Advertisment

ବଢ଼ିଲା ନୌସେନାର ଶକ୍ତି, ସାମିଲ ହେଲା ଆଇଏନ୍‌ଏସ୍‌ ଇମ୍ଫାଲ୍‌

ଜଳ ପଥରେ ଶତ୍ରୁକୁ କଡ଼ା ଜବାବ ଦେବ ଆଇଏନ୍‌ଏସ୍‌ ଇମ୍ଫାଲ୍‌।

author-image
Madhupriya Mistry
INS Imphal

INS Imphal

ଥରହର ହେବ ଶତ୍ରୁପକ୍ଷ। ସାବାଡ଼ ହେବେ ଚୀନ୍‌-ପାକିସ୍ତାନ। ଭାରତ ମହାସାଗରେ ବଢ଼ିଲା ନୌସେନାର ଶକ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି। ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ ଆୟୋଜିତ ସମାରୋହରେ ଆଇଏନଏସ ଇମ୍ଫାଲକୁ ନୌସେନାରେ ସାମିଲ କରାଯାଇଛି।

Advertisment

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମଙ୍ଗଳବାର ଏହାକୁ ନୌସେନାରେ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିଂ ସିନ୍ଦେ ଓ ନୌସେନାର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଇମ୍ଫାଲ ହେଉଛି ପ୍ରଥମ ଯୁଦ୍ଧ ଜାହାଜ, ଯାହା ଉତ୍ତର ପୂର୍ବର ଏକ ସହର ନାମରେ ନାମିତ ହୋଇଛି। ଜଳପଥରେ ଚୀନ ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଆଇଏନଏସ ଇମ୍ଫାଲକୁ ପ୍ରସ୍ତୁତ କରାଯାଇଛି।

ଆଇଏନଏସ୍ ଇମ୍ଫାଲ ହେଉଛି ବିଶାଖପଟନମ ଶୈଳୀର ତୃତୀୟ ବିଧ୍ୱସଂକ ଯୁଦ୍ଧ ଜାହାଜ। ଏହି ଯୁଦ୍ଧ ଜାହାଜରୁ ବ୍ରହ୍ମୋସ ମିସାଇଲ ଉତକ୍ଷେପଣ କରାଯାଇପାରିବ। ୨୦ ଅକ୍ଟୋବର ୨୦୨୩ ରେ ଏହାକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା। ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଇମ୍ଫାଲ ଯୁଦ୍ଧ ଜାହାଜ ନଭେମ୍ବର ୨୦୨୩ ରେ ଦୀର୍ଘ ଦୂରଗାମୀ ସୁପରସୋନିକ୍ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଥିଲା, ଯାହା ଜାହାଜରେ ପ୍ରବେଶ କରିବା ପୂର୍ବରୁ କୌଣସି ଦେଶୀ ଯୁଦ୍ଧ ଜାହାଜ ପାଇଁ ପ୍ରଥମ ପରୀକ୍ଷା ଥିଲା।

Advertisment

୧୬୩ ମିଟର ଲମ୍ବ, ୭,୪୦୦ ଟନ୍ ଓଜନ ଏବଂ ୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ଇମ୍ଫାଲ ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଅନ୍ୟତମ। ଏହା ସମୁଦ୍ରରେ ୩୦ରୁ ଅଧିକ ଗତି ହାସଲ କରିବାରେ ସକ୍ଷମ। ଭୂପୃଷ୍ଠରୁ ଭୂପୃଷ୍ଠ କ୍ଷେପଣାସ୍ତ୍ର ଏବଂ ଭୂପୃଷ୍ଠରୁ ଶୂନ୍ୟରେ କ୍ଷେପଣାସ୍ତ୍ର ମାରିବାରେ ନିପୁଣ। ଏହି ଯୁଦ୍ଧ ଜାହାଜରେ ହାଇଟେକ ସେନ୍ସର ମଧ୍ୟ ରହିଛି।

Indian Navy INS Imphal