Advertisment

ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍‌, ତା’ ପରେ...

ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା ମାଛଧରା ବୋଟ୍‌ । ଗୋଆ ସମୁଦ୍ର କୂଳରୁ ୭୦ କିମି ସମୁଦ୍ର ମଝିରେ ଗତ ସନ୍ଧ୍ୟାରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।

Ship

Ship

Advertisment

ମଝି ସମୁଦ୍ରରେ ଘଟିଲା ଭୟଙ୍କର ଦୁର୍ଘଟଣା। ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା ମାଛଧରା ବୋଟ୍‌ । ଗୋଆ ସମୁଦ୍ର କୂଳରୁ ୭୦ କିମି ସମୁଦ୍ର ମଝିରେ ଗତ ସନ୍ଧ୍ୟାରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।

Advertisment

ଗୋଆର ଉତ୍ତର ପଶ୍ଚିମ ସମୁଦ୍ରରେ ଗତକାଲି ସନ୍ଧ୍ୟାରେ ଭାରତୀୟ ନୌସେନାର ଏକ ଜାହାଜ ଯାଉଥିଲା। ଉକ୍ତ ସମୟରେ ସମୁଦ୍ରରେ ଥିବା ଏକ ମାଛ ଧରା ବୋଟ୍‌ ସହ ଜାହାଜଟି ପିଟି ହେଲା। ଫଳରେ ବୋଟଟି ଛିନଛତ୍ର ହୋଇ ଯାଇଥିବା ବେଳେ ସେଥିରେ ଥିବା ୧୩ ଜଣ ପାଣିରେ ଖସି ପଡ଼ିଥିଲେ।

ନୌସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମାତ୍ର ଆଉ ୨ ଜଣଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି। ଏଥିନିମନ୍ତେ MRCC ମୁମ୍ବାଇ ସହ ଯୋଗାଯୋଗ କରାଯାଉଥିବା ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ନୌସେନା ପକ୍ଷରୁ କୁହାଯାଇଛି।

Advertisment
Boat Accident Indian Navy Goa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe