Advertisment

ଭାରତୀୟ ନୌସେନା ହେଲିକପ୍ଟରର ଜରୁରୀ ଅବତରଣ, ଉଦ୍ଧାର ହେଲେ କ୍ରୁ ସଦସ୍ୟ

ଭାରତୀୟ ନୌସେନାର ଗୋଟିଏ ହେଲିକପ୍ଟର ଆଜି ମୁମ୍ବାଇ ଉପକୂଳରେ ଜରୁରୀ ଅବତରଣ କରିଛି।

author-image
Hemant Lenka
Navy

Navy

ଭାରତୀୟ ନୌସେନାର ଗୋଟିଏ ହେଲିକପ୍ଟର ଆଜି ମୁମ୍ବାଇ ଉପକୂଳରେ ଜରୁରୀ ଅବତରଣ କରିଛି। ବାୟୁସେନାର ଆଡଭାନ୍ସଡ ଲାଇଟ୍‌ ହେଲିକପ୍ଟର(ଏଏଲଏଚ୍‌) ଆଜି ରୁଟିନ କାମରେ ଉଡ଼ାଣ ଭରିଥିଲା। ତେବେ ହଠାତ୍‌ ଏହା ବୈଷୟିକ ତ୍ରୁଟିରୁ ସମ୍ମୁଖୀନ ହେବାରୁ ଜରୁରୀ ଅବତରଣ କରିଛି।

Advertisment

ଏହି ଧ୍ରୁବ ହେଲିକପ୍ଟରରେ ୩ ଜଣ କ୍ରୁ ସଦସ୍ୟ ରହିଥିଲେ। ହେଲିକପ୍ଟରଟି ଜରୁରୀ ଅବତରଣ କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ନୌସେନା କହିଛି ଯେ ଆଜି ମୁମ୍ବାଇ ଉପକୂଳରୁ ହେଲିକପ୍ଟରଟି ରୁଟିନ କାମରେ ଉଡ଼ାଣ ଭରିଥିଲା। ଏହାପରେ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା।

Advertisment

ନୌସେନାର ପାଟ୍ରୋଲିଂ ବିମାନ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସହ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କେଉଁ ପରିସ୍ଥିତିରେ ହେଲିକପ୍ଟର ଜରୁରୀ ଅବତରଣ କଲା, ସେକଥା ଜଣାପଡ଼ିନି। ନୌସେନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Indian Navy