Advertisment

ଆମେରିକାରେ ଆକ୍ରମଣର ଶିକାର ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଡାକ୍ତରଖାନାରେ ଜୀବନ-ମରଣ ସହ ଲଢେଇ କରି ଶେଷରେ ଆଖି ବୁଜିଛନ୍ତି 24 ବର୍ଷୀୟ ଛାତ୍ର ବରୁଣ ରାଜ ପୁଚା।

Varun Raj Pucha's File Image

Varun Raj Pucha's File Image

Advertisment

ଆମେରିକାରେ ଛୁରାମାଡ ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ଡାକ୍ତରଖାନାରେ ଜୀବନ-ମରଣ ସହ ଲଢେଇ କରି ଶେଷରେ ଆଖି ବୁଜିଛନ୍ତି 24 ବର୍ଷୀୟ ଛାତ୍ର ବରୁଣ ରାଜ ପୁଚା। ଏନେଇ ବରୁଣ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ୟୁନିଭରିସିଟି ଏକ ବିବୃତ୍ତିରେ କହିଛି ଯେ, ଆମେ ଅତ୍ୟନ୍ତ ଦୁଃଖର ସହ ବଣୁଣ ରାଜ ପୁଚାଙ୍କ ମୃତ୍ୟୁ ଖବର ଜଣାଉଛୁ। କ୍ୟାମ୍ପସ୍ ଜଣେ ନିଜର ପିଲାକୁ ହରାଇଛି। ପୁଅକୁ ହରାଇ ଦୁଃଖରେ ଥିବା ଶୋକସନ୍ତପ୍ତ ପରିବାର ଏବଂ ବରୁଣଙ୍କ ବନ୍ଧୁଙ୍କ ପ୍ରତି ସମବେଦନା ଜଣାଉଛୁ। 

ବିଶ୍ୱବିଦ୍ୟାଳୟ ପକ୍ଷରୁ ବରୁଣଙ୍କ ପରିବାରବର୍ଗଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି। ଏପରି ଦୁଃଖଦ ସମୟରେ ସେମାନଙ୍କ ପ୍ରତି ଯଥା ସମ୍ଭବ ସହାୟତା ଯୋଗାଇଦେବୁ ବୋଲି ବିଶ୍ୱବିଦ୍ୟାଳୟ ଏକ ବିବୃତ୍ତିରେ କହିଛି। ଆସନ୍ତା 16ରେ ବରୁଣଙ୍କ ସ୍ମୃତିରେ କମ୍ୟାମ୍ପସରେ ଏକ ଶୋକସଭାର ଆୟୋଜନ କରାଯାଇଛି।

Advertisment

ବରୁଣ ଆମେରିକା ଚିକାଗୋ ସହରର ଘରୋଇ ବିଶ୍ୱବିଦ୍ୟାଳୟ ଭାରପାରାଇସୋରେ କମ୍ୟୁଟର ସାଇନ୍ସ ବିଭାଗର ଛାତ୍ର ଥିଲେ। ଅକ୍ଟୋବର 29ରେ ନିକଟରେ ଥିବା ଏକ ପବ୍ଲିକ୍(ସର୍ବସାଧାରଣ) ଜିମକୁ ଏକ୍ସରସାଇଜ୍ ପାଇଁ ଯାଇଥିଲେ ବରୁଣ। ସେଠାରେ ଜୋର୍ଡାନ୍ ଆଣ୍ଡ୍ରେଡ୍(24) ନାମକ ଜଣେ ଯୁବକ ବରୁଣଙ୍କ ମୁଣ୍ଡକୁ ଛୁରୀରେ ଆକ୍ରମଣ କରିଥିଲା। 

ଗୁରୁତର ଅବସ୍ଥାରେ ବରୁଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡିନାହିଁ। ଆମେରିକାର ଅନୁସନ୍ଧାନକାରୀ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। 

Murder America Student Death News Student Death News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe