Advertisment

ଭାରତୀୟ ନୌସେନାକୁ ମିଳିଲା ବଳ: ସାମିଲ ହେଲା ଉଦୟଗିରି ଓ ହିମଗିରି

ଏହି ଦୁଇ ମେଡ ଇନ ଇଣ୍ଡିଆ ଯୁଦ୍ଧ ଜାହାଜ ପ୍ରକଳ୍ପ ୧୭ ଆଲଫା(ପି-୧୭ଏ)ର ଅଂଶବିଶେଷ।

INS

INS

Advertisment

ସୁମଦ୍ର ପଥରେ ଆହୁରି ସଶକ୍ତ ହୋଇଛି ଭାରତୀୟ ନୌସେନା। ଆଜି ନୌସେନାରେ ସାମିଲ ହୋଇଛି ୨ଟି ନୂଆ ନୀଳଗିରି ଶ୍ରେଣୀର ଯୁଦ୍ଧ ଜାହାଜ ଆଇଏନଏସ୍‌ ଉଦୟଗିରି ଓ ଆଇଏନଏସ ହିମଗିରି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଦୁଇ ଯୁଦ୍ଧ ତଥା ଅତ୍ୟାଧୁନିକ ଜାହାଜକୁ ନୌସେନାରେ ସାମିଲ କରିଛନ୍ତି। ଏହି ଦୁଇ ମେଡ ଇନ ଇଣ୍ଡିଆ ଯୁଦ୍ଧ ଜାହାଜ ପ୍ରକଳ୍ପ ୧୭ ଆଲଫା(ପି-୧୭ଏ)ର ଅଂଶବିଶେଷ।

Advertisment

ଚଳିତ ବର୍ଷ ଆରମ୍ଭରେ ଆଇଏନଏସ ନୀଳଗିରିକୁ ନୌସେନାରେ ସାମିଲ କରାଯାଇଥିଲା। ଏବେ ଏହି ଶ୍ରେଣୀ ଅଧୀନରେ ହିମଗିରି ଓ ଉଦୟଗିରିକୁ ସାମିଲ କରାଯାଇଛି। ମେଡ ଇନ ଇଣ୍ଡିଆ ପ୍ରକଳ୍ପରେ ନିର୍ମାଣ ହୋଇଥିବା ହିମଗିରି ଓ ଉଦୟଗିରିରେ ୭୫% ସ୍ୱଦେଶୀ ସରଞ୍ଜାମ ବ୍ୟବହୃତ ହୋଇଛି। ଏହାର ଅର୍ଥ ସରକାରଙ୍କ ଆତ୍ମନିର୍ଭର ନାରାକୁ ମଧ୍ୟ ଏହା ବଳ ଯୋଗାଇଛି।

ପ୍ରଥମଥର ପାଇଁ ଦୁଇ ବଡ଼ ଯୁଦ୍ଧ ଜାହାଜ ଦୁଇଟି ପ୍ରସିଦ୍ଧ ଶିପୟାର୍ଡରୁ ଗୋଟିଏ ସମୟରେ ନୌସେନାରେ ସାମିଲ ହୋଇଛନ୍ତି। ହିମଗିରି କୋଲକାତାର ଗାର୍ଡେନ ରିଚ ଶିପବିଲଡର୍ସ ଓ ଇଞ୍ଜିନିୟର୍ସରେ ତିଆରି ହୋଇଥିବା ବେଳେ ଉଦୟଗିରି ମୁମ୍ବାଇର ମାଜଗାଓଁ ଡକ ଶିବବିଲଡର୍ସରେ ତିଆରି ହୋଇଥିଲା। ଏଥିରୁ ଭାରତର ବର୍ଦ୍ଧିତ ଜାହାଜ ନିର୍ମାଣ କ୍ଷମତାର ପ୍ରମାଣ ମିଳିଛି।

Advertisment

ଉଭୟ ଉଦୟଗିରି ଓ ହିମଗିରି ଯୁଦ୍ଧ ଜାହାଜର ଡିଜାଇନ ବେଶ ସ୍ୱତନ୍ତ୍ର। ଏଥିରେ ଯୁଦ୍ଧାସ୍ତ୍ର ଖଞ୍ଜିବା ଠାରୁ ଆରମ୍ଭ କରି ସେନସନର ବ୍ୟବସ୍ଥା ରହିଛି।

ଟେକନିକ ଓ ଯୁଦ୍ଧାସ୍ତ୍ର କ୍ଷମତା

ଏମଏଫ-ଷ୍ଟାର ରାଡାର ସିଷ୍ଟମ: ଏହି ଟେକନିକକୁ ଇସ୍ରାଏଲ ଢାଞ୍ଚାରେ ବିକଶିତ କରାଯାଇଛି। ଏହା ଯୁଦ୍ଧପୋତର ଆଖି ଓ ମସ୍ତିଷ୍କ ଭାବେ କାମ କରିବ।

ଏମଆର-ସାମ ଲଞ୍ଚର୍ସ: ସ୍ଥଳ ଭାଗରୁ ଆକାଶ ପଥକୁ ହିଟ କରିପାରୁ ଥିବା ମିସାଇଲକୁ ଏଥିରୁ ଲଞ୍ଚ କରାଯାଇ ପାରିବ। ୭୦ କିମିରୁ ଅଧିକ ଦୂରଗାମୀ ମିସାଇଲ ଉଦୟଗିରି ଓ ହିମଗିରିରୁ ଉତକ୍ଷେପଣ ହୋଇପାରିବ। ଏଥିରେ ଏଭଳି ୧୬ଟି ଲଞ୍ଚର୍ସ ରହିଛି।

ବ୍ରହ୍ମୋସ ମିସାଇଲ ସିଷ୍ଟମ: ଏହି ଯୁଦ୍ଧପୋତରେ ୮ଟି ବ୍ରହ୍ମୋସ ମିସାଇଲ ଖଞ୍ଜା ଯାଇଛି। ଏହା ଜଳ ପଥ ଓ ସ୍ଥଳ ପଥରେ ଲକ୍ଷ୍ୟଭେଦ କରିପାରିବ।

ଆରବିୟୁ-୬୦୦୦ ରକେଟ ଲଞ୍ଜର୍ସ: ରୁଷ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରଣାଳୀ ବୁଡ଼ାଜାହାଜକୁ ପାଣି ଭିତରେ ଧ୍ୱଂସ କରିବାର କ୍ଷମତା ରଖିଛି।

Indian Navy INS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe