ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଆଫଗାନିସ୍ତାନର ଏକ ପାହାଡରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଭାରତୀୟ ବିମାନ ବୋଲି କୁହାଯାଇଛି। ବିମାନଟି ଭାରତରୁ ରୁଷର ମସ୍କୋକୁ ଯାଇଥିଲା। ଏତିକି ବେଳେ ଆଫଗାନିସ୍ତାନରେ ଦୁର୍ଘଟାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ବଦଖ୍ୱାଂଶାର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଜବିହୁଲ୍ଲା ଆମିରି କହିଛନ୍ତି ଯେ, ଆଜି ସକାଳେ ବଦଖ୍ୱାଂଶା ପ୍ରଦେଶର କୁରାନ-ମୁଞ୍ଜାନ ଏବଂ ଜିବକ ଜିଲ୍ଲା ସୀମାବର୍ତ୍ତୀ ତୋପଖାପା ପର୍ବତ ଧକ୍କା ହେବା ପରେ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି ବୋଲି ଆଫଗାନିସ୍ତାନ ସରକାର ସୂଚନା ଦେଇଛନ୍ତି। ତେବେ ଏହି ଦୁର୍ଘଟଣାରେ କେତେ ଜଣ ଯାତ୍ରୀ ମୃତାହତ ହୋଇଛନ୍ତି ସେ ନେଇ କିଛି ସୂଚନା ମିଳିନାହିଁ।
ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନୁହେଁ। ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ଡିଜିସିଏର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ବିମାନଟି ଭାରତୀୟ ନୁହେଁ, କି କୌଣସି ନନ୍ ଶେଡ୍ୟୁଲ ଚାଟର୍ଡ ବିମାନ ନଥିଲା। ବରଂ ମୋରୋକୋ ପଞ୍ଜୀକୃତ DF- 10 ଛୋଟ ବିମାନ ଥିଲା। ଆମର କୌଣସି ବିମାନ ସେହି ମାର୍ଗ ଦେଇ ଯାଉ ନାହିଁ ବୋଲି ଡିଜିସିଏ କହିଛି।
#UPDATE | A plane that crashed in the mountains of Topkhana alongside the districts of Kuran-Munjan and Zibak of Badakhshan province, was Moroccan registered DF 10 aircraft, as per senior Directorate General of Civil Aviation (DGCA) official https://t.co/OdUV7D2gcX
— ANI (@ANI) January 21, 2024
The unfortunate plane crash that has just occurred in Afghanistan is neither an Indian Scheduled Aircraft nor a Non Scheduled (NSOP)/Charter aircraft. It is a Moroccan registered small aircraft. More details are awaited.
— MoCA_GoI (@MoCA_GoI) January 21, 2024
Big News An Indian plane en route to #Moscow has crashed in the Badakhshan region of Afghanistan reports #Afghan media. Investigation underway #PlaneCrash #Afghanistan #Afganistan #Moscow #planecrash pic.twitter.com/39yfRifT5r
— chandan jha (@chandan_jha_11) January 21, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।