Advertisment

Bullet Train: ୨୦୨୭ ଅଗଷ୍ଟ ୧୫ରୁ ଭାରତରେ ଦୌଡ଼ିବ ବୁଲେଟ ଟ୍ରେନ, ରୁଟ ଓ ସ୍ପିଡ ଉପରେ ନଜର ପକାନ୍ତୁ

ରେଳ କରିଡର ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ବୁଲେଟ ଟ୍ରେନ ୧ ଘଣ୍ଟା ୫୮ ମିନିଟ ମଧ୍ୟରେ ମୁମ୍ବାଇରୁ ଯାଇ ଅହମଦାବାଦରେ ପହଞ୍ଚିବ। ୪ଟି ଷ୍ଟେସନରେ ଏହା ରହିବ। ଯଦି ଏହା ସମସ୍ତ ୧୨ ଷ୍ଟେସନରେ ରହିବ, ତା’ହେଲେ ୨ ଘଣ୍ଟା ୧୭ ମିନିଟ ସମୟ ଲାଗିବ।

author-image
Hemant Lenka
Train

ବୁଲେଟ ଟ୍ରେନ

ଆସନ୍ତା ବର୍ଷ ଅଗଷ୍ଟ ୧୫ରୁ ଦେଶରେ ଆରମ୍ଭ ହେବ ବୁଲେଟ ଟ୍ରେନ ସେବା। ଭାରତର ପ୍ରଥମ ବୁଲେଟ ଟ୍ରେନ ଟ୍ରାକରେ ୨୦୨୭ ଅଗଷ୍ଟ ୧୫ରୁ ଦୌଡ଼ିବ ବୋଲି ୨୦୨୬ର ପ୍ରଥମ ଦିନରେ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ(Indian Railway) ଅଶ୍ୱିନୀ ବୈଷ୍ଣବ। ମୁମ୍ବାଇ-ଅହମଦାବା ହାଇ ସ୍ପିଡ ରେଳ କରିଡର ମଧ୍ୟରେ ବୁଲେଟ ଟ୍ରେନ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।  

Advertisment

ତାଙ୍କ କହିବା କଥା ଯେ ଯେ ବୁଲେଟ ଟ୍ରେନ ୨୦୨୭ ଅଗଷ୍ଟ ୧୫ ସୁଦ୍ଧା ଟ୍ରାକରେ ଚାଲିବା ପାଇଁ ପ୍ରସ୍ତୁତ ହୋଇଯିବ। ପ୍ରଥମ ପର୍ଯ୍ୟାୟରେ ବୁଲେଟ ଟ୍ରେନ ସେବା ଗୁଜରାଟର ସୁରଟରୁ ବିଲିମୋରା ମଧ୍ୟରେ ଆରମ୍ଭ ହେବ। ଏହାପରେ ଭାପିରୁ ସୁରତ ମଧ୍ୟରେ ଟ୍ରାକ ଖୋଲା ଯିବ। ଭାପିରୁ ଅହମଦାବାଦ ମଧ୍ୟରେ ବୁଲେଟ ଟ୍ରେନ ଚାଲିବା ପରେ ଥାଣେ ଓ ଅହମଦାବାଦ ମଧ୍ୟରେ ଏହା ସେବା ଯୋଗାଇବ। ଶେଷରେ ମୁମ୍ବାଇରୁ ଅହମଦାବାଦ ମଧ୍ୟରେ ବୁଲେଟ ଟ୍ରେନ ଚାଲିବ। 

୫୦୮ କିମି ହାଇ ସ୍ପିଡ ରେଳ କରିଡର ଅହମଦାବାଦର ସାବରମତି ଓ ମୁମ୍ବାଇ ମଧ୍ୟରେ ନିର୍ମାଣ ଚାଲିଛି। ବୁଲେଟ ଟ୍ରେନ ଏହି କରିଡର ମଧ୍ୟରେ ଘଣ୍ଟାପ୍ରତି ୩୨୦ କିମି ବେଗରେ ଗତି କରିବ। ସଂପୂର୍ଣ୍ଣ ଭାବେ ବୁଲେଟ ଟ୍ରେନ ସେବା ଆରମ୍ଭ ହେଲେ ମୁମ୍ବାଇରୁ ଅହମଦାବାଦ ଯିବାକୁ ମାତ୍ର ୨ ଘଣ୍ଟା ୧୭ ମିନିଟ ସମୟ ଲାଗିବ।

Advertisment

ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ୨୦୧୭ରେ ପଡ଼ିଥିଲା ଓ ଏହା ୨୦୨୩ ସୁଦ୍ଧା ସରିବାର ଥିଲା। କିନ୍ତୁ ବିଭିନ୍ନ କାରଣ ପାଇଁ ଏହି ସମୟସୀମା ମଧ୍ୟରେ କାମ ସରି ନଥିଲା। ଏବେ ୨୦୨୭ ଅଗଷ୍ଟ ୧୫ରୁ ବୁଲେଟ ଟ୍ରେନ ଟ୍ରାକରେ ଦୌଡ଼ିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। 

ପ୍ରାରମ୍ଭିକ ବୁଲେଟ ଟ୍ରେନ ଚଳାଚଳ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ “ବୁଲେଟ ଟ୍ରେନ ତା’ର ପ୍ରାରମ୍ଭିକ ପର୍ଯ୍ୟାୟରେ ସୁରତ ଓ ଭାପି ମଧ୍ୟରେ ୧୦୦ କିମି ରାସ୍ତା ମଧ୍ୟରେ ଚାଲିବ। ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ କିମି ଦୂରତା ମଧ୍ୟରେ ଏହାର ଚାଲିବାକୁ ନିଷ୍ପତ୍ତି ହୋଇଥିଲା।

ରେଳ କରିଡର ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ବୁଲେଟ ଟ୍ରେନ ୧ ଘଣ୍ଟା ୫୮ ମିନିଟ ମଧ୍ୟରେ ମୁମ୍ବାଇରୁ ଯାଇ ଅହମଦାବାଦରେ ପହଞ୍ଚିବ। ୪ଟି ଷ୍ଟେସନରେ ଏହା ରହିବ। ଯଦି ଏହା ସମସ୍ତ ୧୨ ଷ୍ଟେସନରେ ରହିବ, ତା’ହେଲେ ୨ ଘଣ୍ଟା ୧୭ ମିନିଟ ସମୟ ଲାଗିବ।” 

ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରଟରେ ତିଆରି ଚାଲିଥିବା ବୁଲେଟ ଟ୍ରେନ(Train) ଷ୍ଟେସନକୁ ଯାଇ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ଇଞ୍ଜିନିୟର୍ସ ଓ ଶ୍ରମିକମାନଙ୍କ ସହ କଥା ହୋଇ କାମ ଯଥାଶୀଘ୍ର ସାରିବାକୁ କହିଥିଲେ। 

Train Indian Railway