Advertisment

ଆଜି ସକାଳୁ ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ, ରୋଗୀ ସେବା ଗୁରୁତର ପ୍ରଭାବିତ

କୋଲକତାରେ ଟ୍ରେନି ଡ୍ରାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏଶନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି।

ଅଦ୍ୟତନ ହୋଇଛି
doctors strike

doctors strike

Advertisment

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ବ୍ୟାପିବାକୁ ଲାଗିଥିବା ବେଳେ ଏହା ଥମିବା ନାଁ ଧରୁନି। ବଡ଼ ପ୍ରତିବାଦ। ଟ୍ରେନି ଡ୍ରାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏଶନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। 

Advertisment

ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ ଆନ୍ଦୋଳନ କରାଯାଉଛି। ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏମର୍ଜେନ୍ସି ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଆହ୍ବାନ ଦିଆଯାଇଛି।

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ଓଡ଼ିଶା ସମେତ ବି ଗୁଜରାଟ, କେରଳ, କର୍ଣ୍ଣାଟକା ସମେତ ଦେଶର ସବୁ ସହରରେ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି ।

Advertisment

ଧୀରେ ଧୀରେ ସ୍ଥିତି ବେକାବୁ ହେଉଥିବାରୁ କେନ୍ଦ୍ରୀୟ ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ସିବିଆଇ ଏହି ଘଟଣାର ଯାଞ୍ଚ କରୁଛି। ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଅପରାଧ ସ୍ଥଳରେ ଥିବା ପ୍ରମାଣ ନଷ୍ଟ କରାଯାଇ ନ ଥିଲେ ସିବିଆଇ ଠିକ୍‌ ଭାବେ ଯାଞ୍ଚ କରି ପ୍ରକୃତ ଦୋଷୀ ନିକଟରେ ପହଞ୍ଚିବ ବୋଲି ଆଶା କରୁଛୁ।

ଏନେଇ IMA ପକ୍ଷରୁ କୁହାଯାଇଛି, କୋଲକତାର ଆରଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ପ୍ରତି ହୋଇଥିବା କ୍ରୂରତା ସମଗ୍ର ଦେଶକୁ ଦୋହଲାଇ ରଖିଦେଇଛି। ଏହାପରେ ଗତ ୧୪ ତାରିଖ ରାତିରେ ବିକ୍ଷୋଭ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହା ପ୍ରତିବାଦରେ ଆମେ ଦେଶବ୍ୟାପୀ ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନରେ ବସିଛୁ।

Rape And Murder Doctor Kolkata Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe