Advertisment

ସାବାଡ଼ ହେବେ ଡ୍ରୋନ୍‌ ଆକ୍ରମଣକାରୀ, ନଜର ରଖିବ ନାଭାଲ ଟାସ୍କ ଗ୍ରୁପ୍‌

ଆରବ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ଲଗାତାର ହେଉଥିବା ଆକ୍ରମଣ ପରେ ଏବେ ଭାରତୀୟ ନୌସେନା ସଜାଗ ହୋଇପଡିଛି।

author-image
Madhupriya Mistry
Indian Navy

Indian Navy

ଆରବ ସାଗରରେ ଲଗାତର ଜାହାଜ ଉପରେ ହେଉଛି ଡ୍ରୋନ୍‌ ଆକ୍ରମଣ। ଆନ୍ତର୍ଜାତୀୟ ଶିପିଂ ଲେନ୍‌ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଉପରେ ଲଗାତାର ଆକ୍ରମଣ ପରେ ଏବେ ଭାରତୀୟ ନୌସେନା ସଜାଗ ହୋଇପଡିଛି। ଉତ୍ତର ଏବଂ ମଧ୍ୟ ଆରବ ସାଗର ଏବଂ ଆଡେନ ଗଲ୍ଫରେ ନଜର ରଖିଛି ଭାରତୀୟ ନୌସେନା। ଏଥର ଡ୍ରୋନ୍‌ ଆକ୍ରମଣମାରୀଙ୍କୁ ସାବାଡ କରିବାକୁ ଆପଣାଇଛି ନୂଆ ପନ୍ଥା। ଆରବ ସାଗରରେ ନାଭାଲ ଟାସ୍କ ଗ୍ରୁପକୁ ନିୟୋଜିତ କରାଯାଇଛି।

Advertisment

ନୌସେନା କହିଛି ଯେ ସାମୁଦ୍ରିକ ସୁରକ୍ଷା ଅପରେସନ୍ କରିବା ତଥା କୌଣସି ଆକ୍ରମଣ ହେଲେ ବାଣିଜ୍ୟ ଜାହାଜକୁ ସାହାଯ୍ୟ କରିବା ପାଇଁ ନାଭାଲ୍ ଟାସ୍କର୍ ଗ୍ରୁପ୍ ନିୟୋଜିତ କରାଯାଇଛି। ହିନ୍ଦ ମହାସାଗରରେ ନୂତନ ସୁରକ୍ଷା ଯାଞ୍ଚ ପାଇଁ କୋଷ୍ଟଗାର୍ଡ ସହ ଏହା ମିଶି କାମ କରିବ।

କେବଳ ସେତିକି ନୁହେଁ ବିଧ୍ୱଂସକାରୀ ଓ ଫ୍ରିକେଟ୍‌ ବ୍ୟତୀତ ମାନବ ରହିତ ବିମାନ(ୟୁଏଭି) ଏବଂ ସାମୁଦ୍ରିକ ପାଟ୍ରୋଲିଂ ବିମାନ ମଧ୍ୟ ନିୟୋଜିତ କରାଯାଇଛି। ଭାରତୀୟ ଉପକୂଳଠାରୁ ୪୦୦ କିଲୋମିଟର ଦୂରରେ ଥିବା ଏକ ବାଣିଜ୍ୟିକ ଜାହାଜ ଏମଭି କେମ ପ୍ଲୁଟୋ ଉପରେ ଡ୍ରୋନ୍ ଆକ୍ରମଣ ପରେ ଭାରତୀୟ ନୌସେନା ଏହି ପଦକ୍ଷେପ ନେଇଛି।

Advertisment

ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ନୌସେନା ଏହି ଅଞ୍ଚଳରେ ପ୍ରତିରୋଧ ଉପସ୍ଥିତି ବଜାୟ ରଖିବା ପାଇଁ ଯୁଦ୍ଧ ଜାହାଜ INS ମୋର୍ମୁଗାଓ, INS କୋଚି ଏବଂ INS କୋଲକାତାକୁ ନିୟୋଜିତ କରିଛି। ନୌସେନା ଅଧିକାରୀ କହିଛନ୍ତି ଯେ ଦୂରଗାମୀ ସାମୁଦ୍ରିକ ଅନୁସନ୍ଧାନ ବିମାନ P8I ମଧ୍ୟ ନିୟୋଜିତ କରାଯାଇଛି। ଆରବ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ବଢ଼ୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ତିନୋଟି ଗାଇଡ୍ ମିସାଇଲ୍ ବିନାଶକାର ଜାହାଜକୁ ନିୟୋଜିତ କରାଯାଇଥିବା ନୌସାନ ଅଧିକାରୀ କହିଛନ୍ତି।

Drone Attack Indian Navy Arbian Sea