Advertisment

Sudan: ଯୁଦ୍ଧ କ୍ଷତିଗ୍ରସ୍ତ ସୁଦାନରେ ଓଡ଼ିଆ ବ୍ୟକ୍ତିଙ୍କୁ ଉଠାଇ ନେଲା ଆରଏସ୍‌ଏଫ, ପଚାରିଲେ ଶାହରୁଖ ଖାନଙ୍କୁ ଚିହ୍ନିଛ?

ଆଦର୍ଶ ଦୁଇ ଜଣ ଆରଏସଏଫ ସୈନ୍ୟଙ୍କ ମଝିରେ ବେଶ ଭୟର ସହ ବସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପଚାରୁଛି ଯେ “କ’ଣ ତୁମେ ଶାହରୁଖ ଖାନଙ୍କୁ ଜାଣିଛ?” ଏହି ସମୟରେ ପଛରେ ବସିଥିବା ଆଉ ଜଣେ ସୈନ କ୍ୟାମେରାକୁ ଡାଗାଲୋ ଗୁଡ୍‌ ବୋଲି କହିବାକୁ ଆଦର୍ଶଙ୍କୁ ନିର୍ଦ୍ଦେଶ ଦେଉଛି।

author-image
Hemant Lenka
Odisha

ଅପହୃତ ଓଡ଼ିଆ ବ୍ୟକ୍ତି

ସୁଦାନ(Sudan)ରେ ଓଡ଼ିଆ ବ୍ୟକ୍ତିଙ୍କୁ ଅପହରଣ। ସୁଦାନରେ ହିଂସା ଘଟାଇ ଚାଲିଥିବା ରାପିଡ ସପୋର୍ଟ ଫୋର୍ସ(ଆରଏସ୍‌ଏଫ) ମିଲିସିଆ ପକ୍ଷରୁ ଓଡ଼ିଆ ବ୍ୟକ୍ତିଙ୍କୁ ଅପହରଣ କରାଯାଇଛି। ଆରଏସ୍‌ଏଫ ଓ ସୁଦାନ ସଶସ୍ତ୍ର ବଳ(ଏସଏଏଫ) ମଧ୍ୟରେ ୨୦୨୩ରୁ ତିକ୍ତତା ଲାଗି ରହିଛି।

Advertisment

କିଛି ଦିନ ହେବା ଆରଏସ୍‌ଏଫ ତା’ର ଦବାଦବା ଦେଖାଇବା ସହ ସେନା ସମେତ ସାଧାରଣ ଲୋକଙ୍କୁ ହତ୍ୟା କରି ଚାଲିଛି। ସୁଦାନର ରାଜଧାନୀ ଖାରତୋମରେ ହିଂସାତ୍ମକ ବିଦ୍ରୋହ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। 

ଏସବୁ ଭିତରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସୁଦାନକୁ କାମ କରିବାକୁ ଯାଇଥିବା ଓଡ଼ିଶା(Odisha)ର ଆଦର୍ଶ ବେହେରାଙ୍କୁ ଦେଖିବାକୁ ମିଳୁଛି। ଆଦର୍ଶ ବେହେରାଙ୍କ ଘର ଜଗତସିଂହପୁରରେ। ତାଙ୍କୁ ଆରଏସଏଫ ଅପହରଣ କରିବା ସହ ପଣବନ୍ଦୀ କରି ରଖିଛି। 

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ଆଦର୍ଶ ଦୁଇ ଜଣ ଆରଏସଏଫ ସୈନ୍ୟଙ୍କ ମଝିରେ ବେଶ ଭୟର ସହ ବସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପଚାରୁଛି ଯେ “କ’ଣ ତୁମେ ଶାହରୁଖ ଖାନଙ୍କୁ ଜାଣିଛ?” 

ଏହି ସମୟରେ ପଛରେ ବସିଥିବା ଆଉ ଜଣେ ସୈନ କ୍ୟାମେରାକୁ ଡାଗାଲୋ ଗୁଡ୍‌ ବୋଲି କହିବାକୁ ଆଦର୍ଶଙ୍କୁ ନିର୍ଦ୍ଦେଶ ଦେଉଛି। ଡାଗାଲୋ ହେଉଛି କୁଖ୍ୟାତ ଆରଏସ୍‌ଏଫର ମୁଖିଆ। ତା’ର ପୂରା ନାଁ ହାମଦାନ ଡାଗାଲୋ ଓରଫ ହେମେତି। 

୩୬ ବର୍ଷୀୟ ଆଦର୍ଶ ବେହେରାଙ୍କୁ ରାଜଧାନୀ ଖାରତୋମ ଠାରୁ ପ୍ରାୟ ୧ ହଜାର କିମି ଅଲ ଫାଶିର ସହର ଠାରୁ ଅପହରଣ କରାଯାଇଛି। ସେଠାରୁ ତାଙ୍କୁ ନୟାଲା ନିଆଯାଇଛି। ନୟାଲା ହେଉଛି ଆରଏସ୍‌ଏଫର ଗଡ଼ ଓ ଦକ୍ଷିଣ ଡାରଫୌରର ରାଜଧାନୀ। 

ଓଡ଼ିଶାରେ ରହୁଥିବା ଆଦର୍ଶଙ୍କ ପରିବାର ଲୋକଙ୍କ କହିବା କଥା ଯେ ୨୦୨୨ରୁ ସେ ସୁକାରାତି ପ୍ଲାଷ୍ଟିକ ଫ୍ୟାକ୍ଟ୍ରୀରେ କାମ କରୁଛନ୍ତି। ଆଦର୍ଶ ଓ ପତ୍ନୀ ସୁସ୍ମିତାଙ୍କ ଜଣେ ୮ ଓ ୩ ବର୍ଷର ପୁଅ ରହିଛନ୍ତି।

ଆଦର୍ଶଙ୍କ ପରିବାର ଲୋକ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଆଦର୍ଶ ହାତ ଯୋଡ଼ି ତଳେ ବସିଛନ୍ତି। ଏଥିରେ ସେ କହୁଛନ୍ତି ଯେ “ମୁଁ ଅଲ ଫଶିରରେ ରହିଛି। ଏଠାରେ ସ୍ଥିତି ଅତ୍ୟନ୍ତ ଖରାପ। ମୁଁ ୨ ବର୍ଷ ହେଲା ଏଠାରେ ବହୁତ କଷ୍ଟରେ ରହି ଆସୁଛି। ମୋ ପରିବାର ଓ ପିଲାମାନେ ବ୍ୟସ୍ତ ହେଉଛନ୍ତି। ମୁଁ ଓଡ଼ିଶା ସରକାରଙ୍କୁ ସହଯୋଗ ପାଇଁ ନିବେଦନ କରୁଛି।” 

Odisha Sudan