Advertisment

ଟିକେଟ ଆଳରେ ମହିଳାଙ୍କୁ ଟଣାଓଟରା କଲେ ଟିସି

ଟିସିଙ୍କୁ ନିଲମ୍ବିତ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି।

Railway Platform

Railway Platform

Advertisment

ପ୍ରଥମେ ବିମାନ, ତା’ପରେ ଟ୍ରେନ୍ ଆଉ ଏବେ ରେଲୱେ ପ୍ଲାଟଫର୍ମ। ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ରେଲୱେ ଟିକେଟ୍ କଲେକ୍ଟର ତଥା ଟିସି। ପ୍ଲାଟଫର୍ମରେ ଟିକେଟ ଆଳରେ ମହିଳା ଯାତ୍ରୀଙ୍କୁ କରିଛନ୍ତି ଟଣା ଓଟରା। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ। 

Advertisment

ବେଙ୍ଗାଲୁରୁର ଆର୍ ପୁରମ୍ ରେଲୱେ ଷ୍ଟେସନରେ ଜଣେ ଟିସି ମହିଳା ଯାତ୍ରୀଙ୍କ ସହ ଅଭଦ୍ର ବ୍ୟବହାର କରିଛନ୍ତି। ସୂଚନା ମୁତାବକ, ଟ୍ରେନ୍‌ରେ ଯାତ୍ରା କରି ଫେରିଥିବା ଜଣେ ମହିଳାଙ୍କୁ ଉକ୍ତ ଟିସି ଫ୍ଲାଟଫର୍ମ ଗେଟ୍ ସାମ୍ନାରେ ଅଟକାଉଛନ୍ତି। ଏଥିସହ ତାଙ୍କୁ ଟ୍ରେନ୍ ଟିକେଟ୍ ଦେଖାଇବା ପାଇଁ କହୁଛନ୍ତି। 

ମହିଳା ଜଣକ ଏହାର ଉତ୍ତରରେ ଆମ ପାଖରେ ଟିକେଟ୍ ଅଛି, ନଚେତ ଏତେ ଦୂର ବାଟ ଯାତ୍ରା କରି କିଭଳି ଆସିଥାନ୍ତୁ ବୋଲି କହୁଛନ୍ତି। ଏହା ଶୁଣି ଟିସି ତାଙ୍କୁ ପୁଣି ଟିକେଟ୍ ଦେଖାଅ, ଏହା ତୁମ ଘର ନୁହେଁ ବୋଲି ଜୋର୍‌ରେ ପାଟି କରି କହୁଛନ୍ତି। ମହିଳା ଜଣକ ଟିସିଙ୍କ ଚିଲ୍ଲେଇବା ଶୁଣି ଧୀରେ କହିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ଟିସି ତାଙ୍କୁ ଟିକେଟ ଦେଖାଅ କହି ଟଣାଓଟରା କରୁଛନ୍ତି। 

Advertisment

ଏହାକୁ ବିରୋଧ କରି ମହିଳା ଯାତ୍ରୀ ଜଣକ ପୁଲିସକୁ ଡାକିବି ବୋଲି କହିବା ସତ୍ତ୍ୱେ ଟିସି କିଛି ଶୁଣୁ ନାହାନ୍ତି। ବରଂ ଆହୁରି ମୁହଁ ଟାଣ କରି ଟିସି କହୁଛନ୍ତି, ତୁମେ ପୁଲିସକୁ ଡାକ ଅବା ତୁମ ବାପାଙ୍କୁ, ଯାହାକୁ ଡାକୁଛ ଡାକ, ମୋତେ କୌଣସି ଫରକ ପଡ଼ିବ ନାହିଁ। ଏହାଦେଖି ପାଖରେ କିଛି ଲୋକେ ମଧ୍ୟ ଟିସିଙ୍କୁ ଅଟକାଉଛନ୍ତି ଓ ପୁଲିସକୁ ଡାକ ବୋଲି କହୁଥିବା ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। 

ଟିସି ଜଣକ ମଦ ନିଶାରେ ଏଭଳି କରିଥିବା କୁହାଯାଉଛି। ସେପଟେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସାଉଥ ୱେଷ୍ଟର୍ଣ୍ଣ ରେଲୱେ ଉକ୍ତ ଟିସିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ଟିସିଙ୍କୁ ନିଲମ୍ବିତ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। 

ନିକଟରେ ଟ୍ରେନ୍ ଭିତରେ ଜଣେ ମହିଳା ଯାତ୍ରୀଙ୍କୁ ଟିଟି ଦୁର୍ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଅମୃତସରରୁ କୋଲକାତା ଯାଉଥିବା ଅକାଳ ତଖ୍‌ତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଉପରେ ମଦ ନିଶାରେ ଜଣେ ଟିଟି ପରିସ୍ରା କରିଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଲକ୍ଷ୍ନୌ ଜିଆର୍‌ପି ଅଭିଯୁକ୍ତ ଟିଟିଙ୍କୁ ଗିରଫ କରିଥିଲା। 

Indian Railway Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe