Navy
ଭାରତୀୟ ନୌସେନାର ଗୋଟିଏ ହେଲିକପ୍ଟର ଆଜି ମୁମ୍ବାଇ ଉପକୂଳରେ ଜରୁରୀ ଅବତରଣ କରିଛି। ବାୟୁସେନାର ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର(ଏଏଲଏଚ୍) ଆଜି ରୁଟିନ କାମରେ ଉଡ଼ାଣ ଭରିଥିଲା। ତେବେ ହଠାତ୍ ଏହା ବୈଷୟିକ ତ୍ରୁଟିରୁ ସମ୍ମୁଖୀନ ହେବାରୁ ଜରୁରୀ ଅବତରଣ କରିଛି।
ଏହି ଧ୍ରୁବ ହେଲିକପ୍ଟରରେ ୩ ଜଣ କ୍ରୁ ସଦସ୍ୟ ରହିଥିଲେ। ହେଲିକପ୍ଟରଟି ଜରୁରୀ ଅବତରଣ କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।
ଭାରତୀୟ ନୌସେନା କହିଛି ଯେ ଆଜି ମୁମ୍ବାଇ ଉପକୂଳରୁ ହେଲିକପ୍ଟରଟି ରୁଟିନ କାମରେ ଉଡ଼ାଣ ଭରିଥିଲା। ଏହାପରେ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା।
ନୌସେନାର ପାଟ୍ରୋଲିଂ ବିମାନ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସହ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କେଉଁ ପରିସ୍ଥିତିରେ ହେଲିକପ୍ଟର ଜରୁରୀ ଅବତରଣ କଲା, ସେକଥା ଜଣାପଡ଼ିନି। ନୌସେନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Navy__1678262244.jpg)