Nepal
ନେପାଳରେ ଦେଖାଯାଇଥିବା ଭୟଙ୍କ ହିଂସାରେ ମୃତ୍ୟୁସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ଭାରତୟ ମହିଳା ଓ ୩ ଜଣ ପୁଲିସ୍ କର୍ମଚାରୀ ରହିଛନ୍ତି। ସେହିପରି ଏବେ ବି ହିଂସକାଣ୍ଡରେ ଆହତ ହୋଇଥିବା ଶତାଧିକ ପୁଲିସ୍ ଓ ସାଧାରଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ମୃତ ଭାରତୀୟ ଜଣଙ୍କ ହେଲେ ୫୭ ବର୍ଷୀୟ ରାଜେଶ ଗୋଲା। ତାଙ୍କ ଘର ଉତ୍ତର ପ୍ରଦେଶର ଗାଜିଆବାଦରେ। ସେ ତାଙ୍କ ସ୍ୱାମୀଙ୍କ ସହ ନେପାଳ ବୁଲିବାକୁ ଯାଉଥିବା ବେଳେ ଜେନ ଜେଡ ପକ୍ଷରୁ ହୋଇଥିବା ଭୟଙ୍କର ହିଂସାରେ ଫସି ଯାଇଥିଲେ। ହିଂସା ବେଳେ ରାଜେଶ ଓ ତାଙ୍କ ସ୍ୱାମୀ ରହୁଥିବା କାଠମାଣ୍ଡୁ ସ୍ଥିତ ହୋଟେଲେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ। ସେଠାରୁ ଖସିବାକୁ ଚେଷ୍ଟା କରିବା ବେଳେ ରାଜେଶଙ୍କ ମୃତ୍ୟୁ ହୋଇଛି।
ପରିବାର ଲୋକଙ୍କ କହିବା କଥା ଯେ ରାଜେଶ ଓ ତାଙ୍କ ସ୍ୱାମୀ ରାମବୀର ସିଂହ ଗୋଲା ନେପାଳ ବୁଲିବାକୁ ଯିବା ସହ କାଠମାଣ୍ଡୁର ହାୟତ୍ତ ରେଜେନ୍ସି ନାମକ ୫ ଷ୍ଟାର ହୋଟେଲରେ ରହୁଥିଲେ। ସେମାନେ ୭ ତାରିଖରେ ନେପାଳ ଯାଇଥିବା ବେଳେ ୯ ତାରିଖରେ ଜେନ ଜେଡ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଏହି ସମୟରେ ଜେନ ଜେଡ ବିକ୍ଷୋଭକାରୀ ଗୋଲା ଦମ୍ପତି ରହୁଥିବା ହୋଟେଲରେ ନିଆଁ ଲଗାଇ ଦେଇଥିଲେ। ହୋଟାଲ ଜଳୁ ଥିବା ବେଳେ ପ୍ରସ୍ଥାନ ମାର୍ଗ ବନ୍ଦ ହୋଇ ଯାଇଥିଲା। ତେଣୁ ଗୋଲା ଦମ୍ପତି ଝରକା ପଟେ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ।
ଏତିକି ବେଳେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ସହ ତଳେ ବିଭିନ୍ନ ପ୍ରକାରର ଗଦି ବିଛାଇ ଥିଲେ। ଏଥିସହ ରାଜେଶ ଓ ରାମବୀରଙ୍କୁ ୪ର୍ଥ ମହଲାରୁ ଡେଇଁବାକୁ କହିଥିଲେ। ରାମବୀର ଗଦି ଉପରେ ପଡ଼ିବାରୁ ସାମାନ୍ୟ ଆହତ ହୋଇଥିଲେ। କିନ୍ତୁ ରାଜେଶ ଗଦି ଉପରେ ନ ପଡ଼ିବାରୁ ଗୁରୁତର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। କନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ରାଜେଶଙ୍କ ପୁଅ ବିଶାଲଙ୍କ କହିବା କଥା ଯେ ଖସିବାକୁ ଚେଷ୍ଟା କରିବା ବେଳେ ତାଙ୍କ ମା’ ଭିଡ଼ ଯୋଗୁ ବାପାଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଯଦି ସେ ରାମବୀରଙ୍କ ଠାରୁ ଅଲଗା ହୋଇ ନଥାଆନ୍ତେ, ତା’ହେଲେ ଆଜି ଜୀବନ ଥାଆନ୍ତେ ବୋଲି ବିଶାଲ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Nepal_1757667126.jpg)