Advertisment

ସମୁଦ୍ର ମଝିରେ ଯାଉଥିଲା ଜାହାଜ, ନାବିକଙ୍କୁ ହେଲା ହାର୍ଟ ଆଟାକ୍‌

ସମୁଦ୍ର ମଝିରେ ଅକାତ ପାଣିରେ ଯାଉଥିଲା ଜାହାଜ। ଉକ୍ତ ସମୟରେ ହଠାତ୍‌ ନାବିକଙ୍କୁ ହେଲା ହାର୍ଟ ଆଟାକ।

ଅଦ୍ୟତନ ହୋଇଛି
Heart Attack

Heart Attack

Advertisment

ସମୁଦ୍ର ମଝିରେ ଅକାତ ପାଣିରେ ଯାଉଥିଲା ଜାହାଜ। ଉକ୍ତ ସମୟରେ ହଠାତ୍‌ ନାବିକଙ୍କୁ ହେଲା ହାର୍ଟ ଆଟାକ। ଏପରି ସମୟରେ ଦେବଦୂତ ସାଜିଲା ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ ଟିମ୍‌।  ଉଭୟ ଟିମ୍‌ର ରେସକ୍ୟୁ ଅପରେସନ ଯୋଗୁ ୫୨ ବର୍ଷୀୟ ନାବିକଙ୍କ ଜୀବନ ରକ୍ଷା ହୋଇପାରିଛି।

Advertisment

ଲାଇବେରିଆ ପତାକା ଉଡ଼ୁଥିବା ଏକ ଜାହାଜ ଭାରତୀୟ ତଟରୁ ପ୍ରାୟ ୩୫୦ ମାଇଲ ଦୂରରେ ସମୁଦ୍ର ମଝିରେ ଥିଲା। ଉକ୍ତ ସମୟରେ ହଠାତ୍‌ ନାବିକଙ୍କୁ ହାର୍ଟଆଟାକ୍‌ ହେଲା। ସେ ଜାହାଜରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କର୍ମଚାରୀମାନେ ନିରୂପାୟ ହୋଇ ଯାଇଥିଲେ। ଏହି ସୂଚନା ପାଇବା ମାତ୍ରେ ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ ପକ୍ଷରୁ ମିଳିତ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା।

ଏହାପରେ ତୁରନ୍ତ ଉଭୟ ଟିମ୍‌ ସଦସ୍ୟ ଏକ ହେଲିକପ୍ଟର ସହାୟତାରେ ସମୁଦ୍ର ମଝିରୁ ଉକ୍ତ ନାବିବକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଉକ୍ତ ନାବିକଙ୍କୁ ସିଭିଅର ହାର୍ଟ ଆଟାକ୍‌ ଆସିଥିବା ବେଳେ ଆଉ କିଛି ସମୟ ବିଳମ୍ବ ହୋଇଥିଲେ କିଛି ଅଘଟଣ ଘଟିଥାନ୍ତା ବୋଲି କହିଛନ୍ତି ଡାକ୍ତର।

Advertisment

ଏହି ଘଟଣା ପରେ ସମୁଦ୍ର ମଝିରୁ ଦେବଦୂତ ସାଜି ଜୀବନ ବଞ୍ଚାଇଥିବା ଉଭୟ ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Heart Attack Indian Navy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe