୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଡେଇଁବ

ଭାରତର ଜନସଂଖ୍ୟା ୨୦୩୬ ସୁଦ୍ଧା ୧୫୨.୨ କୋଟି ଛୁଇଁବ।

Representational Image

  • Published: Tuesday, 13 August 2024
  • , Updated: 13 August 2024, 03:23 PM IST

ଭାରତର ଜନସଂଖ୍ୟା ୨୦୩୬ ସୁଦ୍ଧା ୧୫୨.୨ କୋଟି ଛୁଇଁବ। ସେହିପରି ମହିଳାଙ୍କ ସଂଖ୍ୟା ୨୦୧୧ରେ ୪୮.୫% ଥିବା ବେଳେ ୨୦୩୬ ବେଳକୁ ଏହା ସାମାନ୍ୟ ବୃଦ୍ଧି ପାଇ ୪୮.୮%ରେ ପହଞ୍ଚିବ। ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଏପରି ସୂଚନା ଦିଆଯାଇଛି।

‘Women and Men in India 2023’ ଶୀର୍ଷକ ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୧୧ ତୁଳନାରେ ୨୦୩୬ ସୁଦ୍ଧା ୧୫ ବର୍ଷରୁ କମ ବୟସ୍କଙ୍କ ସଂଖ୍ୟା ଅହେତୁକ ହ୍ରାସ ପାଇବ। ଜନ୍ମହାର ହ୍ରାସ ପାଉଥିବାରୁ ଏପରି ଘଟିବ।

ଏହି ସମୟସୀମା ମଧ୍ୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବ। ୨୦୩୬ ସୁଦ୍ଧ ଭାରତର ଜନସଂଖ୍ୟା ୨୦୧୧ ତୁଳନାରେ ଅଧିକ ମହିଳା କେନ୍ଦ୍ରିକ ରହିବ। ୨୦୩୬ ସୁଦ୍ଧା ଲିଙ୍ଗ ଅନୁପାତରେ ସୁଧାର ଆସିବ। ୨୦୧୧ରେ ୧ହଜାର ପୁରୁଷଙ୍କ ତୁଳନାରେ ୯୪୩ ଜଣ ମହିଳା ରହିଥିଲେ। କିନ୍ତୁ ୨୦୩୬ ବେଳକୁ ଏହି ସଂଖ୍ୟା ୯୫୨କୁ ବୃଦ୍ଧି ପାଇବ। ଲିଙ୍ଗଗତ ସମାନତା ପାଇଁ ଏହା ସକାରାତ୍ମକ ଘଟଣା ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ୨୦୨୦ରେ ନିରକ୍ଷରଙ୍କ ପିଲା ଜନ୍ମ କରିବାର ହାର ୩୩.୯% ଥିବା ବେଳେ ଶିକ୍ଷିତ ଜନସଂଖ୍ୟାଙ୍କ କ୍ଷେତ୍ରରେ ଏହା ୧୧% ଥିଲା। ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଥିବର ରିପୋର୍ଟରେ ଦାବି କରାଯାଇଛି

ଭାରତର ପୁରୁଷ ଓ ମହିଳାଙ୍କ ସ୍ଥିତି ସମ୍ପର୍କରେ ରିପୋର୍ଟରେ ବିସ୍ତୃତ ଭାବେ ତଥ୍ୟ ରହିଛି। ଜନସଂଖ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟିକ ଯୋଗଦାନ ଓ ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳା-ପୁରୁଷଙ୍କ ସଂଖ୍ୟା ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (DPIIT) ଜାନୁଆରୀ ୨୦୧୬ରୁ ୨୦୨୩ ଡିସେମ୍ବର ମଧ୍ୟରେ ମୋଟ ୧,୧୭,୨୫୪ଟି ସଂସ୍ଥାକୁ ଷ୍ଟାର୍ଟଅପ୍ ମାନ୍ୟତା ଦେଇଛି। ଏଥିମଧ୍ୟରୁ ୫୫,୮୧୬ଟି ଷ୍ଟାର୍ଟଅପ୍ ମହିଳାମାନଙ୍କ ଦ୍ୱାରା ପରିଚାଳିତ, ଯାହା ମୋଟ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପର ୪୭.୬%।

Related story