Advertisment

ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ

ଗୁପ୍ତଚର କାମ କରୁଥିବା ଅଭିଯୋଗରେ ନୌସେନାର ଏହି ୮ ଜଣ ପୂର୍ବତନ ଅଧିକାରୀଙ୍କୁ କତାରରେ ଗିରଫ କରାଯାଇଥିଲା।

author-image
Madhupriya Mistry
Sentences to death

Sentences to death

ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ। କତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। ତେବେ ଭାରତୀୟ ବିଦେଶ ମନ୍ତ୍ରାଳୟକୁ କତାରର ଏହି ରାୟ ଚକିତ କରିଦେଇଛି। ଏହି ମାମଲାକୁ ଉଚ୍ଚସ୍ତରରେ ଉଠାଇବ ବୋଲି ବିଦେଶ ମନ୍ତ୍ରାଳୟ କହିଛି। 

Advertisment

ନୌସେନାର ଏହି ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ କତାରରେ ଗିରଫ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଗିରଫଦାରୀ ହୋଇଥିଲା। ସେବେଠାରୁ ସେମାନେ କତାର ଜେଲରେ ଅଛନ୍ତି। ଇସ୍ରାଏଲ ପାଇଁ ଏମାନେ କତାରରେ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗ ରହିଛି।

ଏହି ମାମଲାର ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି, 'ଆମେ ଗରିଫ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାର ସଦସ୍ୟ ଓ ଆଇନଗତ ଟିମ୍‌ ସହ ସମ୍ପର୍କରେ ଅଛୁ। ସେମାନଙ୍କୁ ମୁକ୍ତ କରିବା ପାଇଁ ସମସ୍ତ ଆଇନ ବିକଳ୍ପ ଖୋଜା ଚାଲିଛି। ଏହି ମାମଲା ଉପରେ କଡା ନଜର ରହିଛି। କତାର ଅଧିକାରୀଙ୍କ ସାମ୍ନାରେ ମଧ୍ୟ ଏହି ମାମଲାର ପୁନଃ ବିଚାର କରାଯିବାକୁ ସୁପାରିଶ କରାଯିବ।'

Advertisment

କତାର ଜେଲରେ ବନ୍ଦ ଥିବା ଆଠଜଣ ପୂର୍ବତନ ନୌସେନା ଅଧିକାରୀମାନଙ୍କ ହେଉଛନ୍ତି କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୁର୍ନେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶ। ଗୁପ୍ତଚର ଅଭିଯୋଗରେ ପଚରାଉଚରା ପାଇଁ ସମସ୍ତଙ୍କୁ ସ୍ଥାନୀୟ ବାସଭବନରୁ ଗିରଫ କରାଯାଇଥିଲା।

ଗିରଫ ହେବାର ଏକ ମାସ ପରେ ସମସ୍ତଙ୍କୁ ଦୋହାସ୍ଥିତ ବାସଭବନକୁ ଫେରି ସେମାନଙ୍କ ଜିନିଷପତ୍ର ପ୍ୟାକ୍ କରି ଭାରତକୁ ଫେରିବାକୁ କୁହାଯାଇଥିଲା। କିନ୍ତୁ ସେମାନଙ୍କ ସୁଟକେସ୍ ପ୍ୟାକ୍ କରିସାରିବା ପାରେ ହଠାତ ସେମାନଙ୍କୁ ପୁଣି ଗିରଫ କରି ଜେଲ ପଠାଯାଇଥିଲା। ସେବେଠାରୁ ସେମାନେ ନିଜର ସୁଟକେସ ସହିତ ଜେଲରେ ଅଛନ୍ତି। ସେମାନେ ଗତ କିଛି ମାସ ଧରି ଏକ କୋଠରି ମଧ୍ୟରେ ରହୁଛନ୍ତି। ଏହି ପୂର୍ବତନ ନୌସେନା ଅଧିକାରୀମାନେ ‘ଧାରା କନସଲଟାନ୍ସି’ରେ କାମ କରୁଥିଲେ। ଯାହାକୁ ଏହି ବର୍ଷ ଆରମ୍ଭରେ ବନ୍ଦ କରି ଦିଆଯାଇଥିଲା।  

ରିପୋର୍ଟ ମୁତାବକ, ଏହି ୮ ଭାରତୀୟଙ୍କ ଜାମିନ ଆବେଦନ ଅନେକ ଥର ଖରାଜ କରଦିଆଯାଇଛି। କତାରର ଅଧିକାରୀମାନେ ଏମାନଙ୍କ ସଜାକୁ ବାରମ୍ବାର ବଢ଼ାଇ ଚାଲିଛନ୍ତି। ଏବେ କତାର ଏକ ଅଦାଲତ ଏମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି। ତେବେ ଭାରତୀୟ ଏଜେନ୍ସି ଏହି ମାମଲାକୁ ସର୍ବୋଚ୍ଚସ୍ତରରେ ଉଠାଇବେ ବୋଲି କହିଛନ୍ତି। ସେପଟେ କିନ୍ତୁ କତାର ସରକାର ଏହି ପ୍ରସଙ୍ଗରେ କୌଣସି ନରମତା ଦେଖାଇ ନାହାନ୍ତି।

Indian Navy RAW Qatra