/odisha-reporter/media/media_files/2025/10/02/rajanath-2025-10-02-16-13-14.jpg)
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ପାକିସ୍ତାନ(Pakistan)କୁ କଡ଼ା ଚେନାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସୀମାରେ ପାକିସ୍ତାନ ଉତ୍ତେଜନା ସୃଷ୍ଟିକାରୀ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବାରୁ ଏହାକୁ କଡ଼ା ନିନ୍ଦା କରିଛନ୍ତି ଶ୍ରୀ ସିଂହ।
ବିଶେଷ କରି ଗୁଜରାଟର ସାର କ୍ରିକ ରିଜନରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା ନ କରୁ ବୋଲି ସେ(Rajnath Singh) କହିଛନ୍ତି। ଯଦି ପାକିସ୍ତାନ ସେଭଳି କୌଣସି ଆଭିମୁଖ୍ୟ ପ୍ରଦର୍ଶନ କରିବ, ତା’ହେଲେ ଏହାର ଜବାବ ଦୃଢ଼ ଭାବେ ଦିଆଯିବ। ଇତିହାସ ଓ ଭୌଗଳିତ ସ୍ଥିତି ମଧ୍ୟ ବଦଳିଯିବ ବୋଲି ରାଜନାଥ ସିଂହ ସ୍ପଷ୍ଟ କରିଛନ୍ତି।
ସୀମାନ୍ତ ଭୁଜରେ ଥିବା ସାମରିକ ଘାଟିରେ ଆଜି ରାଜନାଥ ସିଂହ ଯବାନଙ୍କ ସହ ଦଶହରା ପାଳନ କରିଛନ୍ତି। ଏଠାରେ ସେ ସଶସ୍ତ୍ର ପୂଜା କରିଛନ୍ତି। ଏହି ସମୟରେ ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନା ସବୁ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିଛି ଓ ସ୍ଥିତିକୁ ତୀବ୍ର କରି ପାକିସ୍ତାନ ସହ ଯୁଦ୍ଧ ଆରମ୍ଭ କରିବା ଭାରତର ଆଦୌ ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି। କିନ୍ତୁ ବିବାଦୀୟ ସାର କ୍ରିକ ସମ୍ପର୍କରେ ଦେଇଥିବା ବୟାନ ସମସ୍ତଙ୍କ ଦୃଷ୍ଟି ଆକଷଆଣ କରିପାରିଛି।
ସେ କହିଛନ୍ତି, “ସାର କ୍ରିକ ଅଞ୍ଚଳରେ ପାକିସ୍ତାନର ଯେକୌଣସି ଉତ୍ତେଜନା ସୃଷ୍ଟିକାରୀ ଆଭିମୁଖ୍ୟର କଡ଼ା ଜବାବ ଦିଆଯିବ। ଜବାବ ଏପରି ହେବ ଯେ ତାହା ଇତିହାସ ଓ ଭୌଗଳିକ ସ୍ଥିତିକୁ ମଧ୍ୟ ବଦଳାଇ ଦେଇପାରେ। ୧୯୬୫ ଯୁଦ୍ଧରେ ଭାରତୀୟ ସେନା ଲାହୋର ଠାରେ ପହଞ୍ଚିବାର ଦକ୍ଷତା ଦେଖାଇଥିଲେ। ୨୦୨୫ରେ ପାକିସ୍ତାନ ମନେ ରଖିବା ଦରକାର ଯେ କରାଚିକୁ ଗୋଟିଏ ରାସ୍ତା କ୍ରିକ ଦେଇ ଯାଉଛି।”
ସାର କ୍ରିକ ହେଉଛି ଗୁଜରାଟର କଚ୍ଚ ଅନ୍ତର୍ଗତ ରଣ ଓ ପାକିସ୍ତାନ ମଧ୍ୟରେ ଥିବା ୯୬ କିମି ସାମୁଦ୍ରିକ ମୁହାଣ। ଦୁଇ ପକ୍ଷ ଭିନ୍ନଭିନ୍ନ ସାମୁଦ୍ରିକ ରେଖା ନିର୍ଦ୍ଧାରଣ କରିଥିବାରୁ ଏହାକୁ ବିବାଦୀୟ ଅଞ୍ଚଳ ଭାବେ ବିବେଚନା କରାଯାଏ।
ରାଜନାଥ ସିଂହ କହିଛନ୍ତି, “ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ସାର କ୍ରିକ ଅଞ୍ଚଳରେ ସୀମା ବିବାଦ ଲାଗି ରହିଛି। ଭାରତ ଆଲୋଚନା ଦ୍ୱାରା ଏହାର ସମାଧାନ କରିବାକୁ ବାରମ୍ବାର ଚେଷ୍ଟା କରିଛି। କିନ୍ତୁ ପାକିସ୍ତାନର ଆଭିମୁଖ୍ୟ ଅସ୍ଥିର ଓ ଅସ୍ପଷ୍ଟ। ସାର କ୍ରିକ ଅଞ୍ଚଳରେ ପାକିସ୍ତାନ ନିକଟରେ ନିଜର ଭିତ୍ତିଭୂମିକୁ ବିସ୍ତାର କରିବା, ତା’ର ଆଭିମୁଖ୍ୟକୁ ସ୍ପଷ୍ଟ ଭାବେ ଦର୍ଶାଉଛି।”
ଭାରତୀୟ ସେନା ଓ ସୀମା ସୁରକ୍ଷା ବଳ ବେଶ ସତର୍କତାର ସହ ଭାରତର ସୀମା ସୁରକ୍ଷା କରୁଥିବା ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଅପରେସନ ସିନ୍ଦୂର ସମ୍ପର୍କରେ ଶ୍ରୀ ସିଂହ କହିଛନ୍ତି ଯେ ଭାରତର ସୀମା ପାର ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିବ। ତାଙ୍କ କହିବା କଥା ଯେ ଅପରେସନ ସମୟରେ ଭାରତର ଡିଫେନ୍ସ ସିଷ୍ଟମକୁ ମାତ ଦେବାକୁ ପାକିସ୍ତାନ ବିପଳ ପ୍ରଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ସେନା ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଅସଲ ମୁଖା ଖୋଲି ଦେଇଥିଲେ।
ଶ୍ରୀ ସିଂହ କହିଛନ୍ତି, “ସ୍ଥିତିକୁ ତୀବ୍ର କରିବା ଓ ଯୁଦ୍ଧ ଆରମ୍ଭ କରିବା ଅପରେସନ ସିନ୍ଦୂରର ଉଦ୍ଦେଶ୍ୟ ନଥିଲେ। ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ସମସ୍ତ ପ୍ରକାରର ସାମରିକ ଲକ୍ଷ୍ୟକୁ ପୂରଣ କରିଥିବାରୁ ମୁଁ ବହୁତ ଖୁସି। କିନ୍ତୁ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
