ଧ୍ୱଂସ କରିବା ପାକିସ୍ତାନ ସେନାର ଉଦ୍ଦେଶ୍ୟ ଥିଲା। ଗୋଟିଏ ନିନ୍ଦନୀୟ ଘଟଣାକ୍ରମରେ ପାକିସ୍ତାନ ସେନା ଶ୍ରୀନଗର, ଉଧମପୁର ଓ ଅବନ୍ତିପୁରାରେ ଥିବା ବାୟୁ ସେନା ଘାଟିର ଚିକିତ୍ସା କେନ୍ଦ୍ର ଓ ସ୍କୁଲକୁ ମଧ୍ୟ ଟାର୍ଗେଟ କରିଛି।

ପାକିସ୍ତାନ ପକ୍ଷରୁ ଭାରତର ସାମରିକ ଘାଟି ଓ ଜନବସିକୁ ଟାର୍ଗେଟ କରାଯାଇଥିବାରୁ ଭାରତ ପକ୍ଷରୁ ଏହା ତ୍ୱରିତ ଜବାବ ମଧ୍ୟ ଦିଆଯାଇଛି। ରଫିକ୍ୟୁ, ମୁରିଦ, ଚକଲାଲା, ରହିମ ୟାର ଖାନ, ସୁକୁର ଓ ଚୁନିୟାରେ ଥିବା ପାକିସ୍ତାନର ସୈନ୍ୟ ଠିକଣାରେ ଯୁଦ୍ଧ ବିମାନ ଦ୍ୱାରା ଆକ୍ରମଣ କରାଯାଇଛି। ପଶୁର ସ୍ଥିତ ରାଡାର ସାଇଟ ଓ ସିଆଲକୋଟ ସ୍ଥିତ ଆଭିଏସନ କେନ୍ଦ୍ରକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ପାକିସ୍ତାନର ୮ଟି ସ୍ଥାନରେ ହୋଇଥିବା ଆକ୍ରମଣରେ ବ୍ୟାପକ କ୍ଷତି ହୋଇଛି।

ପାକିସ୍ତାନ କ୍ରମାଗତ ଭାବେ ଉସକାଇବା ସହ ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଛ। ପାକିସ୍ତାନ ପକ୍ଷରୁ ସୃଷ୍ଟି କରାଯାଉଥିବା ବିପଦର ଜବାବ ଭାରତ ବେଶ ମାପିଚୁପି ଓ ଦାୟିତ୍ୱବାନ ଦେଶ ଭାବେ ଦେଇଛି। ପାକିସ୍ତାନକୁ ଜବାବ ଦେବାକୁ ଯାଇ ଭାରତୀୟ ସେନା ବେଶ ସନ୍ତର୍ପଣ ଢଙ୍ଗରେ ଇସଲାମାବାଦର ସାମରିକ ଠିକଣାକୁ ଟାର୍ଗେଟ କରିଛି ବୋଲି ସେ କହିଛନ୍ତି। 

ଅନ୍ୟପକ୍ଷରେ ପାକିସ୍ତାନ ସେନା ସୋଶାଲ ମିଡିଆରେ ଭାରତର କ୍ଷୟକ୍ଷତି ନେଇ ନେଇ ଗୁଜବ ପ୍ରଚାର କରୁଛି, ତା’ର ପର୍ଦ୍ଦାଫାସ ମଧ୍ୟ ହୋଇଛି। ଭାରତର ଏସ୍‌-୪୦୦ ଡିଫେନ୍ସ ସିଷ୍ଟମ ଠାରୁ ଆରମ୍ଭ କରି ସିର୍ସା ସ୍ଥିତ ଏୟାର ବେସ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ସେହିପରି ବ୍ରହ୍ମୋସ ମିସାଇଲ କେନ୍ଦ୍ର ମଧ୍ୟ ସୁରକ୍ଷିତ ଥିବା ସରକାର ସ୍ପଷ୍ଟ କରିଛନ୍ତି। 

Jammu Kashmir India Pakistan War Pahalgam Operation Sindoor