Advertisment

Suicide: ପତ୍ନୀଙ୍କ ସହ ଭିଡିଓ କଲରେ କଥା ହେଉଥିବା ବେଳେ ଝୁଲି ପଡ଼ିଲେ

ଏପ୍ରିଲ ୭ରେ ଅନସାରୀ ଓ ସାନିଆଙ୍କ ବାହାଘର ଭୋପା ଗାଁରେ ହୋଇଥିଲା। ପତ୍ନୀଙ୍କ ସହ କିଛି ମାସ ରହିବା ପରେ ଅନସାରୀ ସାଉଦି ବାହାରି ଯାଇଥିଲେ। ଅଢ଼େଇ ମାସ ହେଲା ସେଠାରେ ସେ କାମ କରୁଥିଲେ।

author-image
Hemant Lenka
saudi

representational image

ବୟସ ମାତ୍ର ୨୪।  ନିକଟରେ ବାହା ହୋଇଥିଲେ। ବାହା ହେବା ପରେ ପତ୍ନୀଙ୍କ ସହ କିଛି ସମୟ ବିତାଇଥିଲେ। ଏହାପରେ କାମ ପାଇଁ ଭାରତର ଉତ୍ତର ପ୍ରଦେଶ(Uttar Pradesh) ଅନ୍ତର୍ଗତ ମୁଜାଫରନଗରରେ ଥିବା ନିଜ ଘର ଛାଡ଼ିଥିଲେ। ଭାରତରୁ ସିଧା ସେ ସାଉଦି ଆରବ ଯାଇଥିଲେ।

Advertisment

ନୂଆନୂଆ ବାହା ହୋଇଥିବାରୁ ପତ୍ନୀଙ୍କୁ ଘରେ ଛାଡ଼ି ସେ ଏକାକୀ ସାଉଦି ଯାଇଥିଲେ। କିନ୍ତୁ ସେଠାରୁ ପ୍ରାୟ ସବୁ ଦିନ ସେ ଭିଡିଓ କଲରେ ପତ୍ନୀଙ୍କ ସହ କଥା ହୁଅନ୍ତି। ହେଲେ ପତ୍ନୀଙ୍କ ସହ ଭିଡିଓ କଲରେ କଥା ହେବା ବେଳେ ସାମାନ୍ୟ ଝଗଡ଼ା ଯୋଗୁ ଯୁବକ ଜଣଙ୍କ ଆତ୍ମହତ୍ୟା କରି ଦେଇଥିବା ପୁଲିସ୍ ବୁଧବାର କହିଛି।

ପୁଲିସ୍‌ର କହିବା କଥା ଯେ ଆସ ମହମ୍ମଦ ଅନସାରୀ ଅକ୍ଟୋବର ୨୬ରେ ରିୟାଦ(Saudi Arab) ସ୍ଥିତ ନିଜ ଘରେ ଥିବା ଫ୍ୟାନ ଦ୍ୱାରା ବେକରେ ବେଡଶିଟ୍‌ ବାନ୍ଧି ଝୁଲି ପଡ଼ିଥିଲେ। ଭିଡିଓ କଲରେ ସେ ୨୧ ବର୍ଷୀୟ ପତ୍ନୀ ସାନିଆଙ୍କ ସହ କଥା ହେଉଥିବା ବେଳେ ଉଭୟଙ୍କ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ଭିଡିଓ କଲ ଚାଲିଥିବା ବେଳେ ଅନସାରୀ ଏପରି କରିଛନ୍ତି। 

Advertisment

ସ୍ୱାମୀଙ୍କ ଆତ୍ମହତ୍ୟାକୁ ନିଜ ଆଖିରେ ଦେଖିଥିବା ପତ୍ନୀ ସାନିଆ ତୁରନ୍ତ ସାଉଦିରେ ଥିବା ନିଜର ସମ୍ପର୍କୀୟଙ୍କୁ ଏ ସମ୍ପର୍କରେ କହିଥିଲେ। ସେମାନେ ଖବର ପାଇ ତୁରନ୍ତ ଅନସାରୀଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ସେତେବେଳେକୁ ଅନସାରୀ ପ୍ରାଣ ହରାଇ ସାରିଥିଲେ। 

ଅନସାରୀଙ୍କ ଜଣେ ସମ୍ପର୍କୀୟ ଅଜମଦ ଅଲୀଙ୍କ କହିବା କଥା ଯେ ରିୟାଦରୁ ମୃତଦେହ ଆଣିବାକୁ ଏବେ ପ୍ରୟାସ ଚାଲିଛି। ମୃତଦେହ ଆସିବା ପରେ ମୁଜାଫରନଗରରେ ହିଁ ଅନ୍ତିମ ସଂସ୍କାର ହେବ। 

ଏପ୍ରିଲ ୭ରେ ଅନସାରୀ ଓ ସାନିଆଙ୍କ ବାହାଘର ଭୋପା ଗାଁରେ ହୋଇଥିଲା। ପତ୍ନୀଙ୍କ ସହ କିଛି ମାସ ରହିବା ପରେ ଅନସାରୀ ସାଉଦି ବାହାରି ଯାଇଥିଲେ। ଅଢ଼େଇ ମାସ ହେଲା ସେଠାରେ ସେ କାମ କରୁଥିଲେ। ହେଲେ ଏବେ ସେ ପତ୍ନୀଙ୍କ ସହ ଝଗଡ଼ା ଯୋଗୁ ଆତ୍ମହତ୍ୟା(Suicide) କରିଛନ୍ତି। 

ପରିବାର ଲୋକ କହିଛନ୍ତି ଯେ ରିୟାଦରେ ଥିବା ଭାରତୀୟ ଦୂତାବାସକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି ଓ କାଗଜପତ୍ର କାମ ସରିବା ପରେ ଅନସାରୀଙ୍କ ପାର୍ଥିବ ଶରୀରକୁ ଭାରତ ଅଣାଯିବ। ପୁଲିସ୍‌ ଏବେ ଘଟଣାର ବିସ୍ତୃତ ତଦନ୍ତ କରୁଥିବା ବେଳେ କ’ଣ ପାଇଁ ଅନସାରୀ ଓ ସାନିଆଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ତା’ର ଯାଞ୍ଚ କରୁଛି। 

Suicide Uttar Pradesh Saudi Arab