Advertisment

Crossfire: ସାଉଦି ପୁଲିସ୍‌-ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ: ଅକାରଣେ ପ୍ରାଣ ହରାଇଲେ ଭାରତୀୟ ଯୁବକ

ହୁଣ୍ଡାଇ ଇଞ୍ଜିନିୟରିଂ ଓ କଷ୍ଟ୍ରକସନରେ କାମ କରୁଥିବା ବିଜୟ କୁମାର ଘଟଣା ଦିନ କମ୍ପାନୀର ଜଣେ ବରିଷ୍ଠ କର୍ମଚାରୀଙ୍କ ନିର୍ଦ୍ଦେଶରେ ଗୋଟିଏ ସ୍ଥାନକୁ କାମ କରିବା ପାଇଁ ଯାଉଥିଲେ। ଏହି ସମୟରେ ସ୍ଥାନୀୟ ପୁଲିସ୍‌ର ନିଶା ନିବାରଣ ଅପରେସନ ଆରମ୍ଭ ହୋଇଥିଲା।

author-image
Hemant Lenka
Saudi

ବିଜୟ କୁମାର (ଫାଇଲ ଫଟୋ)

ସାଉଦି ଆରବ(Saudi Arabia)ରେ ଅକାରଣେ ପ୍ରାଣ ହରାଇଛନ୍ତି ଭାରତର ଜଣେ ୨୭ ବର୍ଷୀୟ ଯୁବକ। ସ୍ଥାନୀୟ ପୁଲିସ୍‌ ଓ ସନ୍ଦିଗ୍ଧ ମଦ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ବେଳେ ଝାରଖଣ୍ଡର ଏହି ଯୁବକ ଜଣଙ୍କ ଅଯଥାରେ ଜୀବନ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ବିଜୟ କୁମାର ମାହାତୋ। ତାଙ୍କ ଘର ଝାରଖଣ୍ଡ(Jharkhand)ର ଗିରିଧି ଜିଲ୍ଲା ଅନ୍ତର୍ଗତ ଦୁଧାପାନିଆ ଗାଁରେ। ୯ ମାସ ହେଲା ସେ ସାଉଦିରେ ଥିବା ଗୋଟିଏ ଘରୋଇ କମ୍ପାନୀରେ ଟାୱାର ଲାଇନ ଫିଟର ଭାବେ କାମ କରୁଥିଲେ। 

Advertisment

ହୁଣ୍ଡାଇ ଇଞ୍ଜିନିୟରିଂ ଓ କଷ୍ଟ୍ରକସନରେ କାମ କରୁଥିବା ବିଜୟ କୁମାର ଘଟଣା ଦିନ କମ୍ପାନୀର ଜଣେ ବରିଷ୍ଠ କର୍ମଚାରୀଙ୍କ ନିର୍ଦ୍ଦେଶରେ ଗୋଟିଏ ସ୍ଥାନକୁ କାମ କରିବା ପାଇଁ ଯାଉଥିଲେ। ଏହି ସମୟରେ ସ୍ଥାନୀୟ ପୁଲିସ୍‌ର ନିଶା ନିବାରଣ ଅପରେସନ ଆରମ୍ଭ ହୋଇଥିଲା। ବିଜୟ କୁମାର ଯେଉଁ ରାସ୍ତା ଦେଇ ଯାଉଥିଲେ ସେହିଠାରେ ହିଁ ପୁଲିସ୍‌ ଓ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଗୁଳି ବିନିମୟ ଯୋଗୁ ବିଜୟ କୁମାର ଡରି ଯାଇଥିଲେ। ସେ ବର୍ତ୍ତିବାକୁ ଚେଷ୍ଟା କରିଥିଲେ ହେଁ ପୁଲିସ୍‌ ଚଳାଇଥିବା ଗୋଟିଏ ଗୁଳି ଭୁଲବଶତଃ ତାଙ୍କ ଦେହରେ ମାଡ଼ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ପୁଲିସ୍‌ ପ୍ରଶାସନ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବିଜୟ କୁମାର ଅକ୍ଟୋବର ୨୪ରେ ଆଖି ବୁଜିଛନ୍ତି।

Advertisment

ଗୁଳିମାଡ଼ ପରେ ବିଜୟ କୁମାର ହ୍ୱାଟସଆପ୍‌ରେ ତାଙ୍କ ପତ୍ନୀଙ୍କୁ ଭୟସ ମସେଜ ପଠାଇ କ୍ରସ ଫାୟାରିଂରେ ସେ ଆହତ ହୋଇଥିବା କହିଥିଲେ। ପରିବାର ଲୋକ ପ୍ରଥମ ଭାବିଥିଲେ ଯେ ଗୁଳି ମାଡ଼ ଯୋଗୁ ବିଜୟ କୁମାର ସାମାନ୍ୟ ଆହତ ହୋଇଛନ୍ତି ଓ ତାଙ୍କ ଜୀବନ ରକ୍ଷା ହୋଇଯାଇଛି। 

ପ୍ରବାସୀ ଶ୍ରମିକଙ୍କ ପାଇଁ କାମ କରୁଥିବା ସିକନ୍ଦର ଅଲୀ କହିଛନ୍ତି ଯେ “ ବିଜୟ କୁମାର ହ୍ୱାଟସଆପରେ ତାଙ୍କ ପତ୍ନୀ ବାସନ୍ତୀ ଦେବୀଙ୍କୁ ଆହତ ହୋଇଥିବା କହିଥିଲେ। ହେଲେ ଅକ୍ଟୋବର ୨୪ରେ ତାଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ବିଜୟ କୁମାର କାମ କରୁଥିବା କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ଅବଗତ କରାଯାଇଛି। ଏବେ ତାଙ୍କ ମୃତଦେହକୁ ଭାରତ ପଠାଇବାକୁ ବ୍ୟବସ୍ଥା ଚାଲିଛି।” 

ଅନ୍ୟପକ୍ଷରେ ଦୁମ୍ରି ବିଧାୟକ ଜୟରାମ କୁମାର ମାହାତୋ ସାଉଦିରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ଏଥିସହ ବିଜୟ କୁମାରଙ୍କ ପାର୍ଥିବ ଶରୀରକୁ ଭାରତ ପଠାଇବାର ବ୍ୟବସ୍ଥା କରିବାକୁ ସେ ଦୂତାବାସକୁ ଅନୁରୋଧ କରିଛନ୍ତି। 

Jharkhand Saudi Arabia