Advertisment

କୁର୍ତ୍ତା ପାଇଜାମା ପିନ୍ଧିବେ ଭାରତୀୟ ନୌସେନା, ନୂଆ ଡ୍ରେସ୍‌ କୋଡ୍ ଲାଗୁ

ଭାରତୀୟ ସଂସ୍କଢତିକୁ ଧ୍ୟାନରେ ରଖି ଏହି ଡ୍ରେସ୍‌କୁ ନୌସେନାରେ ସାମିଲ କରାଯାଇଛି।

author-image
Madhupriya Mistry
Indian Navy

Indian Navy

ଏଥର କୁର୍ତ୍ତା ପାଇଜାମା ଓ କୁର୍ତ୍ତା ଚୁଡିଦାର ପିନ୍ଧିବେ ଭାରତୀୟ ନୌସେନା। ଭାରତୀୟ ନୌସେନାର ଅଫିସର୍ସ ମେସ୍‌ରେ ନୂଆ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି। ଖୁବଶୀଘ୍ର ଭାରତୀୟ ନୌସେନାର କର୍ମଚାରୀମାନେ ମଧ୍ୟ ବେଡ୍‌ରୁମ୍‌ ଓ ଅଫିସର୍ସ ମେସ୍‌(ରେଷ୍ଟୁରାଣ୍ଟ)ରେ ପାରମ୍ପରିକ ପୋଷାକରେ ନଜର ଆସିବେ। ଏଥିପାଇଁ ମଞ୍ଜୁରୀ ମିଳିଛି।

Advertisment

ଭାରତୀୟ ସଂସ୍କଢତିକୁ ଧ୍ୟାନରେ ରଖି ଏହି ଡ୍ରେସ୍‌କୁ ନୌସେନାରେ ସାମିଲ କରାଯାଇଛି। ଡ୍ରେସ୍‌ କୋଡ୍‌ରେ କୁର୍ତ୍ତା, ପାଇଜାମା ଓ ଚୁଡିଦାର ତଥା ପ୍ଲାଜୋକୁ ସାମିଲ କରାଯାଇଛି। ଭାରତୀୟ ନୌସେନାର ନାବିକମାନେ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି ୱାର୍ଡରୁମ ଏବଂ ଅଧିକାରୀଙ୍କ ମେସ (ରେଷ୍ଟୁରାଣ୍ଟ) କୁ ଆସିପାରିବେ। କୁର୍ତ୍ତାର ରଙ୍ଗ ଆକାସିଆ ନୀଳ ଓ ପାଇଜାମା ରଙ୍ଗ ଧଳା ହୋଇଥିବା ବେଳେ ଜ୍ୟାକ୍‌ର ରଙ୍ଗ ନେଭି ବ୍ଲୁ ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟର୍‌ ହରଦୀପ ସିଂହ ସୋହି ତାଙ୍କ ଏକ୍ସ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଭାରତୀୟ ନୌସେନାର ନୂତନ ଆଦେଶ ବିଷୟରେ ସୂଚନା ଦେଇଛନ୍ତି। ଫଟୋଟି କୁର୍ତ୍ତା-ପାଇଜାମା ଏବଂ ଜ୍ୟାକେଟର, ଯାହାକୁ ନୌସେନା କର୍ମଚାରୀମାନେ ପିନ୍ଧିବାକୁ ଅନୁମତି ପାଇଛନ୍ତି।

Advertisment

ନୌସେନା ଦ୍ୱାରା ଜାରି ବିଜ୍ଞପ୍ତିରେ ନୂତନ ଡ୍ରେସ କୋଡ ସମ୍ବନ୍ଧରେ କିଛି ନିୟମ ଏବଂ ସର୍ତ୍ତ ରହିଛି, ଯାହାକୁ କଡାକଡି ପାଳନ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, କୁର୍ତ୍ତା-ପାଇଜାମା ସ୍ଲିଭଲେସ ଜ୍ୟାକେଟ ଏବଂ ପାରମ୍ପରିକ ଜୋତା କିମ୍ବା ଚପଲ ପିନ୍ଧାଯିବ। ମହିଳା ନାବିକମାନେ ଚୁଡିଦାର କିମ୍ବା ପ୍ଲାଜୋ ସହିତ କୁର୍ତ୍ତା ପିନ୍ଧିବେ, କିନ୍ତୁ ଏହି ପାରମ୍ପରିକ ଭାରତୀୟ ପୋଷାକ କେବଳ ପର୍ବପର୍ବାଣୀରେ ଏବଂ ଅଫିସର୍‌ଙ୍କ ମେସରେ ପିନ୍ଧାଯିବ। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଧ୍ୟାନରେ ରଖି ଏହି ଡ୍ରେସ କୋଡ ଲାଗୁ କରାଯାଇଛି।

କୁର୍ତ୍ତାର କଲର ଓପନ କିମ୍ବା କ୍ଲୋଜ୍‌ ରଖାଯାଇପାରିବ, କିନ୍ତୁ ଏହାର ରଙ୍ଗ କେବଳ ସିଲିଡ ଟୋନରେ ରହିବା ଆବଶ୍ୟକ। ଏହାର ଲମ୍ବ ଆଣ୍ଠୁ ପର୍ଯ୍ୟନ୍ତ ହେବା ଉଚିତ। ହାତରେ କଫଲିକ୍ସ ରହିବା ଉଚିତ। ପାଇଜାମା ଟ୍ରାଉଜର ପରି ହେବା ଜରୁରୀ। ଇଲାଷ୍ଟିକ ଅଣ୍ଟା ଏବଂ ପକେଟ ରହିବା ଆବଶ୍ୟକ। ଡ୍ରେସ ସିଲେଇ ହେବାବେଳେ ମହିଳାମାନଙ୍କୁ ଭାରତୀୟ ପରମ୍ପରାକୁ ଧ୍ୟାନରେ ରଖିବାକୁ ପଡିବ।

ଗତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଟି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଗୋଟିଏ ପ୍ରତିଶ୍ରୁତି ଥିଲା ଉପନିବେଶ ପରମ୍ପରାକୁ ଶେଷ କରିବା। ଏହି ପଦକ୍ଷେପ ଅନୁଯାୟୀ, ନୌସେନାରେ ଥିବା ଡ୍ରେସ କୋଡ ପରିବର୍ତ୍ତନ କରାଯାଇଥିଲା। ଏହା ବ୍ୟତୀତ ନୌସେନାରେ ନାବିକମାନଙ୍କ ପଦବୀକୁ ‘ଇଣ୍ଡିଆନାଇଜ’ କରିବାକୁ ପ୍ରସ୍ତୁତି ଚାଲିଛି। ଆଗକୁ ସ୍ଥଳସେନା ଓ ବାୟୁସେନା ଅଫିସର୍ସ ମେସ୍‌ରେ ମଧ୍ୟ ଏହି ଭଳି କିଛି ଡ୍ରେସ୍‌ କୋଡ୍‌ ଲଗୁ କରାଯିବ ବୋଲି ସୂଚନା ମିଳିଛି।

Indian Navy New Dress Code In Officers Mess Kurta Pajama Dress Code For Navy